କେରଳରେ ବଡ଼ ଧରଣର ଭୂସ୍ଖଳନ; ୪୩ ମୃତ, ଫସିଛନ୍ତି ଶତାଧିକ...
ଭୂସ୍ଖଳନରେ ୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଫସି ରହିଥିବା ନେଇ ସୂଚନା ମିଳିଛି । ପ୍ରବଳ ବର୍ଷା ପରେ ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ନେଇ ସୂଚନା ମିଳିଛି ।
କେରଳ ୱାଏନାଡରେ ଭୂସ୍ଖଳନ। ଏଥିରେ ୪୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନାମିଳିଛି। ଫସିଛନ୍ତି ଶତାଧିକ ଲୋକ। ବର୍ତ୍ତମାନ ସୁଦ୍ଧା ୪୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ହୋଇଛି ଏହି ଭୂସ୍ଖଳନ। ଉଦ୍ଧାର କାର୍ଯ୍ୟରେ KSDMA ଓ NDRF ଲାଗିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ MI 17 ଓ ALH ହେଲିକପ୍ଟର ଯାଇଛି। ତେବେ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ଏହି ଘଟଣା ପରେ କେରଳ ମୁଖ୍ୟମନ୍ତ୍ରୀ ପିନରଇ ବିଜୟନଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ମୃତାହତଙ୍କୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।
ଅଧିକ ପଢନ୍ତୁ : ପୁଣି ବଡ଼ ଟ୍ରେନ୍ ଦୁର୍ଘଟଣା; ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ...
ଆଜି ସକାଳୁ ଦୁଇଟି ଭୂସ୍ଖଳନ ଘଟିଛି। ପ୍ରଥମେ ରାତି ୨ଟାରେ ଓ ପରେ ସକାଳ ପ୍ରାୟ ୪ଟା ୧୦ରେ ଆଉ ଏକ ଭୂସ୍ଖଳନ ଘଟିଥିଲା। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଭୂସ୍ଖଳନ ହେତୁ ୧୦୦ରୁ ଅଧିକ ଲୋକ ମାଟି ତଳେ ଫସି ରହିଛନ୍ତି। ସେମାନଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି।
କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଧ୍ୟ ଏହି ପ୍ରସଙ୍ଗ ଉପରେ ନଜର ରଖିଛନ୍ତି। ସେ କହିଛନ୍ତି ଯେ ୱାଇନାଡରେ ଭୂସ୍ଖଳନ ପରେ ସମସ୍ତ ସମ୍ଭାବ୍ୟ ଉଦ୍ଧାର କାର୍ଯ୍ୟ ଯୋଗାଇ ଦିଆଯିବ। ଉଦ୍ଧାର କାର୍ଯ୍ୟରେ ରାଜ୍ୟର ସମସ୍ତ ସରକାରୀ ଏଜେନ୍ସି ନିୟୋଜିତ ଅଛନ୍ତି ବୋଲି ସେ କହିଛନ୍ତି।
#କେରଳରେ_ଭୂସ୍ଖଳନ: ୧୯ ମୃତ
କେରଳ ୱାଏନାଡରେ ଭୂସ୍ଖଳନ; ୧୯ ମୃତ, ଶତାଧିକ ଫସିଲେ । ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ । ଉଦ୍ଧାର କାର୍ଯ୍ୟରେ KSDMA ଓ NDRF । ଉଦ୍ଧାର କାର୍ଯ୍ୟ ପାଇଁ ଗଲା MI 17 ଓ ALH ହେଲିକପ୍ଟର #Kerala #OTV pic.twitter.com/LewZelWLER — ଓଟିଭି (@otvkhabar) July 30, 2024