ଦିନେ ଦିନେ ମୋତେ ଅଧା ରାତିରେ...ବଡ଼ ଖୁଲାସା କଲେ ସିଜେଆଇ ଚନ୍ଦ୍ରଚୂଡ଼; ଲୋକଙ୍କୁ ଦେଲେ ବିଶେଷ ବାର୍ତ୍ତା
ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ଦେଶର ଅନେକ ଗୁରୁତ୍ଵପୂର୍ଣ୍ଣ ମାମଲାରେ ଶୁଣାଣି କରି ଐତିହାସିକ ରାୟ ଦେଇ ସାରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଚନ୍ଦ୍ରଚୂଡ଼ କହିଛନ୍ତି କୋର୍ଟ ପାଇଁ କୌଣସି ମାମଲା ଛୋଟ ନୁହେଁ। ସର୍ବୋଚ୍ଚ ନ୍ୟାୟାଳୟ ସର୍ବଦା ଭାରତର ନାଗରିକଙ୍କ ପାଇଁ ରହିଛି ସେ ସଂପତ୍ତି ମାମଲା ହେଉ କି, ସାମାଜିକ ଅବା ଜାତି, ଧର୍ମ। ଦେଶବାସୀଙ୍କୁ ଏକ ଖାସ୍ ବାର୍ତ୍ତା ଦେଇ ସିଜେଆଇ ଚନ୍ଦ୍ରଚୂଡ଼ କହିଛନ୍ତି ଆମେ ସାଧାରଣ ଜନତାଙ୍କ ପାଇଁ ସବୁ ବେଳେ ଅଛୁ।Also read: ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ନିଷ୍ପତ୍ତି, ରବିବାର ଖୋଲା ରହିବ ବ୍ୟାଙ୍କ୍ଏନଡିଟିଭିକୁ ଦେଇଥିବା ସାକ୍ଷାତକାରରେ ସିଜେଆଇ ଚନ୍ଦ୍ରଚୂଡ଼ କହିଛନ୍ତି, ଦିନେ ଦିନେ ଅଧରାତ୍ରିରେ ମୋ ପାଖକୁ ମେଲ୍ ଆସେ। ଥରେ ଜଣେ ମହିଳାଙ୍କୁ ଅପରେସନ ଜରିଆରେ ଗର୍ଭପାତ କରାଇବା ଜରୁରୀ ଥିଲା। ମୋର କର୍ମଚାରୀ ମୋତେ ଫୋନ କରି ଜଣାଇଲେ ଏବଂ ପରବର୍ତ୍ତୀ ଦିନ ମାମଲାର ଶୁଣାଣି ପାଇଁ ଖଣ୍ଡପୀଠ ଗଠନ କଲୁ। କାହାକୁ ଆତ୍ମ ସମର୍ପଣ କରିବାର ଅଛି, କିନ୍ତୁ ସେ ରୋଗଗ୍ରସ୍ତ ଥିବେ, ଏମିତି ମାମଲାକୁ କୋର୍ଟ ଗୁରୁତର ସହ ଗ୍ରହଣ କରିଥାଏ। ସିଜେଆଇ ଆମ ପାଇଁ କୌଣସି ମାମଲା ଛୋଟ ନୁହେଁ। ଆମେ ସଭିଙ୍କ ସହ ସମାନ ବ୍ୟବହାର କରିଥାଉ। ସାଧାରଣ ଜନତାଙ୍କ ସହ ରହିବା ଆମର କର୍ତ୍ତବ୍ୟ। ଆମେ ଯେଉଁ ବି କାର୍ଯ୍ୟ କରିଥାଉ ସେଥିରେ ଭାରତୀୟଙ୍କ ଆସ୍ଥା ଓ ବିଶ୍ଵାସ ରହିବ
ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ଦେଶର ଅନେକ ଗୁରୁତ୍ଵପୂର୍ଣ୍ଣ ମାମଲାରେ ଶୁଣାଣି କରି ଐତିହାସିକ ରାୟ ଦେଇ ସାରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଚନ୍ଦ୍ରଚୂଡ଼ କହିଛନ୍ତି କୋର୍ଟ ପାଇଁ କୌଣସି ମାମଲା ଛୋଟ ନୁହେଁ। ସର୍ବୋଚ୍ଚ ନ୍ୟାୟାଳୟ ସର୍ବଦା ଭାରତର ନାଗରିକଙ୍କ ପାଇଁ ରହିଛି ସେ ସଂପତ୍ତି ମାମଲା ହେଉ କି, ସାମାଜିକ ଅବା ଜାତି, ଧର୍ମ। ଦେଶବାସୀଙ୍କୁ ଏକ ଖାସ୍ ବାର୍ତ୍ତା ଦେଇ ସିଜେଆଇ ଚନ୍ଦ୍ରଚୂଡ଼ କହିଛନ୍ତି ଆମେ ସାଧାରଣ ଜନତାଙ୍କ ପାଇଁ ସବୁ ବେଳେ ଅଛୁ।
Also read: ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ନିଷ୍ପତ୍ତି, ରବିବାର ଖୋଲା ରହିବ ବ୍ୟାଙ୍କ୍
ଏନଡିଟିଭିକୁ ଦେଇଥିବା ସାକ୍ଷାତକାରରେ ସିଜେଆଇ ଚନ୍ଦ୍ରଚୂଡ଼ କହିଛନ୍ତି, ଦିନେ ଦିନେ ଅଧରାତ୍ରିରେ ମୋ ପାଖକୁ ମେଲ୍ ଆସେ। ଥରେ ଜଣେ ମହିଳାଙ୍କୁ ଅପରେସନ ଜରିଆରେ ଗର୍ଭପାତ କରାଇବା ଜରୁରୀ ଥିଲା। ମୋର କର୍ମଚାରୀ ମୋତେ ଫୋନ କରି ଜଣାଇଲେ ଏବଂ ପରବର୍ତ୍ତୀ ଦିନ ମାମଲାର ଶୁଣାଣି ପାଇଁ ଖଣ୍ଡପୀଠ ଗଠନ କଲୁ। କାହାକୁ ଆତ୍ମ ସମର୍ପଣ କରିବାର ଅଛି, କିନ୍ତୁ ସେ ରୋଗଗ୍ରସ୍ତ ଥିବେ, ଏମିତି ମାମଲାକୁ କୋର୍ଟ ଗୁରୁତର ସହ ଗ୍ରହଣ କରିଥାଏ।
ସିଜେଆଇ ଆମ ପାଇଁ କୌଣସି ମାମଲା ଛୋଟ ନୁହେଁ। ଆମେ ସଭିଙ୍କ ସହ ସମାନ ବ୍ୟବହାର କରିଥାଉ। ସାଧାରଣ ଜନତାଙ୍କ ସହ ରହିବା ଆମର କର୍ତ୍ତବ୍ୟ। ଆମେ ଯେଉଁ ବି କାର୍ଯ୍ୟ କରିଥାଉ ସେଥିରେ ଭାରତୀୟଙ୍କ ଆସ୍ଥା ଓ ବିଶ୍ଵାସ ରହିବା ଉଚିତ୍। ସିଜେଆଇ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ କହିଛନ୍ତି ଯେ, ତାଙ୍କର ଦୈନନ୍ଦୀନ ଜୀବନ ଭୋର ସାଢେ ୩ଟାରୁ ଆରମ୍ଭ ହୁଏ। ଏହା ପରେ ସେ ଯୋଗ କରନ୍ତି। ପତ୍ନୀ କଳ୍ପନାକୁ ସବୁଠୁ ଭଲ ବନ୍ଧୁ ଦର୍ଶାଇ ଚନ୍ଦ୍ରଚୂଡ଼ କହିଛନ୍ତି, ଆମେ ଦୁହେଁ ଆୟୁର୍ବେଦିକ ଡାଏଟ ଅନୁକରଣ କରିଥାଉ।