ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ । ସ୍ୱାମୀ, ଶ୍ୱଶୁର, ଶାଶୁଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ ଓ ବ୍ରହ୍ମପୁର ପୋସ୍କୋ କୋର୍ଟରେ ହାଜର ପରେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ଗଲେ ପାଞ୍ଚ ଜଣ ।  22 ତାରିଖରେ ଘଟିଥିଲା ଘଟଣା । ମୃତ୍ୟୁ ପରେ ନାବାଳିକା ନବ ବଧୂକୁ ପୋଡିଦିଆଯିବା ଅଭିଯୋଗ ପରେ ଗତକାଲି ପୋଲିସ ସାଇଁଟିଫିକ ଟିମ ପହଞ୍ଚି […] The post ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ appeared first on KNews Odisha.

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ
police

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ । ସ୍ୱାମୀ, ଶ୍ୱଶୁର, ଶାଶୁଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ ଓ ବ୍ରହ୍ମପୁର ପୋସ୍କୋ କୋର୍ଟରେ ହାଜର ପରେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ଗଲେ ପାଞ୍ଚ ଜଣ ।  22 ତାରିଖରେ ଘଟିଥିଲା ଘଟଣା । ମୃତ୍ୟୁ ପରେ ନାବାଳିକା ନବ ବଧୂକୁ ପୋଡିଦିଆଯିବା ଅଭିଯୋଗ ପରେ ଗତକାଲି ପୋଲିସ ସାଇଁଟିଫିକ ଟିମ ପହଞ୍ଚି ସ୍ମଶାନରୁ ହାଡ଼, ପାଉଁଶକୁ ଜବତ କରିଥିଲା ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଜଣେ ନାବାଳିକା ବୋହୂର ମୃତ୍ୟୁ ପରେ ତାଙ୍କ ପରିବାରର ଅଭିଯୋଗ ଆଧାରରେ ଶ୍ମଶାନରେ ତଦନ୍ତ ଆରମ୍ଭ କରିଛି ପୋଲିସ। ଗତ ୨୨ତାରିଖରେ ଭୀଷ୍ମଗିରି ଗାଁର ଜିତେନ୍ଦ୍ର ବିଷୋୟୀଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ କାହାକୁ ନଜଣାଇ ତାଙ୍କ ମୃତଦେହକୁ ପୋଡ଼ି ଦିଆଯାଇଥିଲା ।

ମୃତକଙ୍କ ବାପା ଖବର ପାଇଁ ଥାନାରେ ଜଣାଇବା ପରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଶ୍ମଶାନରେ ପହଞ୍ଚି ହାଡ଼ ଓ ପାଉଁଶ ଜବତ କରିଛନ୍ତି । ତାଙ୍କ ଝିଅକୁ ହତ୍ଯା କରାଯାଇଥିବା ମୃତକଙ୍କ ବାପା ଅଭିଯୋଗ କରିଛନ୍ତି । ମୃତକଙ୍କ ସ୍ୱାମୀ ଓ ଶ୍ୱଶୁରକୁ ଥାନାରେ ଅଟକ ରଖି ତଦନ୍ତ ଜାରୀ ରଖିଛି ପୋଲିସ। କିଛି ଦିନ ତଳେ ଜିତେନ୍ଦ୍ର ସେହି ଗାଁର ଜଣେ ନାବାଳିକାକୁ ନେଇ ଫେରାର ହୋଇଯାଇଥିଲେ । ପରେ ସେମାନେ ଗାଁକୁ ଫେରିବା ପରେ ଦୁହିଁଙ୍କୁ ଏକ ମନ୍ଦିରରେ ବିବାହ କରାଯାଇଥିଲା । କିନ୍ତୁ ୨୨ ତାରିଖରେ ନବବଧୂର ମୃତ୍ୟୁ ଘଟିଥିଲା।

The post ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ appeared first on KNews Odisha.