ନ୍ୟାୟ ନ ମିଳିଲେ ଛାତ୍ର ସଙ୍ଗଠନ ରାସ୍ତାକୁ ଓହ୍ଲାଇବ: ଦେବୀରଞ୍ଜନ

ଭୁବନେଶ୍ୱର,୨୫ା୬(ଅନିଲ ଦାସ): ଏନ୍‌ଇଇଟି(ୟୁଜି) ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ନେଇ ସମଗ୍ର ଦେଶରେ ବିଭିନ୍ନ ଛାତ୍ର ସଙ୍ଗଠନ ଆନ୍ଦୋଳନ ଚଳାଇଛନ୍ତି। ବିରୋଧୀ ଦଳଗୁଡ଼ିକ ମଧ୍ୟ କେନ୍ଦ୍ର ସରକାରଙ୍କୁ ଏହି ପ୍ରସଙ୍ଗରେ ଘେରିଛନ୍ତି। ତେବେ କିଛିଦିନ ଚୁପ୍‌ ରହିବା ପରେ ସୋମବାର ବିଜେଡି ଏନ୍‌ଇଇଟି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛି। ଛାତ୍ରମାନଙ୍କୁ ଉଚିତ୍‌ ନ୍ୟାୟ ନ ମିଳିଲେ ବିଜେଡି ଛାତ୍ର ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ସୋମବାର ବିଜୁ ଛାତ୍ର ଜନତା ଦଳ ସଭାପତି ତଥା […] The post ନ୍ୟାୟ ନ ମିଳିଲେ ଛାତ୍ର ସଙ୍ଗଠନ ରାସ୍ତାକୁ ଓହ୍ଲାଇବ: ଦେବୀରଞ୍ଜନ appeared first on Dharitri Odia News.

ନ୍ୟାୟ ନ ମିଳିଲେ ଛାତ୍ର ସଙ୍ଗଠନ ରାସ୍ତାକୁ ଓହ୍ଲାଇବ: ଦେବୀରଞ୍ଜନ

ଭୁବନେଶ୍ୱର,୨୫ା୬(ଅନିଲ ଦାସ): ଏନ୍‌ଇଇଟି(ୟୁଜି) ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ନେଇ ସମଗ୍ର ଦେଶରେ ବିଭିନ୍ନ ଛାତ୍ର ସଙ୍ଗଠନ ଆନ୍ଦୋଳନ ଚଳାଇଛନ୍ତି। ବିରୋଧୀ ଦଳଗୁଡ଼ିକ ମଧ୍ୟ କେନ୍ଦ୍ର ସରକାରଙ୍କୁ ଏହି ପ୍ରସଙ୍ଗରେ ଘେରିଛନ୍ତି। ତେବେ କିଛିଦିନ ଚୁପ୍‌ ରହିବା ପରେ ସୋମବାର ବିଜେଡି ଏନ୍‌ଇଇଟି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛି। ଛାତ୍ରମାନଙ୍କୁ ଉଚିତ୍‌ ନ୍ୟାୟ ନ ମିଳିଲେ ବିଜେଡି ଛାତ୍ର ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ସୋମବାର ବିଜୁ ଛାତ୍ର ଜନତା ଦଳ ସଭାପତି ତଥା ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଶଙ୍ଖ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, କେନ୍ଦ୍ର ସରକାର ନିଜର ନୀତି ଓ ଉକ୍ତିରେ ସ୍ପଷ୍ଟତା ରଖନ୍ତୁ। କେବଳ ଏନ୍‌ଟିଏ ଅଧ୍ୟକ୍ଷଙ୍କୁ କାର୍ଯ୍ୟରୁ ନିବୃତ୍ତ କରିଦେଲେ ଚଳିବ ନାହିଁ। ଛାତ୍ର ଜଗତର ଭବିଷ୍ୟତ ଓ ପରୀକ୍ଷାର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠିଛି। ସେମାନଙ୍କ ମନରେ ଯେଉଁ ପ୍ରଶ୍ନ ଉଙ୍କିମାରୁଛି, ସେଥିରେ ସ୍ପଷ୍ଟତା ଆସିବା ଦରକାର। ନ ହେଲେ ଓଡ଼ିଶାର ଛାତ୍ରମାନେ ରାସ୍ତାକୁ ଓହ୍ଲାଇ ଲଢ଼େଇ କରିବା ପାଇଁ ବେଶି ସମୟ ଲାଗିବ ନାହିଁ। କେନ୍ଦ୍ର ସରକାର ଏ ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ, ନଚେତ୍‌ ସମଗ୍ର ଓଡ଼ିଶାରେ ଏକ ବିରାଟ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଦେବୀରଞ୍ଜନ କହିଛନ୍ତି। ଏନ୍‌ଇଇଟି ହେଉ କିମ୍ବା ୟୁଜିସି-ନେଟ୍‌ ପ୍ରାୟ ୩୪ ଲକ୍ଷ ପିଲାଙ୍କ ଭାଗ୍ୟ ସହିତ ଖେଳାଯାଇଛି। ଏନ୍‌ଟିଏ ଅଧ୍ୟକ୍ଷଙ୍କୁ କେବଳ ହଟାଇ ଦେଲେ ଚଳିବ ନାହିଁ। ଏଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ପିଲାମାନେ ଯେଉଁ ବିଶ୍ୱସନୀୟତା ହରାଇଛନ୍ତି ଆଗମୀ ଦିନରେ ଯେପରି ତାହା ଫେରିପାଇବେ ସେ ଦିଗରେ ପଦକ୍ଷେପ ନେବା ଆବଶ୍ୟକ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏ ନେଇ ସ୍ପଷ୍ଟତା ଆଣୁନାହାନ୍ତି। କେତେବେଳେ କ୍ୱୋଶ୍ଚିନ ପେପର ଲିକ୍‌ ହୋଇ ନାହିଁ କହୁଥିବା ବେଳେ ଏହା କେବଳ ଲୋକାଲ ଇସ୍ୟୁ ବୋଲି କହୁଛନ୍ତି। ଏହା ସମଗ୍ର ଭାରତ ବର୍ଷର ସମସ୍ୟା ହୋଇଛି। କେବଳ ଜଣେ ଦି’ଜଣଙ୍କୁ ଗିରଫ କରିଦେଲେ ହେବ ନାହିଁ। ଛାତ୍ରମାନଙ୍କର ବିଶ୍ୱସନୀୟତା ଫେରି ପାଇବା ପାଇଁ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

The post ନ୍ୟାୟ ନ ମିଳିଲେ ଛାତ୍ର ସଙ୍ଗଠନ ରାସ୍ତାକୁ ଓହ୍ଲାଇବ: ଦେବୀରଞ୍ଜନ appeared first on Dharitri Odia News.