ଉପର ମୁଣ୍ଡରେ ପ୍ରବଳ ବର୍ଷା : ୩ ନଦୀରେ ବନ୍ୟା, ୩ ଜିଲ୍ଲାକୁ ବିପଦ
ଭୁବନେଶ୍ୱର : ରାଜ୍ୟରେ ପୁଣି ବନ୍ୟା ସ୍ଥିତି । ୩ ନଦୀରେ ବନ୍ୟା । ସୁବର୍ଣ୍ଣରେଖା, ବୈତରଣୀ ଓ ଜଳକାରେ ବନ୍ୟା । କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ଓ ବୈତରଣୀରେ ବନ୍ୟା ଆସିଛି । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ଆନନ୍ଦପୁରରେ ବୈତରଣୀର ବିପଦ ସଂକେତ ୩୮.୩୬ ମିଟର ଥିବା ବେଳେ ଏହା ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଆଖୁଆପଦାରେ ମଧ୍ୟ ବିପଦ ସଂକେତ […] The post ଉପର ମୁଣ୍ଡରେ ପ୍ରବଳ ବର୍ଷା : ୩ ନଦୀରେ ବନ୍ୟା, ୩ ଜିଲ୍ଲାକୁ ବିପଦ appeared first on KNews Odisha.

ଭୁବନେଶ୍ୱର : ରାଜ୍ୟରେ ପୁଣି ବନ୍ୟା ସ୍ଥିତି । ୩ ନଦୀରେ ବନ୍ୟା । ସୁବର୍ଣ୍ଣରେଖା, ବୈତରଣୀ ଓ ଜଳକାରେ ବନ୍ୟା । କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ଓ ବୈତରଣୀରେ ବନ୍ୟା ଆସିଛି । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ଆନନ୍ଦପୁରରେ ବୈତରଣୀର ବିପଦ ସଂକେତ ୩୮.୩୬ ମିଟର ଥିବା ବେଳେ ଏହା ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଆଖୁଆପଦାରେ ମଧ୍ୟ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ଏଠାରେ ବିପଦ ସଂକେତ ସ୍ତର ରହିଛି ୧୮.୩୩ ମିଟର। ବୈତରଣୀରେ ଜଳସ୍ତର ବଢ଼ିବାରେ ଲାଗିଛି ।
ସେପଟେ ମଥାନୀରେ ବିପଦ ସଂକେତ ଉପରେ ରହିଛି ଜଳକା । ଏଠାରେ ବିପଦ ସଂକତେ ସ୍ତର ରହିଛି ୬.୫୦ ମିଟର । ତେବେ ଜଳକାର ଜଳସ୍ତର ଖସିବାରେ ଲାଗିଥିବା ଜଳ ସଂପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଜାମଶୋଳାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା । ରାଜଘାଟରେ ଜଳସ୍ତର କମିଛି। ରାଜଘାଟରେ ବିପଦ ସଂକେତ ସ୍ତର ୧୦.୩୬ ମିଟର ଥିବା ବେଳେ ଏହାର ତଳେ ପ୍ରବାହିତ ହେଉଛି ବନ୍ୟା ଜଳ। ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆସୁଛି । ଆଜି ସର୍ବୋଚ୍ଚ ବନ୍ୟାଜଳ ପ୍ରବାହ ହୋଇପାରେ ବୋଲି ଅନୁମାନ କରାଯାଉଛି । ନଦୀର ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି । ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି । ଅବାଶ୍ୟକ ସ୍ଥଳେ ତଳିଆ ଅଞ୍ଚଳର ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ବୁଢ଼ାବଳଙ୍ଗ ଓ ବ୍ରାହ୍ମଣୀ ଅବବାହିକା ଉପରେ ମଧ୍ୟ ନଜର ରଖାଯାଇଛି । ବ୍ରାହ୍ମଣୀରେ ମଧ୍ୟ ଜଳସ୍ତର ବୃଦ୍ଧି ହେଉଛି । ତେବେ ମହାନଦୀରେ ବନ୍ୟା ଆଶଂକା ନାହିଁ ।
ଆହୁରି ପଢନ୍ତୁ : କୁଆଖାଇ ବାଲିଯାତ୍ରା ଘାଟରେ ବୁଡ଼ିଗଲେ ୫ ଯୁବକ, ଉଦ୍ଧାର ସମସ୍ତ ଯୁବକ ଏକ ଘରୋଇ ଶିକ୍ଷାନୁଷ୍ଠାନର
The post ଉପର ମୁଣ୍ଡରେ ପ୍ରବଳ ବର୍ଷା : ୩ ନଦୀରେ ବନ୍ୟା, ୩ ଜିଲ୍ଲାକୁ ବିପଦ appeared first on KNews Odisha.