ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗରେ ଡାକ୍ତର ଏବଂ ତାଙ୍କ ପତ୍ନୀ ଗିରଫ
କଟକ : କଟକରେ ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗ ଘଟଣା। ମୋଟ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ। ଗିରଫ ଅଭିଯୁକ୍ତଙ୍କ ଭିତରେ ଅଛନ୍ତି କଟକ ଫ୍ରେଣ୍ଡସ କଲୋନୀ ଅଞ୍ଚଳର ଡାକ୍ତର ପୁଣ୍ୟଶ୍ଲୋକ ଦାସ ଏବଂ ତାଙ୍କ ପତ୍ନୀ ବିସ୍ମିତା ଦାସ। ଅନ୍ୟ ତିନି ଅଭିଯୁକ୍ତମାନଙ୍କ ଭିତରେ ଅଛନ୍ତି ଢେଙ୍କାନାଳ ଜିଲ୍ଲାର ବିଭୁତି ସାହୁ, ଜଗତସିଂହପୁର ଜିଲ୍ଲାର ଦେବେନ୍ଦ୍ର କୁମାର ବେହେରା ଓ କଟକ ପୁରିଘାଟ ଅଞ୍ଚଳର ସୌମ୍ୟରଂଜନ ପୃଷ୍ଟି। ଘଟଣାର ଅନ୍ୟତମ […] The post ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗରେ ଡାକ୍ତର ଏବଂ ତାଙ୍କ ପତ୍ନୀ ଗିରଫ appeared first on KNews Odisha.

କଟକ : କଟକରେ ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗ ଘଟଣା। ମୋଟ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ। ଗିରଫ ଅଭିଯୁକ୍ତଙ୍କ ଭିତରେ ଅଛନ୍ତି କଟକ ଫ୍ରେଣ୍ଡସ କଲୋନୀ ଅଞ୍ଚଳର ଡାକ୍ତର ପୁଣ୍ୟଶ୍ଲୋକ ଦାସ ଏବଂ ତାଙ୍କ ପତ୍ନୀ ବିସ୍ମିତା ଦାସ। ଅନ୍ୟ ତିନି ଅଭିଯୁକ୍ତମାନଙ୍କ ଭିତରେ ଅଛନ୍ତି ଢେଙ୍କାନାଳ ଜିଲ୍ଲାର ବିଭୁତି ସାହୁ, ଜଗତସିଂହପୁର ଜିଲ୍ଲାର ଦେବେନ୍ଦ୍ର କୁମାର ବେହେରା ଓ କଟକ ପୁରିଘାଟ ଅଞ୍ଚଳର ସୌମ୍ୟରଂଜନ ପୃଷ୍ଟି। ଘଟଣାର ଅନ୍ୟତମ ଅଭିଯୁକ୍ତ ରାଣୀହାଟ ଶ୍ରୀ ଡାଏଗନିଷ୍ଟକର ମହେନ୍ଦ୍ର କୁମାର ନାୟକ ଫେରାର ଅଛନ୍ତି। ଅଲଟ୍ରାସାଉଣ୍ଡ ମେସିନ ସମେତ ଅନ୍ୟାନ୍ୟ ମେସିନ ଓ ଯନ୍ତ୍ରାଂଶ ଜବତ। ନଗଦ ୪୦ ହଜାର ଟଙ୍କା ଜବତ। କିଛି ପରିଚୟ ପତ୍ର ଜବତ। ଡାକ୍ତର ପୁଣ୍ୟଶ୍ଲୋକ ଦାସଙ୍କ ବାସଭବନରେ ଚାଲିଥିଲା ବେଆଇନ ଲିଙ୍ଗ ନିରୂପଣ କାର୍ଯ୍ୟ। ଆଜି ପୂର୍ବାହ୍ନରେ ସ୍ୱାସ୍ଥ୍ୟ ବିଭାଗର ରାଜ୍ୟ ଏନଫୋର୍ସମେଣ୍ଟ ଟିମ ଏବଂ କଟକ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଟିମଙ୍କ ମିଳିତ ଉଦ୍ୟମରେ ହୋଇଥିଲା ଚଢ଼ାଉ।
The post ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗରେ ଡାକ୍ତର ଏବଂ ତାଙ୍କ ପତ୍ନୀ ଗିରଫ appeared first on KNews Odisha.