‘ଲୋକଙ୍କୁ ମିଳିବ କମ୍‌ ବିଦ୍ୟୁତ୍‌ ଖର୍ଚ୍ଚ ହେଉଥିବା ଉପକରଣ’

ଭୁବନେଶ୍ୱର,୨୩ା୧(ସୁନିତ୍‌ ମିଶ୍ର): ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ବୁଧବାର ଖାରବେଳ ଭବନଠାରେ ଅନୁଷ୍ଠିତ ବୈଠକରେ ଏନର୍ଜି ଏଫିସିଏନ୍ସି ସର୍ଭିର(ଇଇଏସ୍‌ଏଲ୍‌)ର ବରିଷ୍ଠ ଅଧିକାରୀ ଶକ୍ତି ସଂରକ୍ଷଣ ପାଇଁ ଆଗାମୀ ପଦକ୍ଷେପ ବାବଦରେ ଏକ ଉପସ୍ଥାପନା ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାରଙ୍କ ସହ ସହଭାଗିତାରେ କାର୍ଯ୍ୟକରି ଉପଭୋକ୍ତାଙ୍କୁ କମ୍‌ ବିଦ୍ୟୁତ୍‌ ଖର୍ଚ୍ଚ ହେଉଥିବା ଉପକରଣ ସୁଲଭ ମୂଲ୍ୟରେ ଯୋଗାଇଦେବା ବିଷୟରେ ଆଲୋଚନା କରାଯାଇଛି। ଊର୍ଜାବୀର, ଜିଓଭିଇଏଏସ୍‌ଇଇ ଭଳି ଯୋଜନାଗୁଡ଼ିକ ବିଷୟରେ ବିସ୍ତୃତ ଆଲୋଚନା ହୋଇଛି। ଏନେଇ ଏକ କ୍ଷୁଦ୍ର […] The post ‘ଲୋକଙ୍କୁ ମିଳିବ କମ୍‌ ବିଦ୍ୟୁତ୍‌ ଖର୍ଚ୍ଚ ହେଉଥିବା ଉପକରଣ’ appeared first on Dharitri Odia News.

‘ଲୋକଙ୍କୁ ମିଳିବ କମ୍‌ ବିଦ୍ୟୁତ୍‌ ଖର୍ଚ୍ଚ ହେଉଥିବା ଉପକରଣ’

ଭୁବନେଶ୍ୱର,୨୩ା୧(ସୁନିତ୍‌ ମିଶ୍ର): ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ବୁଧବାର ଖାରବେଳ ଭବନଠାରେ ଅନୁଷ୍ଠିତ ବୈଠକରେ ଏନର୍ଜି ଏଫିସିଏନ୍ସି ସର୍ଭିର(ଇଇଏସ୍‌ଏଲ୍‌)ର ବରିଷ୍ଠ ଅଧିକାରୀ ଶକ୍ତି ସଂରକ୍ଷଣ ପାଇଁ ଆଗାମୀ ପଦକ୍ଷେପ ବାବଦରେ ଏକ ଉପସ୍ଥାପନା ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାରଙ୍କ ସହ ସହଭାଗିତାରେ କାର୍ଯ୍ୟକରି ଉପଭୋକ୍ତାଙ୍କୁ କମ୍‌ ବିଦ୍ୟୁତ୍‌ ଖର୍ଚ୍ଚ ହେଉଥିବା ଉପକରଣ ସୁଲଭ ମୂଲ୍ୟରେ ଯୋଗାଇଦେବା ବିଷୟରେ ଆଲୋଚନା କରାଯାଇଛି। ଊର୍ଜାବୀର, ଜିଓଭିଇଏଏସ୍‌ଇଇ ଭଳି ଯୋଜନାଗୁଡ଼ିକ ବିଷୟରେ ବିସ୍ତୃତ ଆଲୋଚନା ହୋଇଛି। ଏନେଇ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଛି। ସରକାରୀ ଅଫିସ ଗୁଡିକରେ ବହୁବର୍ଷ ଧରି ଚାଲି ଆସୁଥିବା ପୁରୁଣା ଫ୍ୟାନ୍‌ଗୁଡ଼ିକୁ ବଦଳାଇ ଶକ୍ତି ସଂରକ୍ଷଣ କରୁଥିବା ଫ୍ୟାନ ଓ ବୈଦ୍ୟୁତିକ ଉପକରଣ ଲଗାଇବା ପାଇଁ ବୈଠକରେ ଆଲୋଚନା ହୋଇଛି। ଯୋଜନାଗୁଡ଼ିକୁ ଭଲଭାବେ ତର୍ଜମାକରି ଆଗାମୀ ପଦକ୍ଷେପ ନେବା ଓ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ସର୍ବୋଚ୍ଚ ଯନ୍ତ୍ରୀ ପ୍ୟାରୀମୋହନ ମିଶ୍ର ଏବଂ ଇଇଏସ୍‌ଏଲ୍‌ର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

The post ‘ଲୋକଙ୍କୁ ମିଳିବ କମ୍‌ ବିଦ୍ୟୁତ୍‌ ଖର୍ଚ୍ଚ ହେଉଥିବା ଉପକରଣ’ appeared first on Dharitri Odia News.