ବାତ୍ୟା “ଦାନା” ଦେଇଯାଇଛି ଦୁଃଖ, ଭଙ୍ଗା ଝୁମ୍ପୁଡ଼ି ଘରେ କଟୁଛି ଜୀବନ

ଆନନ୍ଦପୁର: ଭଙ୍ଗା ଆଜବେଷ୍ଟ ସାଙ୍ଗକୁ ଭଙ୍ଗାକାନ୍ଥ । ଘର ଭିତରକୁ ଯିବାକୁ ହେଲେ ମୁଣ୍ଡରେ ବାଜୁଛି ୩ ଫୁଟିଆ ଜରିପାଲ । ଏଭଳି ଦୟନୀୟ ଅବସ୍ଥାରେ ବିତୁଛି ରାତି ଦିନ । ନାଁ ଅଛି ମୁଣ୍ଡ ଗୁଞ୍ଜିବାକୁ ଘର ନାଁ ମିଳୁଛି ସରକାରୀ ଯୋଜନା । ଏହି ଦୁଃଖ ପଛରେ ମୁଖ୍ୟ କାରଣ ହେଉଛି ବାତ୍ୟା “ଦାନା” । ଏହି ବାତ୍ୟା ପୁରା ପରିବାରକୁ ଦେଇଯାଇଛି ଦୁଃଖ । ଗତ ବାତ୍ୟା “ଦାନା”ରେ ତାଙ୍କର ଘରଟି ସମ୍ପୁର୍ଣ୍ଣ […] The post ବାତ୍ୟା “ଦାନା” ଦେଇଯାଇଛି ଦୁଃଖ, ଭଙ୍ଗା ଝୁମ୍ପୁଡ଼ି ଘରେ କଟୁଛି ଜୀବନ appeared first on KNews Odisha.

ବାତ୍ୟା “ଦାନା” ଦେଇଯାଇଛି ଦୁଃଖ, ଭଙ୍ଗା ଝୁମ୍ପୁଡ଼ି ଘରେ କଟୁଛି ଜୀବନ

ଆନନ୍ଦପୁର: ଭଙ୍ଗା ଆଜବେଷ୍ଟ ସାଙ୍ଗକୁ ଭଙ୍ଗାକାନ୍ଥ । ଘର ଭିତରକୁ ଯିବାକୁ ହେଲେ ମୁଣ୍ଡରେ ବାଜୁଛି ୩ ଫୁଟିଆ ଜରିପାଲ । ଏଭଳି ଦୟନୀୟ ଅବସ୍ଥାରେ ବିତୁଛି ରାତି ଦିନ । ନାଁ ଅଛି ମୁଣ୍ଡ ଗୁଞ୍ଜିବାକୁ ଘର ନାଁ ମିଳୁଛି ସରକାରୀ ଯୋଜନା । ଏହି ଦୁଃଖ ପଛରେ ମୁଖ୍ୟ କାରଣ ହେଉଛି ବାତ୍ୟା “ଦାନା” । ଏହି ବାତ୍ୟା ପୁରା ପରିବାରକୁ ଦେଇଯାଇଛି ଦୁଃଖ । ଗତ ବାତ୍ୟା “ଦାନା”ରେ ତାଙ୍କର ଘରଟି ସମ୍ପୁର୍ଣ୍ଣ ଭାଙ୍ଗି ଯାଇ ମାଟିରେ ମିଶିଥିଲା । ଚାଳ ଝୁମ୍ପୁଡ଼ି ଘରେ ନିଷ୍ପେସିତ ଜୀବନ ବିତାଉଛନ୍ତି।

ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ୧୧ ନଂ ୱାର୍ଡ ହାଟସାହିରେ ଦେଖିବାକୁ ମିଳିଛି । ଏହି ସାହିର ୯୯ ଭାଗ ଲୋକ ଆଦିବାସୀ ସଂପ୍ରଦାୟର ହୋଇଥିବା ବେଳେ ୯୫ ଭାଗ ଲୋକ ଆର୍ଥିକ ଅନଗ୍ରସର । ପ୍ରାୟ ଲୋକ ଭଙ୍ଗା ଚାଳ ଝୁମ୍ପୁଡି ଘର ମାନଙ୍କରେ ବସବାସ କରୁଛନ୍ତି । ପଞ୍ଚାୟତରେ ଆବାସ ଯୋଜନାରେ ହଜାର ହଜାର ଘର ଯୋଗାଇ ଦିଆଯାଇଥିବା ବେଳେ ଏହି ସାହିର ଅନେକ ପରିବାର ଏହି ଯୋଜନାରୁ ବଞ୍ଚିତ ହୋଇ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି। ଗାଁର ଦୁବରାଜ ମାରାଣ୍ଡି ଏକ ଚାଳଘରେ ବାସ କରୁଥିବା ବେଳେ ଆବାସ ଯୋଜନାରେ ଘର ପାଇବା ପାଇଁ ଅନେକ ଥର ଆବେଦନ କରି ବିଫଳ ହୋଇଥିଲେ। ମୁଲମଜୁରୀ ଲାଗିଲେ ପରିବାର ଚ଼ାଲୁଥିବାରୁ ବାରମ୍ବାର ୧୨ କିଲୋମିଟର ଦୁର ବ୍ଲକକୁ ଯାଇ ଗୁହାରୀ କରିବା ସମ୍ଭବ ହୋଇନଥିଲା ଦୁବରାଜଙ୍କ କ୍ଷେତ୍ରରେ ।

ଏନେଇ ଦୁବରାଜ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ଜଣାଇଥିଲେ ବି କେହି ତାଙ୍କ ଘର ଦେଖିବାକୁ ଆସିଲେନି । ଦୁବରାଜ ଏବେ କିଛି ଭଙ୍ଗା ଆଜବେଷ୍ଟସକୁ ଭଙ୍ଗାକାନ୍ଥ ଉପରେ ଡ଼େରି ପଲିଥିନି ଟାଙ୍ଗି ତାଭିତରେ ସ୍ତ୍ରୀ ଓ ଛୁଆଙ୍କୁ ଧରି ରହୁଛନ୍ତି । ଗୁରୁଣ୍ଡି ଗୁରୁଣ୍ଡି ଘର ଭିତରକୁ ପଶିବା ସହ ତା ଭିତରେ ରୋଷେଇ, ତା ଭିତରେ ଖାଇବା, ଶୋଇବା ଆଦି କରୁଛନ୍ତି। ତାଙ୍କ ପରିସ୍ଥିତି ଦେଖିଲେ ଆଖିରେ ଲୁହ ଆସିଯିବ । ସେହିପରି ପଡ଼ୋଶୀ ସାଇବା ହେମ୍ରମଙ୍କ ଅବସ୍ଥା ମଧ୍ୟ ଶୋଚନୀୟ । ତାଙ୍କର ଘରଟି ଭାଙ୍ଗି ଯାଇଥିବା ବେଳେ ପଲିଥିନି ଟାଙ୍ଗି ଦିନ ବିତାଉଥିବା ବେଳେ ଘରର କାନ୍ଥ ସବୁ ଭାଙ୍ଗି ପଡିଛି। ଅତି ଦୟନୀୟ ଅବସ୍ଥାରେ ୩ପରାଣି କୁଟୁମ୍ବ କାଳାତିପାତ କରୁଛନ୍ତି। ବାରମ୍ବାର ଆବେଦନ ସତ୍ତ୍ଵେ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇ ପାରି ନାହାନ୍ତି। ବାତ୍ୟାରେ ଘର ଭାଙ୍ଗିବା ପରେ ତାଙ୍କ ଘରକୁ କେହି କ୍ଷୟକ୍ଷତି ଆକଳନ କରିବାକୁ ଯାଇନଥିବା ବେଳେ ପଲିଥିନି ଖଣ୍ଡିଏ ମଧ୍ୟ ପାଇ ନଥିବା ସେ କହିଛନ୍ତି।

ଏହି ପଞ୍ଚାୟତରେ ଅନେକ ଲୋକ ୨/୩ଟି ଲେଖାଏଁ ଆବାସ ଯୋଜନା ହାତେଇ ଥିବାବେଳେ ଏହି ଭଳି ଗରିବଙ୍କ ପାଇଁ ଆବାସ ଯୋଜନା ସାତସପନ ବୋଲି ଅଭିଯୋଗ ହୋଇଛି । ଇଏ ତ ଗୋଟିଏ ଦୁଇଟି ଅଭିଯୋଗ ମାତ୍ର ଗାଁର ଅନେକ ଗରିବ ପରିବାର ଏବେ ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୁର୍ଦିନ ରେ ଜୀବନ ଜିଉଁଛନ୍ତି । ପ୍ରଶାସନ ଏନେଇ ପଦକ୍ଷେପ ନେବାକୁ ସେମାନେ ଦାବି ରଖୁଥିବା ବେଳେ ନିରବଦ୍ରଷ୍ଟା ସାଜିଛନ୍ତି ଅଧିକାରୀ ମାନେ। ହାଟଡିହି ବ୍ଲକ ଆବାସ ଯୋଜନାରେ ଦୁର୍ନୀତି ର ଗନ୍ତାଘର ସାଜିଥିବା ବେଳେ ବ୍ଲକ ଅଧିକାରୀ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ। ଏଭଳି ଦୃଶ୍ୟ ହୁଏତ ଅଧିକାରୀଙ୍କ ହୃଦୟକୁ ବିଚଳିତ କରିବା ସହିତ ତୁରନ୍ତ ଏହି ଗରିବଙ୍କୁ ଆବାସ ଯୋଜନା ଯୋଗାଇବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶା ଓ ଭରସା।

The post ବାତ୍ୟା “ଦାନା” ଦେଇଯାଇଛି ଦୁଃଖ, ଭଙ୍ଗା ଝୁମ୍ପୁଡ଼ି ଘରେ କଟୁଛି ଜୀବନ appeared first on KNews Odisha.