ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୃତ ଦିଲ୍ଲୀପଙ୍କ ପରିବାର, ହତ୍ୟାକାରୀଙ୍କୁ କଠୋର ଦଣ୍ଡ ପାଇଁ ନିବେଦନ

ଖଲ୍ଲିକୋଟ,୧୩ା୬(ପ୍ରଶାନ୍ତ କୁମାର ମିଶ୍ର): ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହ ଆଲୋଚନା କରିଛନ୍ତି ମୃତ ଦିଲ୍ଲୀପ ପାହାନଙ୍କ ପରିବାର। ସୂଚନାନୁଯାୟୀ, ଶ୍ରୀକୃଷ୍ଣଶରଣପୁର ଗ୍ରାମର ମୃତ ଦିଲ୍ଲୀପଙ୍କ ପରିବାରକୁ ଭାଜପା ପକ୍ଷରୁ ଶପଥ ସମାରୋହରେ ଯୋଗ ଦେବା ପାଇଁ ସ୍ବତନ୍ତ୍ର ନିମନ୍ତ୍ରଣ ହୋଇଥିଲା। ବୁଧବାର ସନ୍ଧ୍ୟାରେ ଜନତା ମଇଦାନଠାରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲେ ଦିଲ୍ଲୀପଙ୍କ ପରିବାର। ତେବେ ଶପଥ ଗ୍ରହଣ ସମାରୋହ ସରିବା ପରେ ଲୋକ ସେବା ଭବନଠାରେ […] The post ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୃତ ଦିଲ୍ଲୀପଙ୍କ ପରିବାର, ହତ୍ୟାକାରୀଙ୍କୁ କଠୋର ଦଣ୍ଡ ପାଇଁ ନିବେଦନ appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୃତ ଦିଲ୍ଲୀପଙ୍କ ପରିବାର, ହତ୍ୟାକାରୀଙ୍କୁ କଠୋର ଦଣ୍ଡ ପାଇଁ ନିବେଦନ

ଖଲ୍ଲିକୋଟ,୧୩ା୬(ପ୍ରଶାନ୍ତ କୁମାର ମିଶ୍ର): ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହ ଆଲୋଚନା କରିଛନ୍ତି ମୃତ ଦିଲ୍ଲୀପ ପାହାନଙ୍କ ପରିବାର।

ସୂଚନାନୁଯାୟୀ, ଶ୍ରୀକୃଷ୍ଣଶରଣପୁର ଗ୍ରାମର ମୃତ ଦିଲ୍ଲୀପଙ୍କ ପରିବାରକୁ ଭାଜପା ପକ୍ଷରୁ ଶପଥ ସମାରୋହରେ ଯୋଗ ଦେବା ପାଇଁ ସ୍ବତନ୍ତ୍ର ନିମନ୍ତ୍ରଣ ହୋଇଥିଲା। ବୁଧବାର ସନ୍ଧ୍ୟାରେ ଜନତା ମଇଦାନଠାରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲେ ଦିଲ୍ଲୀପଙ୍କ ପରିବାର। ତେବେ ଶପଥ ଗ୍ରହଣ ସମାରୋହ ସରିବା ପରେ ଲୋକ ସେବା ଭବନଠାରେ ରାତି ୯ଟାରେ ଦିଲ୍ଲୀପଙ୍କ ସ୍ତ୍ରୀ ସାବିତ୍ରୀ ପାହାନ, ବାପା ରାମଚଦ୍ର ପାହାନଙ୍କ ସହ ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଦିଲ୍ଲୀପ ହତ୍ୟାକାରୀଙ୍କୁ କଠୋର ଦଣ୍ଡ କିପରି ମିଳିବ ସେ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଦିଲ୍ଲୀପଙ୍କ ବାପା ରାମଚନ୍ଦ୍ର ପାହାନ। ଏହି ଆଲୋଚନା ସମୟରେ ଆସ୍କା ଏମ୍‌ପି ଅନିତା ଶୁଭଦର୍ଶିନୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଭାଜପା ନେତ୍ରୀ ଭାରତୀ ବେହେରା,ଭାଜପା ନେତା ଅନୀଲ କୁମାର ପଣ୍ଡା, ଯଜ୍ଞନାରାୟଣ ଦାଶ, ଅରୁଣ ପଣ୍ଡା, ସଙ୍କର ପ୍ରସାଦ ନାହାକ, ଶମ୍ଭୁନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

The post ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୃତ ଦିଲ୍ଲୀପଙ୍କ ପରିବାର, ହତ୍ୟାକାରୀଙ୍କୁ କଠୋର ଦଣ୍ଡ ପାଇଁ ନିବେଦନ appeared first on Dharitri Odia News.