ନବଗଠିତ ପ୍ୟାକ୍ସ ଓ ଲ୍ୟାମ୍ପ୍ସମାନଙ୍କୁ ମିଳିବ ୫ ଲକ୍ଷ ଟଙ୍କା ଲେଖାଏଁ ମୂଳଧନ :ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଚାଷୀ ଓ ଅନ୍ୟାନ୍ୟ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କୁ ସମବାୟ ମାଧ୍ୟମରେ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟରେ ପ୍ରାଥମିକ କୃଷି ସମବାୟ ସମିତି (PACS) ଏବଂ ବୃହତ ଆଦିବାସୀ ବହୁମୁଖୀ ସମବାୟ ସମିତି (LAMPCS) ଗଠନ କରଯାଇଛି। ଏହା ମଧ୍ୟରେ 1542 ଟି ନୂଆ ପ୍ୟାକ୍ସ ଓ ଲ୍ୟାମ୍ପ୍ସ ଗଠନ କରାଯାଇଛି। ନବଗଠିତ ପ୍ୟାକ୍ସ ଓ ଲ୍ୟାମ୍ପ୍ସ ମାନଙ୍କୁ ମିଳିବ 5 ଲକ୍ଷ ଟଙ୍କା ଲେଖାଏଁ ମୂଳଧନ (Seed Money) ଯୋଗାଇ […] The post ନବଗଠିତ ପ୍ୟାକ୍ସ ଓ ଲ୍ୟାମ୍ପ୍ସମାନଙ୍କୁ ମିଳିବ ୫ ଲକ୍ଷ ଟଙ୍କା ଲେଖାଏଁ ମୂଳଧନ :ମୁଖ୍ୟମନ୍ତ୍ରୀ appeared first on KNews Odisha.

ନବଗଠିତ ପ୍ୟାକ୍ସ ଓ ଲ୍ୟାମ୍ପ୍ସମାନଙ୍କୁ ମିଳିବ ୫ ଲକ୍ଷ ଟଙ୍କା ଲେଖାଏଁ ମୂଳଧନ :ମୁଖ୍ୟମନ୍ତ୍ରୀ
sec

ଭୁବନେଶ୍ୱର : ରାଜ୍ୟରେ ଚାଷୀ ଓ ଅନ୍ୟାନ୍ୟ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କୁ ସମବାୟ ମାଧ୍ୟମରେ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟରେ ପ୍ରାଥମିକ କୃଷି ସମବାୟ ସମିତି (PACS) ଏବଂ ବୃହତ ଆଦିବାସୀ ବହୁମୁଖୀ ସମବାୟ ସମିତି (LAMPCS) ଗଠନ କରଯାଇଛି।

ଏହା ମଧ୍ୟରେ 1542 ଟି ନୂଆ ପ୍ୟାକ୍ସ ଓ ଲ୍ୟାମ୍ପ୍ସ ଗଠନ କରାଯାଇଛି। ନବଗଠିତ ପ୍ୟାକ୍ସ ଓ ଲ୍ୟାମ୍ପ୍ସ ମାନଙ୍କୁ ମିଳିବ 5 ଲକ୍ଷ ଟଙ୍କା ଲେଖାଏଁ ମୂଳଧନ (Seed Money) ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଏହି ନବଗଠିତ ସଂସ୍ଥା ଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ନବଗଠିତ ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସକୁ କାର୍ଯ୍ୟକ୍ଷମ ହେବାପାଇଁ 5 ଲକ୍ଷ ଟଙ୍କା ଲେଖାଏଁ ମୂଳଧନ ବା Seed Money ଦିଆଯିବ । ଏ ସଂପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଏହାଦ୍ୱାରା ନବଗଠିତ 1542ଟି ପ୍ୟାକ୍ସ ଓ ଲ୍ୟାମ୍ପ୍ସକୁ ମୂଳଧନ ଭାବରେ 76.80 କୋଟି ଟଙ୍କା ପ୍ରଦାନ କରାଯିବ। ଏହାଦ୍ୱାରା ରାଜ୍ୟର ସମବାୟ କ୍ଷେତ୍ର ସୁଦୃଢ ହେବା ସହିତ ଚାଷୀଭାଇମାନେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

The post ନବଗଠିତ ପ୍ୟାକ୍ସ ଓ ଲ୍ୟାମ୍ପ୍ସମାନଙ୍କୁ ମିଳିବ ୫ ଲକ୍ଷ ଟଙ୍କା ଲେଖାଏଁ ମୂଳଧନ :ମୁଖ୍ୟମନ୍ତ୍ରୀ appeared first on KNews Odisha.