ଏକ୍ଜିଟ ପୋଲ ପରେ ପ୍ରଥମ ଥର ମୁହଁ ଖୋଲିଲା AAP, ଫଳାଫଳ ପୂର୍ବରୁ ବଢାଇଲା ଭାଜପାର ଚିନ୍ତା
ନୂଆଦିଲ୍ଲୀ, ୭।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକ୍ଜିଟ ପୋଲ ପରେ ଆମ ଆଦମୀ ପାର୍ଟି (ଏଏପି) ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛି। ଏଏପି ନେତା ଗୋପାଳ ରାୟ କହିଛନ୍ତି ଯେ ଏଏପି ଦିଲ୍ଲୀରେ ୫୦ ରୁ ଅଧିକ ଆସନ ଜିତିବାକୁ ଯାଉଛି। ଏଏପି ସରକାର ଗଠନ କରିବ। ଅରବିନ୍ଦ କେଜ୍ରିୱାଲଙ୍କ ସହ ସାକ୍ଷାତ ପରେ ଗୋପାଳ ରାୟ କହିଛନ୍ତି, ଏକ୍ଜିଟ ପୋଲ ସାହାଯ୍ୟରେ ଏକ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। ସେମାନେ (ଭାଜପା) ଏକ୍ଜିଟ ପୋଲ […] The post ଏକ୍ଜିଟ ପୋଲ ପରେ ପ୍ରଥମ ଥର ମୁହଁ ଖୋଲିଲା AAP, ଫଳାଫଳ ପୂର୍ବରୁ ବଢାଇଲା ଭାଜପାର ଚିନ୍ତା appeared first on Dharitri Odia News.
ନୂଆଦିଲ୍ଲୀ, ୭।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକ୍ଜିଟ ପୋଲ ପରେ ଆମ ଆଦମୀ ପାର୍ଟି (ଏଏପି) ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛି। ଏଏପି ନେତା ଗୋପାଳ ରାୟ କହିଛନ୍ତି ଯେ ଏଏପି ଦିଲ୍ଲୀରେ ୫୦ ରୁ ଅଧିକ ଆସନ ଜିତିବାକୁ ଯାଉଛି। ଏଏପି ସରକାର ଗଠନ କରିବ।
ଅରବିନ୍ଦ କେଜ୍ରିୱାଲଙ୍କ ସହ ସାକ୍ଷାତ ପରେ ଗୋପାଳ ରାୟ କହିଛନ୍ତି, ଏକ୍ଜିଟ ପୋଲ ସାହାଯ୍ୟରେ ଏକ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। ସେମାନେ (ଭାଜପା) ଏକ୍ଜିଟ ପୋଲ ସାହାଯ୍ୟରେ ଅପରେଶନ ଲୋଟସ ଚଳାଇ ନିର୍ବାଚନ ଜିତିବାକୁ ଚାହୁଁଛି। କିନ୍ତୁ ଆମର ସମସ୍ତ ପ୍ରାର୍ଥୀ ଗଣନା ପାଇଁ ପ୍ରସ୍ତୁତିରେ ବ୍ୟସ୍ତ। ଆମେ ସରକାର ଗଠନ କରିବାକୁ ଯାଉଛୁ। ଭାଜପା ବିଷୟରେ ସତ୍ୟ ଆସନ୍ତାକାଲି ପ୍ରକାଶ ପାଇବ।
ଦିଲ୍ଲୀର ଅଧିକାଂଶ ଏକ୍ଜିଟ ପୋଲ ଭାଜପା ପାଇଁ ବିଜୟ ଦାବି କରିଛି। ଆକ୍ସିସ ମାଇ ଇଣ୍ଡିଆର ସର୍ଭେ ଅନୁଯାୟୀ, ଭାଜପାକୁ ୪୫ ରୁ ୫୫ ଆସନ, ଏଏପିକୁ ୧୫ ରୁ ୨୫ ଆସନ ଏବଂ କଂଗ୍ରେସକୁ ୦ ରୁ ୧ ଆସନ ମିଳିପାରେ।
ସେହିପରି CNX ସର୍ଭେ ଅନୁଯାୟୀ, ଏଏପି ୧୦ ରୁ ୧୯, ଭାଜପାକୁ ୪୯ ରୁ ୬୧ ଆସନ ଏବଂ ଅନ୍ୟମାନେ ୦ ରୁ ୧ ଆସନ ପାଇପାରନ୍ତି।
The post ଏକ୍ଜିଟ ପୋଲ ପରେ ପ୍ରଥମ ଥର ମୁହଁ ଖୋଲିଲା AAP, ଫଳାଫଳ ପୂର୍ବରୁ ବଢାଇଲା ଭାଜପାର ଚିନ୍ତା appeared first on Dharitri Odia News.