ରିଶବ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ, ୯।୧୦: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମଙ୍ଗଳବାର ୭୦ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୫ ମହିଳାଙ୍କୁ ମିଶାଇ ସମୁଦାୟ ୮୫ ଜଣ କଳାକାରଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରୁସ୍କାର ପ୍ରଦାନ କରିଛନ୍ତି। ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ରାଷ୍ଟ୍ରପତି ମୁର୍ମୁ ସମ୍ମାନଜନକ ଦାଦାସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସେହିପରି ମାଲୟାଲମ ଫିଲ୍ମ ‘ଅଟ୍ଟାମ: ଦି ପ୍ଲେ’କୁ ଶ୍ରେଷ୍ଠ […] The post ରିଶବ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା appeared first on Dharitri Odia News.

ରିଶବ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ, ୯।୧୦: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମଙ୍ଗଳବାର ୭୦ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୫ ମହିଳାଙ୍କୁ ମିଶାଇ ସମୁଦାୟ ୮୫ ଜଣ କଳାକାରଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରୁସ୍କାର ପ୍ରଦାନ କରିଛନ୍ତି। ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ରାଷ୍ଟ୍ରପତି ମୁର୍ମୁ ସମ୍ମାନଜନକ ଦାଦାସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରିଛନ୍ତି।
ସେହିପରି ମାଲୟାଲମ ଫିଲ୍ମ ‘ଅଟ୍ଟାମ: ଦି ପ୍ଲେ’କୁ ଶ୍ରେଷ୍ଠ ଫିଚର ଫିଲ୍ମର ପୁରସ୍କାର ମିଳିଛି। ବଲିଉଡ୍‌ ମୁଭି ‘ଉଁଚାଇ’ ପାଇଁ ସୂରଜ ଆର୍‌ ବଡ଼ଯାତ୍ୟାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଛି। ତେବେ ଉକ୍ତ ଫିଲ୍ମ ପାଇଁ ଅଭିନେତ୍ରୀ ନୀନା ଗୁପ୍ତା ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବେ ପୁରସ୍କାର ଗ୍ରହଣ କରିଛନ୍ତି। ଫିଲ୍ମ ‘ଫୌଜା’ ପାଇଁ ପଓ୍ବନ ମାଲହୋତ୍ରାଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତା ଆଓ୍ବାର୍ଡ ମିଳିଛି। ସେହିପରି କନ୍ନଡ଼ ହିଟ୍‌ ଫିଲ୍ମ ‘କାନ୍ତାରା’ ପାଇଁ ଅଭିନେତା ରିଶବ୍‌ ଶେଟ୍ଟୀଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିକ କରିଛନ୍ତି। ତାମିଲ ଫିଲ୍ମ ‘ତିରୁଚିତ୍ରାମ୍ବଲମ’ ପାଇଁ ଅଭିନେତ୍ରୀ ନିତ୍ୟା ମେନନ୍‌ ଓ ଗୁଜୁରାଟି ଫିଲ୍ମ ‘କଚ୍ଛ ଏକ୍ସପ୍ରେସ୍‌’ ପାଇଁ ଅଭିନେତ୍ରୀ ମାନସୀ ପରେଖଙ୍କୁ ମିଳିତ ଭାବେ ଶ୍ରେଷ୍ଠ ଅଭିନେତ୍ରୀ ଆଓ୍ବାର୍ଡ ମିଳିଛି। ସେହିପରି ମଣିରତ୍ନମଙ୍କ ନିର୍ଦ୍ଦେଶିତ ‘ପୋନ୍ନିନ ସେଲ୍‌ଭମ୍‌-୧’ ଫିଲ୍ମରେ ସର୍ବୋତ୍ତମ ପୃଷ୍ଟୋଭୁମି ସଙ୍ଗିତ ପାଇଁ ପ୍ରସିଦ୍ଧ ସଙ୍ଗୀତଜ୍ଞ ଏ.ଆର. ରେହମାନ୍‌ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଛନ୍ତି। ଏହା ହେଉଛି ରେହମାନଙ୍କର ସପ୍ତମ ଜାତୀୟ ପୁରସ୍କାର। ସେହିପରି ‘ଗୁଲ୍‌ମୋହର’ ଫିଲ୍ମ ପାଇଁ ଅଭିନେତା ମନୋଜ ବାଜପେୟୀ ବିଶେଷ ଉଲ୍ଲେଖ ଅଭିନେତା ଭାବେ ପୁରସ୍କାର ଗ୍ରହଣ କରିଛନ୍ତି। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଛି।

The post ରିଶବ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା appeared first on Dharitri Odia News.