Baba Vanga: ପାକିସ୍ତାନକୁ କେମିତି ଆଟାକ୍ କରିବ ଭାରତ, ଭୟଙ୍କର ଭବିଷ୍ୟବାଣୀରେ ବାବା ଭେଙ୍ଗା କହିଦେଲେ ରଣନୀତି
ନୂଆଦିଲ୍ଲୀ, ୬।୫: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଆକ୍ରମଣରେ ଅନେକ ନିରୀହ ନାଗରିକ ଓ ସୁରକ୍ଷା କର୍ମୀ ପ୍ରାଣ ହରାଇଥିଲେ। ଏହି ପରିପ୍ରେକ୍ଷୀରେ ବୁଲଗେରିଆର ପ୍ର୍ରଖ୍ୟାତ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ପୁଣି ଭାରତ-ପାକିସ୍ତାନ ଯୁଦ୍ଧ ନେଇ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି। ପୂର୍ବଥର ବାବା ଭେଙ୍ଗା ଭାରତ-ପାକ୍ ଯୁଦ୍ଧ ନେଇ କହିଥିବାବେଳେ ଏଥର ଯୁଦ୍ଧ ହେଲେ ଭାରତ ପାକିସ୍ତାନ […] The post Baba Vanga: ପାକିସ୍ତାନକୁ କେମିତି ଆଟାକ୍ କରିବ ଭାରତ, ଭୟଙ୍କର ଭବିଷ୍ୟବାଣୀରେ ବାବା ଭେଙ୍ଗା କହିଦେଲେ ରଣନୀତି appeared first on Dharitri Odia News.
ନୂଆଦିଲ୍ଲୀ, ୬।୫: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଆକ୍ରମଣରେ ଅନେକ ନିରୀହ ନାଗରିକ ଓ ସୁରକ୍ଷା କର୍ମୀ ପ୍ରାଣ ହରାଇଥିଲେ। ଏହି ପରିପ୍ରେକ୍ଷୀରେ ବୁଲଗେରିଆର ପ୍ର୍ରଖ୍ୟାତ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ପୁଣି ଭାରତ-ପାକିସ୍ତାନ ଯୁଦ୍ଧ ନେଇ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି। ପୂର୍ବଥର ବାବା ଭେଙ୍ଗା ଭାରତ-ପାକ୍ ଯୁଦ୍ଧ ନେଇ କହିଥିବାବେଳେ ଏଥର ଯୁଦ୍ଧ ହେଲେ ଭାରତ ପାକିସ୍ତାନ ଉପରେ କେମିତି ଆଟାକ୍ କରିବ ସେନେଇ ରଣନୀତିର ସେ ଖୋଦ୍ ଖୁଲାସା କରିଛନ୍ତି।
Baba Vanga: ବାବା ଭେଙ୍ଗା, ଯିଏ ‘ବାଲକାନର ନଷ୍ଟ୍ରାଡାମସ’ ଭାବେ ପରିଚିତ, ୨୦୨୫ରେ ଏକ ବିନାଶକାରୀ ଯୁଦ୍ଧର ସମ୍ଭାବନା ବିଷୟରେ ଭବିଷ୍ୟବାଣୀ କରିଥିଲେ। ସେ କୌଣସି ଦେଶର ନାମ ଉଲ୍ଲେଖ କରି ନ ଥିଲେ, କିନ୍ତୁ ତାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ଏହି ଯୁଦ୍ଧ ୟୁରୋପର ମୂଳଦୁଆକୁ ହଲେଇ ଦେବ। ତେବେ, ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ଦେଖି ଅନେକେ ତାଙ୍କ ଭବିଷ୍ୟବାଣୀକୁ ଏହି ପରିସ୍ଥିତି ସହ ଯୋଡିଛନ୍ତି।
Baba Vanga: ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ, ଯେପରିକି ଆମେରିକାରେ ୯/୧୧ ଆକ୍ରମଣ, ରାଜକୁମାରୀ ଡାୟାନାଙ୍କ ମୃତ୍ୟୁ, ଚେର୍ନୋବିଲ ଦୁର୍ଘଟନା ଓ ବ୍ରେକ୍ସିଟ ଆଦି ସତ ହୋଇଥିବା ଦାବି କରାଯାଏ। ତେଣୁ ତାଙ୍କ ଏହି ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଆହୁରି କହିଥିଲେ ଯେ ୨୦୪୩ ସୁଦ୍ଧା ୟୁରୋପରେ ମୁସଲିମ ଶାସନ ପ୍ରତିଷ୍ଠା ହେବ ଏବଂ ୨୦୭୬ ସୁଦ୍ଧା ବିଶ୍ୱରେ କମ୍ୟୁନିଜମ ଫେରିବ।
Baba Vanga: ତେବେ, ଅନେକ ବିଶେଷଜ୍ଞ ସମାଲୋଚକ କହୁଛନ୍ତି ଯେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅସ୍ପଷ୍ଟ ଏବଂ ଏହାର ବ୍ୟାଖ୍ୟା ଘଟଣା ଘଟିବା ପରେ କରାଯାଏ। ସେମାନେ ଏହାକୁ ମାନବୀୟ ଭୟ ଓ ଆଶଙ୍କାର ପ୍ରତିଫଳନ ବୋଲି କହୁଛନ୍ତି। ତଥାପି, ତାଙ୍କ ଭବିଷ୍ୟବାଣୀ ଜନମାନସରେ କୌତୂହଳ ଓ ଆଲୋଚନାର ବିଷୟ ହୋଇଛି।
Baba Vanga: ଏକ ରିପୋର୍ଟ ଅନୁଯାୟୀ, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ମଧ୍ୟରେ ୨୦୨୫ରେ ଏକ ନୂତନ ଶକ୍ତି ଉତ୍ସର ଆବିଷ୍କାର ଏବଂ ବଡ଼ ଇଭେଣ୍ଟରେ ଏଲିଏନ ସହ ସାକ୍ଷାତର ସମ୍ଭାବନା ମଧ୍ୟ ରହିଛି। ଏହି ଭବିଷ୍ୟବାଣୀ ସତ ହେବ କି ନାହିଁ, ତାହା ସମୟ ହିଁ କହିବ। ବର୍ତ୍ତମାନ ଭାରତ ସରକାର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କ କରିବା ସହ ସିଭିଲ ଡିଫେନ୍ସ ମକ ଡ୍ରିଲ ଆୟୋଜନ କରୁଛନ୍ତି। ଜନସାଧାରଣଙ୍କୁ ଏହି ପରିସ୍ଥିତିରେ ସଚେତନ ଓ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
The post Baba Vanga: ପାକିସ୍ତାନକୁ କେମିତି ଆଟାକ୍ କରିବ ଭାରତ, ଭୟଙ୍କର ଭବିଷ୍ୟବାଣୀରେ ବାବା ଭେଙ୍ଗା କହିଦେଲେ ରଣନୀତି appeared first on Dharitri Odia News.