ଭୁବନେଶ୍ୱରରେ ଟିବିଜେଡ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୨।୧୦: (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ତ୍ରିଭୁବନଦାସ ଭିମିଜୀ ଜାଭେରୀ ଲିମିଟେଡ୍‌ (ଟିବିଜେଡ୍‌-ଦି ଅରିଜିନାଲ) ବା ଟିବିଜେଡ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଭୁବନେଶ୍ୱରର ଜନପଥ ଆଇଡିବିଆଇ ଛକଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ପଦ୍ମଶ୍ରୀ ଅରୁଣା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟିବିଜେଡ୍‌ ଇଣ୍ଡିଆର ବାଣିଜ୍ୟକ ମୁଖ୍ୟ ଲଳିତ ସିଂହଙ୍କ ସମେତ ଟିବିଜେଡ୍‌ ପ୍ରାଞ୍ଚାଇଜର ଅର୍ପିତା ସାହୁ, ରୋହନ କୁମାର ଦାସ ଏବଂ ଷ୍ଟୋର ମ୍ୟାନେଜର […] The post ଭୁବନେଶ୍ୱରରେ ଟିବିଜେଡ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ appeared first on Dharitri Odia News.

ଭୁବନେଶ୍ୱରରେ ଟିବିଜେଡ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୨।୧୦: (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ତ୍ରିଭୁବନଦାସ ଭିମିଜୀ ଜାଭେରୀ ଲିମିଟେଡ୍‌ (ଟିବିଜେଡ୍‌-ଦି ଅରିଜିନାଲ) ବା ଟିବିଜେଡ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଭୁବନେଶ୍ୱରର ଜନପଥ ଆଇଡିବିଆଇ ଛକଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ପଦ୍ମଶ୍ରୀ ଅରୁଣା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟିବିଜେଡ୍‌ ଇଣ୍ଡିଆର ବାଣିଜ୍ୟକ ମୁଖ୍ୟ ଲଳିତ ସିଂହଙ୍କ ସମେତ ଟିବିଜେଡ୍‌ ପ୍ରାଞ୍ଚାଇଜର ଅର୍ପିତା ସାହୁ, ରୋହନ କୁମାର ଦାସ ଏବଂ ଷ୍ଟୋର ମ୍ୟାନେଜର ଅନ୍ତର୍ଯାମୀ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ୩,୫୦୦ ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ଗଢ଼ି ଉଠିଥିବା ଏହି ନୂତନ ଷ୍ଟୋରରେ ଉଭୟ ହୀରା ଓ ସୁନାର ବ୍ୟାପକ ସମ୍ଭାର ଉପଲବ୍ଧ ରହିଛି। ଏପରିକି ଚଳିତ ପାର୍ବଣ ଓ ଷ୍ଟୋର ଉଦ୍‌ଘାଟନୀ ଅବସରରେ ଆକର୍ଷଣୀୟ ଅଫରର ଶୁଭାରମ୍ଭ କରାଯାଇଛି।
ଏ ସମ୍ପର୍କରେ ‘ଟିବିଜେଡ୍‌-ଦି ଅରିଜିନାଲ’ର ସିଏମ୍‌ଡି ଶ୍ରୀକାନ୍ତ ଜାଭେରୀ କହିଛନ୍ତି, ଆମେ ଆମର ପ୍ରଥମ ଷ୍ଟୋର ଭୁବନେଶ୍ୱର (ଓଡ଼ିଶା)ରେ ଆନୁଷ୍ଠାନିକ ଭାବେ ଆରମ୍ଭ କରି ବେଶ୍‌ ଉତ୍ସାହିତ। ଏପରିକି ଆମେ ଆମର ଗ୍ରାହକଙ୍କୁ ଗୁଣାତ୍ମକ ଉତ୍ପାଦ ସାଙ୍ଗକୁ ନୂତନ କଲେକ୍ସନ ଓ ଚାହିଦା ମୁତାବକ ଡିଜାଇନ ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ। ସେହିଭଳି ଭୁବନେଶ୍ୱରରେ ଏହା ଆମର ପ୍ରଥମ ଷ୍ଟୋର ହୋଇଥିଲାବେଳେ ଦେଶର ୩୪ତମ ଷ୍ଟୋର। ଏପରିକି ଦେଶର ୧୨ ରାଜ୍ୟର ୨୭ ପ୍ରମୁଖ ସହରରେ ବ୍ରାଣ୍ଡ୍‌ର ଉପସ୍ଥିତି ଥିଲାବେଳେ ଗ୍ରାହକ କୈନ୍ଦ୍ରକ ସେବାକୁ ବ୍ରାଣ୍ଡ୍‌ ସର୍ବଦା ଗୁରୁତ୍ୱ ଦେଇଆସିଛି ବୋଲି ଶ୍ରୀକାନ୍ତ କହିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଟିବିଜେଡ୍‌ର କର୍ମଚାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

The post ଭୁବନେଶ୍ୱରରେ ଟିବିଜେଡ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ appeared first on Dharitri Odia News.