ଇରାନ-ଇସ୍ରାଏଲ୍ ମଧ୍ୟରେ ହେବ ଯୁଦ୍ଧ ! ମଧ୍ୟପ୍ରାଚ୍ୟ ଆଡ଼କୁ ମାଡ଼ି ଆସୁଛି ଆମେରିକାର ୧୨ ଘାତକ F-୨୨ ରାଫ୍ଟର
ନୂଆଦିଲ୍ଲୀ: ଇସ୍ରାଏଲ୍-ଇରାନ ଯୁଦ୍ଧ ଆରମ୍ଭ ହେବା ଦ୍ୱାରା ଦୁନିଆରେ କଣ ହେବ, ସଂସାର ଉପରକୁ କେଉଁ ବଡ଼ ବିପଦ ମାଡ଼ି ଆସିବ, ତାହାକୁ ନେଇ ସବୁ ଦେଶ ଚିନ୍ତିତ । ତୃତୀୟ ବିଶ୍ୱଯୁଦ୍ଧର ଘଣ୍ଟି ବାଜି ସାରିଛି କି ? କଣ ଏହି ଯୁଦ୍ଧକୁ ଏଡାଇ ପାରିବା ଏବେ ଅସମ୍ଭବ ? ଏହି ପ୍ରଶ୍ନ ଏଥି ପାଇଁ କାରଣ ଆମେରିକାର ୧୨ ଏଫ୍-୨୨ ରାଫ୍ଟର ଫାଇଟର୍ ଦ୍ରୁତ ଗତିରେ ମଧ୍ୟପ୍ରାଚ୍ୟ ଆଡକୁ ମାଡ଼ି ଆସୁଛି । ଆମେରିକା କିଛି ବଡ଼ କରିବାକୁ ଯାଉଛି କି ? ସତରେ ଇସ୍ରାଏଲ୍ ଉପରେ ଇରାନ ଶତାବ୍ଦୀର ସବୁଠୁ ବଡ଼ ଆକ୍ରଣ କରିବାକୁ ଯାଉଛି ? ମଧ୍ୟପ୍ରାଚ୍ୟ ଆଡ଼କୁ ଆକାଶରେ ଗର୍ଜନ ଭରି ଆସୁଥିବା ଆମେରିକାର ଯୁଦ୍ଧ ବିମାନ ଇରାନରେ ହଇଚଇ ସୃଷ୍ଟି କରିଛି । କୁହାଯାଉଛି ଯେ ଆମେରିକାର ଏହି ବିମାନ ମୁତୟନ ମଧ୍ୟପ୍ରାଚ୍ୟରେ ବଡ଼ ଯୁଦ୍ଧ ଆରମ୍ଭର ଆଶଂକା ଏବଂ ଇସ୍ରାଏଲ୍ ବିରୋଧୀ ଯେକୌଣସି ବିପଦର ମୁକାବିଲା ପାଇଁ କରାଯାଇଛି । ହମାସ୍ ମୁଖ୍ୟ ଇସ୍ମାଇଲ୍ ହାନିୟେଙ୍କ ହତ୍ୟା ପରେ ଇରାନ, ଇସ୍ରାଏଲଠାରୁ ପ୍ରତିଶୋଧ ନେବା ପାଇଁ ଧମକ ଦେଇଛି । ଇରାନର ସର୍ବୋଚ୍ଚ ନେତା ଖାମନେ ଚେତାବନୀ ଦେଇ କହିଥିଲେ ଯେ ଇସ୍ରାଏଲ୍ ଉପରେ ଏତେ ବଡ଼ ଆକ୍ରମଣ କରାଯିବ, ଯାହାର କଳ୍ପନା ବେଞ୍ଜାମିନ୍ ନେତନ୍ୟାହୁ କରି ନଥିବେ ।BREAKING: Twelve American F-22 Raptors head to the Middle East, ready to counter any Iranian threat against Israel. pic.twitter.com/0cyaoT
ନୂଆଦିଲ୍ଲୀ: ଇସ୍ରାଏଲ୍-ଇରାନ ଯୁଦ୍ଧ ଆରମ୍ଭ ହେବା ଦ୍ୱାରା ଦୁନିଆରେ କଣ ହେବ, ସଂସାର ଉପରକୁ କେଉଁ ବଡ଼ ବିପଦ ମାଡ଼ି ଆସିବ, ତାହାକୁ ନେଇ ସବୁ ଦେଶ ଚିନ୍ତିତ । ତୃତୀୟ ବିଶ୍ୱଯୁଦ୍ଧର ଘଣ୍ଟି ବାଜି ସାରିଛି କି ? କଣ ଏହି ଯୁଦ୍ଧକୁ ଏଡାଇ ପାରିବା ଏବେ ଅସମ୍ଭବ ? ଏହି ପ୍ରଶ୍ନ ଏଥି ପାଇଁ କାରଣ ଆମେରିକାର ୧୨ ଏଫ୍-୨୨ ରାଫ୍ଟର ଫାଇଟର୍ ଦ୍ରୁତ ଗତିରେ ମଧ୍ୟପ୍ରାଚ୍ୟ ଆଡକୁ ମାଡ଼ି ଆସୁଛି । ଆମେରିକା କିଛି ବଡ଼ କରିବାକୁ ଯାଉଛି କି ? ସତରେ ଇସ୍ରାଏଲ୍ ଉପରେ ଇରାନ ଶତାବ୍ଦୀର ସବୁଠୁ ବଡ଼ ଆକ୍ରଣ କରିବାକୁ ଯାଉଛି ?
ମଧ୍ୟପ୍ରାଚ୍ୟ ଆଡ଼କୁ ଆକାଶରେ ଗର୍ଜନ ଭରି ଆସୁଥିବା ଆମେରିକାର ଯୁଦ୍ଧ ବିମାନ ଇରାନରେ ହଇଚଇ ସୃଷ୍ଟି କରିଛି । କୁହାଯାଉଛି ଯେ ଆମେରିକାର ଏହି ବିମାନ ମୁତୟନ ମଧ୍ୟପ୍ରାଚ୍ୟରେ ବଡ଼ ଯୁଦ୍ଧ ଆରମ୍ଭର ଆଶଂକା ଏବଂ ଇସ୍ରାଏଲ୍ ବିରୋଧୀ ଯେକୌଣସି ବିପଦର ମୁକାବିଲା ପାଇଁ କରାଯାଇଛି । ହମାସ୍ ମୁଖ୍ୟ ଇସ୍ମାଇଲ୍ ହାନିୟେଙ୍କ ହତ୍ୟା ପରେ ଇରାନ, ଇସ୍ରାଏଲଠାରୁ ପ୍ରତିଶୋଧ ନେବା ପାଇଁ ଧମକ ଦେଇଛି । ଇରାନର ସର୍ବୋଚ୍ଚ ନେତା ଖାମନେ ଚେତାବନୀ ଦେଇ କହିଥିଲେ ଯେ ଇସ୍ରାଏଲ୍ ଉପରେ ଏତେ ବଡ଼ ଆକ୍ରମଣ କରାଯିବ, ଯାହାର କଳ୍ପନା ବେଞ୍ଜାମିନ୍ ନେତନ୍ୟାହୁ କରି ନଥିବେ ।
BREAKING: Twelve American F-22 Raptors head to the Middle East, ready to counter any Iranian threat against Israel. pic.twitter.com/0cyaoTjvqG— Hananya Naftali (@HananyaNaftali) August 7, 2024
ଇସ୍ରାଏଲ୍ ଉପରେ ବଡ଼ ଆକ୍ରମଣ ପାଇଁ ଇରାନ ପ୍ରସ୍ତୁତି କରୁଥିବା ଆମେରିକା ସଂକେତ ଦେଇସାରିଛି । ଏହାସହ ସେ ହଜାର ହଜାର ମିସାଇଲ୍ ଏବଂ ରକେଟ୍ ଆକ୍ରମଣ କରିପାରେ । ଏଥିପାଇଁ ଆମେରିକା ମଧ୍ୟ ଇସ୍ରାଏଲର ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରୁଛି । ଆମେରିକା ପ୍ରାୟ ଏକ ଡଜନ ଯୁଦ୍ଧପୋତକୁ ଇସ୍ରାଏଲ୍ ସୀମା ଏବଂ ମଧ୍ୟପ୍ରାଚ୍ୟା ଦେଶରେ ମୁତୟନ କରିଛି । ଫଳରେ ଇସ୍ରାଏଲ୍ ଉପରେ ହେବାକୁ ଥିବା ମିସାଇଲ୍ ଏବଂ ରକେଟ୍ ଆକ୍ରମଣକୁ ଆକାଶରେ ହିଁ ମାରି ନଷ୍ଟ କରାଯିବ । ଏହାସହ ଆମେରିକାର ଏଫ୍-୨୨ ରାଫ୍ଟର ଯୁଦ୍ଧ ବିମାନ ଶତ୍ରୁ ଆକ୍ରମଣର ଜବାବ ଦେବା ଏବଂ ସେମାନଙ୍କୁ ଶେଷ କରିବା ପାଇଁ ମୁତୟନ କରାଯାଉଛି ।