୩ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ଦିବ୍ୟାଙ୍ଗ
ଛେଣ୍ଡିପଦା, ୧ା୯ (ଅଜିତ ଧଳ)- ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ସୋମବାର ଏକ ୩ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦିବ୍ୟାଙ୍ଗ ଚନ୍ଦନ ମାଝି(୪୦)ଙ୍କୁ ଗିରଫ କରିଛି। ପୋଲିସ କହିଛି, ସମ୍ପୃକ୍ତା ଶିଶୁକନ୍ୟାଙ୍କୁ ପ୍ରଲୋଭନ ଦେଖାଇ ଅଭିଯୁକ୍ତ ନିକଟସ୍ଥ ବଗିଚାକୁ ଡାକି ନେଇ ବଳାତ୍କାର କରିଥିଲେ। ବହୁ ସମୟ ଧରି ଶିଶୁ କନ୍ୟାକୁ ନ ପାଇ […] The post ୩ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ଦିବ୍ୟାଙ୍ଗ appeared first on Dharitri Odia News.
ଛେଣ୍ଡିପଦା, ୧ା୯ (ଅଜିତ ଧଳ)- ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ସୋମବାର ଏକ ୩ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦିବ୍ୟାଙ୍ଗ ଚନ୍ଦନ ମାଝି(୪୦)ଙ୍କୁ ଗିରଫ କରିଛି। ପୋଲିସ କହିଛି, ସମ୍ପୃକ୍ତା ଶିଶୁକନ୍ୟାଙ୍କୁ ପ୍ରଲୋଭନ ଦେଖାଇ ଅଭିଯୁକ୍ତ ନିକଟସ୍ଥ ବଗିଚାକୁ ଡାକି ନେଇ ବଳାତ୍କାର କରିଥିଲେ। ବହୁ ସମୟ ଧରି ଶିଶୁ କନ୍ୟାକୁ ନ ପାଇ ପରିବାର ଲୋକେ ଖୋଜାଖୋଜି କରିବା ବେଳେ ଅଭିଯୁକ୍ତ ଯୁବକ ଉକ୍ତ ବଗିଚାରୁ ବାହାରୁଥିବା ଦେଖି ସନ୍ଦେହରେ ସେମାନେ ବଗିଚାକୁ ଯାଇଥିଲେ। ସେଠାରୁ ଶିଶୁ କନ୍ୟାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏ ନେଇ ପରିବାର ପକ୍ଷରୁ ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ନଂ ୯/୨୪ରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।
The post ୩ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ଦିବ୍ୟାଙ୍ଗ appeared first on Dharitri Odia News.