ଜାମ୍ମୁ ଓ କାଶ୍ମୀରରେ କିଏ କରିବେ ସରକାର ?

ଜାମ୍ମୁ କାଶ୍ମୀର : ଜାମୁ କାଶ୍ମୀର ବିଧାନସଭା ନିର୍ବାଚନ। ଆସନ୍ତା ୧୮ ତାରିଖରେ ପ୍ରଥମ ପ୍ରର୍ଯ୍ୟାୟ ଭୋଟଗ୍ରହଣ । ଆଜି... The post ଜାମ୍ମୁ ଓ କାଶ୍ମୀରରେ କିଏ କରିବେ ସରକାର ? appeared first on .

ଜାମ୍ମୁ ଓ କାଶ୍ମୀରରେ କିଏ କରିବେ ସରକାର ?

ଜାମ୍ମୁ କାଶ୍ମୀର : ଜାମୁ କାଶ୍ମୀର ବିଧାନସଭା ନିର୍ବାଚନ। ଆସନ୍ତା ୧୮ ତାରିଖରେ ପ୍ରଥମ ପ୍ରର୍ଯ୍ୟାୟ ଭୋଟଗ୍ରହଣ । ଆଜି ସରିଛି ପ୍ରଥମପର୍ଯ୍ୟାୟ ଭୋଟ ଲାଗି ନିର୍ବାଚନୀ ପ୍ରଚାର । ପ୍ରଥମ ପର୍ଯ୍ୟାୟରେ ମୋଟ ୨୪ ଆସନରେ ଭୋଟ ଗ୍ରହଣ ହେବ । କାଶ୍ମୀର ୧୬ ଆସନ ଥିବାବେଳେ ଜାମୁ ଅଂଚଳର ୪ ଆସନ ରହିଛି। ଅନନ୍ତନାଗ, କୁଲଗାମ, ସୋପିଆନ ଏବଂ ପୁଲୱାମା ଜିଲ୍ଲାରେ ଭୋଟଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟରେ ମୋଟ ୨୩ ଲକ୍ଷ ୨୭ ହଜାର ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ଯରେ ୫ ଲକ୍ଷ ୬୬ ହଜାରରୁ ଅଧିକ ଯୁବ ଭୋଟର ରହିଛନ୍ତି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନରେ ମୋଟ ୨୧୯ ପ୍ରାର୍ଥୀ ରହିଛନ୍ତି । ଚଳିତ ନିର୍ବାଚନରେ କଂଗ୍ରେସ, ନ୍ଯାସନାଲ କନଫରେନ୍ସ, ବିଜେପି, ପିପୁଲ୍ସ ଡେମୋକ୍ରାଟିକ ପାର୍ଟି, ଆପନି ପାର୍ଟି, ସିପିଏମ, ଜେକେ ପିପୁଲ୍ସ କନଫରେନ୍ସ, ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି, ଜେକେ ଆଓ୍ବାମି ଇତେହାଦ ପାର୍ଟି ଲାଗି ହେବ ଅଗ୍ନି ପରୀକ୍ଷା। ଜାମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ ନିର୍ବାଚନରେ ହୋଇଛି ମୁଖ୍ଯ ପ୍ରସଙ୍ଗ। ବିଜେପି ଲାଗି ଧକ୍କା ସାଜିପାରେ ଧାରା ୩୭୦ ଉଚ୍ଛେଦ । ଗତ ୩୧ ଅକ୍ଟୋବର ୨୦୧୯ରେ ଜାମ୍ମୁ ଓ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ଭାଙ୍ଗି ଦିଆଯାଇଥିଲା । ସେଗୁଡିକ ହେଲା- ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ। ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରିଥିଲେ ବିଜେପି, ଆପ, ଏଆଇଏଡିଏମକେ, ଟିଡିପି, ଓ୍ବାଇଏସଆର କଂଗ୍ରେସ, ଶିବସେନା। ସେହିପରି ଉଚ୍ଛେଦକୁ ବିରୋଧ କରିଥିଲେ କଂଗ୍ରେସ, ଏନସି, ଜେକେପିଡିପି, ସିପିଏମ, ଟିଏମସି।

 

The post ଜାମ୍ମୁ ଓ କାଶ୍ମୀରରେ କିଏ କରିବେ ସରକାର ? appeared first on .