ଧର୍ମଶାଳା ଟେଷ୍ଟ ଜିତିବା ପରେ ଟିମ୍‌ ଇଣ୍ଡିଆକୁ ମିଳିଲା ବଡ଼ ଖୁସିଖବର, ଜୟ ଶାହା କଲେ ଏଭଳି ଘୋଷଣା…

ଧର୍ମଶାଳା,୯।୩: ଧର୍ମଶାଳାରେ ଚାଲିଥିବା ପଞ୍ଚମ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଏକ ଇନିଂସ ଏବଂ ୬୪ ରନ୍‌ରେ ବିଜେତା ହେବା ପରେ ପରେ ବିସିସିଆଇ ବଡ଼ ଘୋଷଣା କରିଛି। ଟେଷ୍ଟ କ୍ରିକେଟ କୁ ପ୍ରୋତ୍ସାହିତ କରିବା ପାଇଁ ବିସିସିଆଇ ଟେଷ୍ଟ କ୍ରିକେଟ ଇନସେଣ୍ଟିଭ ସ୍କିମ ଆରମ୍ଭ କରିଥିବା ନେଇ ସଚିବ ଜୟ ଶାହା କହିଛନ୍ତି। ଏହି ଯୋଜନା ଅଧୀନରେ ଭାରତୀୟ ଖେଳାଳିମାନେ ଟେଷ୍ଟ ଖେଳିବା ପାଇଁ ପାଉଥିବା ପାଉଣା ବୃଦ୍ଧି ପାଇଛି। ତଦନୁଯାୟୀ ଗୋଟିଏ ସିଜନରେ ୭୫ […] The post ଧର୍ମଶାଳା ଟେଷ୍ଟ ଜିତିବା ପରେ ଟିମ୍‌ ଇଣ୍ଡିଆକୁ ମିଳିଲା ବଡ଼ ଖୁସିଖବର, ଜୟ ଶାହା କଲେ ଏଭଳି ଘୋଷଣା… appeared first on Dharitri Odia News.

ଧର୍ମଶାଳା ଟେଷ୍ଟ ଜିତିବା ପରେ ଟିମ୍‌ ଇଣ୍ଡିଆକୁ ମିଳିଲା ବଡ଼ ଖୁସିଖବର, ଜୟ ଶାହା କଲେ ଏଭଳି ଘୋଷଣା…

ଧର୍ମଶାଳା,୯।୩: ଧର୍ମଶାଳାରେ ଚାଲିଥିବା ପଞ୍ଚମ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଏକ ଇନିଂସ ଏବଂ ୬୪ ରନ୍‌ରେ ବିଜେତା ହେବା ପରେ ପରେ ବିସିସିଆଇ ବଡ଼ ଘୋଷଣା କରିଛି। ଟେଷ୍ଟ କ୍ରିକେଟ କୁ ପ୍ରୋତ୍ସାହିତ କରିବା ପାଇଁ ବିସିସିଆଇ ଟେଷ୍ଟ କ୍ରିକେଟ ଇନସେଣ୍ଟିଭ ସ୍କିମ ଆରମ୍ଭ କରିଥିବା ନେଇ ସଚିବ ଜୟ ଶାହା କହିଛନ୍ତି। ଏହି ଯୋଜନା ଅଧୀନରେ ଭାରତୀୟ ଖେଳାଳିମାନେ ଟେଷ୍ଟ ଖେଳିବା ପାଇଁ ପାଉଥିବା ପାଉଣା ବୃଦ୍ଧି ପାଇଛି। ତଦନୁଯାୟୀ ଗୋଟିଏ ସିଜନରେ ୭୫ ପ୍ରତିଶତ ମ୍ୟାଚ ଖେଳୁଥିବା ଖେଳାଳୀଙ୍କୁ ପ୍ରତି ମ୍ୟାଚ୍‌ ପାଇଁ ୪୫ ଲକ୍ଷ ଟଙ୍କା ଦିଆଯିବ। ସେହିଭଳି ଏକାଦଶରେ ନ ଥିବା ଖେଳାଳିଙ୍କୁ ୨୨.୫ ଲକ୍ଷ ଟଙ୍କା ମିଳିବ। ବିସିସିଆଇର ଏହି ନିଷ୍ପତ୍ତି ନିଶ୍ଚିତ ଭାବରେ ଖେଳାଳିମାନଙ୍କୁ ଖୁସି କରିବ ବୋଲି କୁହାଯାଉଛି।

ଏହି ଯୋଜନା ଅନୁଯାୟୀ, ଯେଉଁ ଖେଳାଳିମାନେ ଗୋଟିଏ ସିଜିନରେ ଦଳର ମୋଟ ଟେଷ୍ଟ ମ୍ୟାଚ୍‌ର ୭୫ ପ୍ରତିଶତରେ ଏକାଦଶରେ ସାମିଲ ହେବେ ସେମାନେ ପ୍ରତି ମ୍ୟାଚ ପାଇଁ ମୋଟ୍‌ ୪୫ ଲକ୍ଷ ଟଙ୍କା ମିଳିବ। ଯେଉଁ ଖେଳାଳିମାନେ ୭୫ ପ୍ରତିଶତ ମ୍ୟାଚରେ ଦଳରେ ସାମିଲ ରହିବେ ସେମାନଙ୍କୁ ପ୍ରତ୍ୟେକ ମ୍ୟାଚ ପାଇଁ ୨୨.୫ ଲକ୍ଷ ଟଙ୍କା ମିଳିବ। ଯେଉଁ ଖେଳାଳିମାନେ ୫୦ ପ୍ରତିଶତ ମ୍ୟାଚରେ ଏକାଦଶର ଅଂଶବିଶେଷ, ସେମାନେ ପ୍ରତି ମ୍ୟାଚରେ ସମୁଦାୟ ୩୦ ଲକ୍ଷ ଟଙ୍କା ପାଇଥିବାବେଳେ ସମାନ ସଂଖ୍ୟକ ମ୍ୟାଚରେ ଦଳରେ ସାମିଲ ଥିବା ଖେଳାଳିମାନେ ପ୍ରତି ମ୍ୟାଚ ପାଇଁ ୧୫ ଲକ୍ଷ ଟଙ୍କା ମିଳିବ। ଏହାଠାରୁ କମ ମ୍ୟାଚ୍‌ ଖେଳୁଥିବା ଖେଳାଳିଙ୍କ ଲାଗି ଏହି ଯୋଜନା ପ୍ରଯୁଜ୍ୟ ହେବ ନାହିଁ। ସେ ବର୍ତ୍ତମାନର ମ୍ୟାଚ୍‌ ଫି ପାଇବେ। ଏବେ ଖେଳାଳିମାନେ ପ୍ରତି ମ୍ୟାଚ ପାଇଁ ୧୫ ଲକ୍ଷ ଟଙ୍କା ପାଉଛନ୍ତି। ଜୟ ଶାହା ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ଏହି ଯୋଜନା ୨୦୨୨-୨୩ ରୁ ଆରମ୍ଭ ହୋଇଛି।

କହିରଖୁଛୁ, ନିକଟରେ କିଛି ଖେଳାଳି ଟେଷ୍ଟ କ୍ରିକେଟ ଏବଂ ଘରୋଇ କ୍ରିକେଟକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରି ଆଇପିଏଲ୍‌ ଖେଳିବାକୁ ଆଗ୍ରହ ଦେଖାଇଥିଲେ। କାରଣ ଆଇପିଏଲରେ ମୋଟା ଅଙ୍କର ଟଙ୍କା ଦିଆଯାଉଛି। ଏହି ଜିନିଷକୁ ପ୍ରତିହତ କରିବା ପାଇଁ ବିସିସିଆଇ ବୋଧହୁଏ ଏହି ଯୋଜନା ଆରମ୍ଭ କରିଛି।

The post ଧର୍ମଶାଳା ଟେଷ୍ଟ ଜିତିବା ପରେ ଟିମ୍‌ ଇଣ୍ଡିଆକୁ ମିଳିଲା ବଡ଼ ଖୁସିଖବର, ଜୟ ଶାହା କଲେ ଏଭଳି ଘୋଷଣା… appeared first on Dharitri Odia News.