‘ପୃଥିବୀର ସ୍ବର୍ଗକୁ ଆସିବା ଏକ ନିଆରା ଅନୁଭୂତି’

ଶ୍ରୀନଗର,୭ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଶ୍ରୀନଗରରେ ପହଞ୍ଚିଛନ୍ତି। ମୋଦିଙ୍କ ଗସ୍ତ ପାଇଁ କଶ୍ମୀରର ପ୍ରତ୍ୟେକ କୋଣରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ଏବଂ ତାଙ୍କ କଥା ଶୁଣିବା ପାଇଁ ଲୋକଙ୍କ ମଧ୍ୟରେ ବିରାଟ ଉତ୍ସାହ ଦେଖିବାକୁ ମିଳିଛି। ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଶ୍ରୀନଗର ଗସ୍ତ। ପ୍ରଧାନମନ୍ତ୍ରୀ ଏଠାରେ ଅନେକ ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ଜନ ସମାବେଶକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଜମ୍ମୁ-କଶ୍ମୀର କେବଳ […] The post ‘ପୃଥିବୀର ସ୍ବର୍ଗକୁ ଆସିବା ଏକ ନିଆରା ଅନୁଭୂତି’ appeared first on Dharitri Odia News.

‘ପୃଥିବୀର ସ୍ବର୍ଗକୁ ଆସିବା ଏକ ନିଆରା ଅନୁଭୂତି’

ଶ୍ରୀନଗର,୭ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଶ୍ରୀନଗରରେ ପହଞ୍ଚିଛନ୍ତି। ମୋଦିଙ୍କ ଗସ୍ତ ପାଇଁ କଶ୍ମୀରର ପ୍ରତ୍ୟେକ କୋଣରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ଏବଂ ତାଙ୍କ କଥା ଶୁଣିବା ପାଇଁ ଲୋକଙ୍କ ମଧ୍ୟରେ ବିରାଟ ଉତ୍ସାହ ଦେଖିବାକୁ ମିଳିଛି। ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଶ୍ରୀନଗର ଗସ୍ତ। ପ୍ରଧାନମନ୍ତ୍ରୀ ଏଠାରେ ଅନେକ ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ଜନ ସମାବେଶକୁ ସମ୍ବୋଧିତ କରିଛନ୍ତି।

ସେ କହିଛନ୍ତି, ଜମ୍ମୁ-କଶ୍ମୀର କେବଳ ଏକ ଅଞ୍ଚଳ ନୁହେଁ, ଏହା ଭାରତର ଗର୍ବ, ସମ୍ମାନ ଏବଂ ବିକାଶର ପ୍ରତୀକ। ତେଣୁ ବିକଶିତ ଜମ୍ମୁ-କଶ୍ମୀର ବିକଶିତ ଭାରତର ପ୍ରାଥମିକତା ଅଟେ। ଏକ ସମୟ ଥିଲା ଯେତେବେଳେ ଜମ୍ମୁ କଶ୍ମୀରରେ ଦେଶର ଆଇନ ପ୍ରଯୁଜ୍ୟ ନ ଥିଲା, କିନ୍ତୁ ଆଜି କଶ୍ମୀରରୁ ସମଗ୍ର ଦେଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ସେ କହିଛନ୍ତି, ଆଜି ମୁଁ ପୃଥିବୀର ସ୍ବର୍ଗରେ ପହଞ୍ଚି ନିଜକୁ ବହୁତ ଧନ୍ୟ ମନେ କରୁଛି। ଏହା ଏକ ନିଆରା ଅନୁଭୂତି।

The post ‘ପୃଥିବୀର ସ୍ବର୍ଗକୁ ଆସିବା ଏକ ନିଆରା ଅନୁଭୂତି’ appeared first on Dharitri Odia News.