ବିମାନବନ୍ଦରରେ ବ୍ୟାଗ୍ ଯାଞ୍ଚ ବେଳେ ଯାତ୍ରୀଙ୍କ ଟଙ୍କା ଚୋରି
ମୁମ୍ବାଇ,୧୨।୧: ମୁମ୍ବାଇ ବିମାନବନ୍ଦରରେ ବ୍ୟାଗ୍ ଯାଞ୍ଚ ବେଳେ ଜଣେ ଯାତ୍ରୀଙ୍କ ୧ ଲକ୍ଷେ ଟଙ୍କା ସହ ୭୮ ବର୍ଷର ଏକ ବହୁ ପୁରୁଣା ଫାଉଣ୍ଟେନ୍ ପେନ୍ ଚୋରି ହୋଇଯାଇଛି। ବଣିପାଲ ଗ୍ରୁପ୍ କମ୍ପାନୀର ନିର୍ଦ୍ଦେଶକ ବିନୋଦ କୁମାର ମଣ୍ଡଳଙ୍କ ନିକଟରୁ ଏହି ଚୋରି ହୋଇଛି। ଚୋରି ପଛରେ ଏୟାରପୋର୍ଟ କର୍ମଚାରୀ ସମ୍ପୃକ୍ତ ଥିବା ନିର୍ଦ୍ଦେଶକ ସନ୍ଦେହ କରୁଛନ୍ତି। ଏନେଇ ପୋଲିସରେ ଅଭିଯୋଗ କରିବାକୁ କରିବାକୁ ତାଙ୍କୁ ପ୍ରାୟ ୫ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ଘରୋଇ ବିମାନ […] The post ବିମାନବନ୍ଦରରେ ବ୍ୟାଗ୍ ଯାଞ୍ଚ ବେଳେ ଯାତ୍ରୀଙ୍କ ଟଙ୍କା ଚୋରି appeared first on Dharitri Odia News.
ମୁମ୍ବାଇ,୧୨।୧: ମୁମ୍ବାଇ ବିମାନବନ୍ଦରରେ ବ୍ୟାଗ୍ ଯାଞ୍ଚ ବେଳେ ଜଣେ ଯାତ୍ରୀଙ୍କ ୧ ଲକ୍ଷେ ଟଙ୍କା ସହ ୭୮ ବର୍ଷର ଏକ ବହୁ ପୁରୁଣା ଫାଉଣ୍ଟେନ୍ ପେନ୍ ଚୋରି ହୋଇଯାଇଛି। ବଣିପାଲ ଗ୍ରୁପ୍ କମ୍ପାନୀର ନିର୍ଦ୍ଦେଶକ ବିନୋଦ କୁମାର ମଣ୍ଡଳଙ୍କ ନିକଟରୁ ଏହି ଚୋରି ହୋଇଛି। ଚୋରି ପଛରେ ଏୟାରପୋର୍ଟ କର୍ମଚାରୀ ସମ୍ପୃକ୍ତ ଥିବା ନିର୍ଦ୍ଦେଶକ ସନ୍ଦେହ କରୁଛନ୍ତି। ଏନେଇ ପୋଲିସରେ ଅଭିଯୋଗ କରିବାକୁ କରିବାକୁ ତାଙ୍କୁ ପ୍ରାୟ ୫ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ଘରୋଇ ବିମାନ ଟର୍ମିନାଲରେ ଓହ୍ଲାଇବା ପରେ ତାଙ୍କ ବ୍ୟାଗ୍ର ନମ୍ବର ଲକ୍ ଥିବା ବେଳେ ଜିପ୍କୁ କେହି ପୂର୍ବରୁ ଖୋଲିଥିବା ସେ ଜାଣିବାକୁ ପାଇଥିଲେ।
ସେ ଦୁଇଦିନିଆ ଅଫିସିଆଲ ଗସ୍ତରେ ଯାଉଥିବାରୁ ଜରୁରୀ ଆବଶ୍ୟକତା ପାଇଁ ଲକ୍ଷେ ଟଙ୍କା ଏବଂ ୫,୦୦୦ ଟଙ୍କା ମୂଲ୍ୟର ଫାଉଣ୍ଟେନ୍ ପେନ୍ ବ୍ୟାଗରେ ରଖିଥିଲେ ବୋଲି ସେ କହିଛନ୍ତି। ଉକ୍ତ ପେନ୍ଙ୍କୁ ତାଙ୍କ ଜେଜେ ୧୯୪୬ରେ କିଣିଥିଲେ। ବିମାନରେ ଅନେକ ସମୟରେ ଚୋରି ହେଉଥିଲେ ମଧ୍ୟ କ୍ୱଚିତ ପୋଲିସ ଏବଂ ଏୟାରଲାଇନ୍ସ ନିକଟରେ ଅଭିଯୋଗ କରିଥାନ୍ତି। ତେବେ ବିମାନବନ୍ଦର କର୍ତ୍ତୃପକ୍ଷ ଯାତ୍ରୀଙ୍କ ଧୈର୍ଯ୍ୟ ପରୀକ୍ଷା କରିବା ଦୁଃଖଦାୟକ ବୋଲି ବିନୋଦ ପ୍ରକାଶ କରିଛନ୍ତି।
The post ବିମାନବନ୍ଦରରେ ବ୍ୟାଗ୍ ଯାଞ୍ଚ ବେଳେ ଯାତ୍ରୀଙ୍କ ଟଙ୍କା ଚୋରି appeared first on Dharitri Odia News.