ଆଜିଠୁ ଶ୍ରୀମନ୍ଦିର ‘ପରିକ୍ରମା’ ମହାଯଜ୍ଞ; ଶ୍ରୀମନ୍ଦିର ଚାରିଦ୍ୱାରରେ ହେବ ବେଦ ପାରାୟଣ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର। ଯଜ୍ଞ ମଣ୍ଡପ ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ସୃଷ୍ଟି ହୋଇଛି ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶ। ପବିତ୍ର ମକର ସଂକ୍ରାନ୍ତି ଅର୍ଥାତ୍‌ ପୌଷ ଶୁକ୍ଳ ପଞ୍ଚମୀ ତିଥିରୁ ଆରମ୍ଭ ହେବ ତ୍ରିଦିନାତ୍ମକ ଯଜ୍ଞ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଯଜ୍ଞ ପ୍ରକ୍ରିୟାର ତୃତୀୟ ଦିବସରେ ରବିବାର ଅଙ୍କୁରପୂଜନ ସମାପ୍ତ ହେବା ପରେ ଯଜ୍ଞ ମଣ୍ଡପରେ ସମସ୍ତ ମଣ୍ଡଳ ସ୍ଥାପନ ଶେଷ ହୋଇଛି। ନିକଟସ୍ଥ ମଠ କୂଅରୁ […]

ଆଜିଠୁ ଶ୍ରୀମନ୍ଦିର ‘ପରିକ୍ରମା’ ମହାଯଜ୍ଞ; ଶ୍ରୀମନ୍ଦିର ଚାରିଦ୍ୱାରରେ ହେବ ବେଦ ପାରାୟଣ
srimandir-parikrama-project inaguration yagya-rituals start from today

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର। ଯଜ୍ଞ ମଣ୍ଡପ ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ସୃଷ୍ଟି ହୋଇଛି ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶ। ପବିତ୍ର ମକର ସଂକ୍ରାନ୍ତି ଅର୍ଥାତ୍‌ ପୌଷ ଶୁକ୍ଳ ପଞ୍ଚମୀ ତିଥିରୁ ଆରମ୍ଭ ହେବ ତ୍ରିଦିନାତ୍ମକ ଯଜ୍ଞ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଯଜ୍ଞ ପ୍ରକ୍ରିୟାର ତୃତୀୟ ଦିବସରେ ରବିବାର ଅଙ୍କୁରପୂଜନ ସମାପ୍ତ ହେବା ପରେ ଯଜ୍ଞ ମଣ୍ଡପରେ ସମସ୍ତ ମଣ୍ଡଳ ସ୍ଥାପନ ଶେଷ ହୋଇଛି। ନିକଟସ୍ଥ ମଠ କୂଅରୁ ଜଳ ଆଣି ଅଧିବାସ କାର୍ଯ୍ୟ ସରିଛି। ସୋମବାର ସକାଳ ସାଢେ ୭ଟାରୁ ଅପରାହ୍ନ ୧ଟା ମଧ୍ୟରେ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳପୂଜନ ହେବ।

ସେହିପରି ସକାଳ ସାଢେ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ, ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଙ୍କୀର୍ତ୍ତନ କରାଯିବ। ଅପରାହ୍ନ ୩ଟାରେ ଶ୍ରୀମନ୍ଦିର ରୋଷଶାଳାରୁ ଅଗ୍ନି ଆସି ଯଜ୍ଞ ଆରମ୍ଭ ହେବ। ସନ୍ଧ୍ୟା ୬ଟା ମଧ୍ୟରେ ବୈଷ୍ଣବାଗ୍ନି ସଂସ୍କାର, ହବନ, ଆରତି, ପୁଷ୍ପାଞ୍ଜଳି ଓ ପ୍ରଦିକ୍ଷଣ କରାଯିବ। ମହାପ୍ରଭୁଙ୍କ ସ୍ମରଣ କରି ଏହି ଯଜ୍ଞ ଆରମ୍ଭ ହେବ। ଯଜ୍ଞ ମଣ୍ଡପ ପରି ଶ୍ରୀମନ୍ଦିର ଚାରି ଦ୍ୱାରରେ ବେଦ ପାଠ ପାଇଁ ସ୍ୱତନ୍ତ୍ର ଭାବେ ମଣ୍ଡପ ପ୍ରସ୍ତୁତ କରାଯାଇଛି। ପ୍ରତି ଦ୍ୱାରରେ ୧୫ ଜଣ ଲେଖାଏଁ ୬୦ ଜଣ ବେଦଜ୍ଞ ପଣ୍ଡିତ ବେଦ ପାଠ କରିବେ। ପୂର୍ବ ବା ସିଂହଦ୍ୱାରରେ ଋକ୍‌ ବେଦ, ପଶ୍ଚିମ ଦ୍ୱାରରେ ସାମ୍‌ ବେଦ, ଉତ୍ତର ଦ୍ୱାରରେ ଅଥର୍ବ ବେଦ, ଦକ୍ଷିଣ ଦ୍ୱାରରେ ଯଜୁର୍ବେଦ ପାଠ କରାଯିବ।

ଅନ୍ୟପକ୍ଷରେ ରବିବାର ଲୋକାର୍ପଣ ପାଇଁ ଥିବା ପଥରକୁ ଖୋଦେଇ କରାଯାଇ ଅଷ୍ଟଧାତୁ ଲେଖା ଫଳକ ଲଗାଯାଇଛି। ଏହି ଫଳକରେ ‘ଶ୍ରୀ ଶ୍ରୀ ଜଗନ୍ନାଥାୟ ନମଃ’। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭ ପ୍ରତିଷ୍ଠା ଓ ଲୋକାର୍ପଣ, ପୌଷ ଶୁକ୍ଳ ସପ୍ତମୀ, ୧୭ ତାରିଖ ବୁଧବାର’ ଲେଖାଯାଇଛି। ଶିଳାନ୍ୟାସ ଫଳକର ଦକ୍ଷିଣ ପାର୍ଶ୍ୱରେ ରହିଛି ଏହି ଲୋକାର୍ପଣ ପଥର ଫଳକ।