ବିଜେପି ବିରୋଧରେ ଆରପାର ଲଢ଼େଇ ; ସଂକଳ୍ପ, ସଂଘର୍ଷ ଓ ସମର୍ପଣକୁ ନେଇ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ବର : କଂଗ୍ରେସର ନୂଆ ସଂକଳ୍ପ । ମହାଅଧିବେଶନରେ ନେତାଙ୍କୁ ମିଳିଛି ଗୁରୁମନ୍ତ୍ର । ଏଣିକି ବିଜେପି ବିରୋଧରେ ଲଢେଇ... The post ବିଜେପି ବିରୋଧରେ ଆରପାର ଲଢ଼େଇ ; ସଂକଳ୍ପ, ସଂଘର୍ଷ ଓ ସମର୍ପଣକୁ ନେଇ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ appeared first on .

ବିଜେପି ବିରୋଧରେ ଆରପାର ଲଢ଼େଇ ; ସଂକଳ୍ପ, ସଂଘର୍ଷ ଓ ସମର୍ପଣକୁ ନେଇ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ବର : କଂଗ୍ରେସର ନୂଆ ସଂକଳ୍ପ । ମହାଅଧିବେଶନରେ ନେତାଙ୍କୁ ମିଳିଛି ଗୁରୁମନ୍ତ୍ର । ଏଣିକି ବିଜେପି ବିରୋଧରେ ଲଢେଇ ଆରପାର । ଖୁବଶୀଘ୍ର ରାସ୍ତାକୁ ଓହ୍ଲାଇବ ଦଳ । ଜାତିଭିତ୍ତିକ ଜନଗଣନା, ବେକାରୀ ସମସ୍ୟା, ଦଳିତ ଆଦିବାଦୀଙ୍କୁ ସୁରକ୍ଷା, ଦରଦାମ ବୃଦ୍ଧି, ମହିଳାଙ୍କୁ ନିର୍ଯାତନା ପ୍ରସଙ୍ଗକୁ ନେଇ ବିଜେପି ସରକାରକୁ ଘେରିବ କଂଗ୍ରେସ। ଅହମ୍ମଦାବାଦରେ ଅନୁଷ୍ଠିତ କଂଗ୍ରେସର ମହାଅଧିବେଶନରେ ଏନେଇ ପ୍ରସ୍ତୁତ ହୋଇଛି ଲମ୍ବା ଖସଡ଼ା । ତେଲେଙ୍ଗାନା ପରି କଂଗ୍ରେସ ଶାସିତ ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରାଯାଇ ଯାହାର ସଂଖ୍ୟା ଯେତେ ତାହା ଭାଗ ସେତେ ଦାବିପୂରଣ କରିବ କଂଗ୍ରେସ । ତେଲେଙ୍ଗାନା ପରି ଓଡିଶାରେ ଜାତିଭିତ୍ତିକ ଜନଗଣନା ଲାଗି ରାଜ୍ୟ ସରକାର ଉପରେ ଚାପ ପକାଇବ କଂଗ୍ରେସ ।

ଏହାସହ ରାଜ୍ୟରେ ଦଳିତ, ଆଦିବାସୀଙ୍କ ଉପରେ ବଢିଚାଳିଥିବା ଅତ୍ୟାଚାର ବିରୋଧରେ ମଧ୍ୟ ସ୍ବର ଉଠାଇବ ଦଳ।ପେଶା ଆଇନ ଲାଗି ସହ ଆଦିବାସୀମାନଙ୍କୁ ଜଙ୍ଗଲ, ଜମି ଅଧିକାର ଦେବାକୁ କଂଗ୍ରେସ ବିଜେପିକୁ ଦାବି କରିବ । ୯ ମାସର ବିଜେପି ସରକାରରେ ରାଜ୍ୟ ମହିଳା ଓ ନାବାଳିକା ଅସୁରକ୍ଷିତ । ସେମାନଙ୍କୁ ସୁରକ୍ଷା ଦେବାକୁ କଂଗ୍ରେସର ଲମ୍ବା ଲଢେଇ ଜାରି ରହିବ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ।

ବର୍ଷକୁ ୨ କୋଟି ନିଯୁକ୍ତି ଦେବାର ସ୍ବପ୍ନ ଦେଖାଇ ବିଜେପି ସରକାର ଯୁବପିଢିଙ୍କୁ ଠକିଥିବା ଅଭିଯୋଗ କରିଛି କଂଗ୍ରେସ। ବେକାରୀ ବୃଦ୍ଧି ପାଉଥିବାରୁ ଦାଦନ ସଂଖ୍ୟା ମଧ୍ୟ ବଢିଛି।ତେଣୁ ବିଜେପିର ନିର୍ବାଚନୀ ପ୍ରତିଶୃତି କୁଆଡେ ଗଲା ବୋଲି ଗାଁକୁ ଗାଁ ବୁଲି ଆନ୍ଦୋଳନ ମାଧ୍ୟମରେ ପ୍ରଶ୍ନ କରିବ କଂଗ୍ରେସ । ଦରଦାମ ବୃଦ୍ଧିରୁ ହନ୍ତସନ୍ତ ହେଉଛନ୍ତି ଲୋକେ।ଏହା ବିରୋଧରେ କଂଗ୍ରେସ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି। ପ୍ରତିବାଦ କଲେ ବିଜେପି ସରକାର ମାମଲା ରୁଜୁ କରୁଛି। ଏହା ବିରୋଧରେ ଆଗାମୀ ଦିନରେ ସ୍ବର ଉତ୍ତୋଳନ କରାଯିବ।

AICC ମହାଅଧିବେଶନରେ ଓଡ଼ିଶା କଂଗ୍ରେସର ୪୮ ଜଣ ସଦସ୍ୟ ଗୁରୁମନ୍ତ୍ର ନେଇ ଓଡିଶା ଫେରିଛନ୍ତି । ଆସନ୍ତା ୧୫ରେ କଂଗ୍ରେସ ବ୍ଲକ ଘେରାଉ ଓ ୨୧ ତାରିଖରେ ଜିଲ୍ଲାପାଳ ଅଫିସ ଘେରାଉ କରି ମହିଳାମାନଙ୍କୁ ନ୍ୟାୟ ଦେବାକୁ ଦାବି କରିବ ଦଳ।

The post ବିଜେପି ବିରୋଧରେ ଆରପାର ଲଢ଼େଇ ; ସଂକଳ୍ପ, ସଂଘର୍ଷ ଓ ସମର୍ପଣକୁ ନେଇ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ appeared first on .