ନିର୍ବାଚନ ବେଳେ ରାଜ ପରିବାରର ସାନ ବୋହୂଙ୍କ ଭିଡିଓ ଭାଇରାଲ

ବଲାଙ୍ଗୀର,୧ା୫(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ରାଜ ପରିବାରର ସାନ ବୋହୂ ଅଦ୍ରିଜା ମଞ୍ଜରୀ ସିଂଙ୍କ ଏକ ଭିଡିଓ ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏଥିରେ ସେ ବଲାଙ୍ଗୀରର ନାଗରିକଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ସେ ପାରିବାରିକ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ସେ ତାଙ୍କ ସ୍ବାମୀ, ଦେଢ଼ଶୁର, ଶ୍ୱଶୁର ଏବଂ ସିଂଦେଓ ପରିବାରରୁ ଘରୋଇ ହିଂସାର ସମ୍ମୁଖୀନ ହୋଇଥିବା କହୁଛନ୍ତି। ଏଭଳି ନିର୍ଯାତନା ସତ୍ତ୍ୱେ ବିଜେଡି ତାଙ୍କ ପରିବାର ସଦସ୍ୟଙ୍କୁ ଦଳୀୟ ଟିକଟ ଦେଇଥିବାରୁ ସେ […] The post ନିର୍ବାଚନ ବେଳେ ରାଜ ପରିବାରର ସାନ ବୋହୂଙ୍କ ଭିଡିଓ ଭାଇରାଲ appeared first on Dharitri Odia News.

ନିର୍ବାଚନ ବେଳେ ରାଜ ପରିବାରର ସାନ ବୋହୂଙ୍କ ଭିଡିଓ ଭାଇରାଲ

ବଲାଙ୍ଗୀର,୧ା୫(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ରାଜ ପରିବାରର ସାନ ବୋହୂ ଅଦ୍ରିଜା ମଞ୍ଜରୀ ସିଂଙ୍କ ଏକ ଭିଡିଓ ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏଥିରେ ସେ ବଲାଙ୍ଗୀରର ନାଗରିକଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ସେ ପାରିବାରିକ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ସେ ତାଙ୍କ ସ୍ବାମୀ, ଦେଢ଼ଶୁର, ଶ୍ୱଶୁର ଏବଂ ସିଂଦେଓ ପରିବାରରୁ ଘରୋଇ ହିଂସାର ସମ୍ମୁଖୀନ ହୋଇଥିବା କହୁଛନ୍ତି। ଏଭଳି ନିର୍ଯାତନା ସତ୍ତ୍ୱେ ବିଜେଡି ତାଙ୍କ ପରିବାର ସଦସ୍ୟଙ୍କୁ ଦଳୀୟ ଟିକଟ ଦେଇଥିବାରୁ ସେ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି। ଆଗକୁ କୌଣସି ମହିଳା ଯେପରି ନିର୍ଯାତନାର ଶିକାର ନ ହେବେ ସେହି ସଂଗ୍ରାମରେ ସାମିଲ ହେବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଏହି ଭିଡିଓ ଉପରେ ସିଂଦେଓ ପରିବାର କୌଣସି ମନ୍ତବ୍ୟ ଦେଇନାହାନ୍ତି। ଅଦ୍ରିଜା ଓ ତାଙ୍କ ସ୍ବାମୀଙ୍କ ପାରିବାରିକ ବିବାଦ ଅଦାଲତରେ ବିଚାରାଧୀନ ରହିଛି।

The post ନିର୍ବାଚନ ବେଳେ ରାଜ ପରିବାରର ସାନ ବୋହୂଙ୍କ ଭିଡିଓ ଭାଇରାଲ appeared first on Dharitri Odia News.