ମହାମେଣ୍ଟରେ ଫାଟ ଅଭିଯୋଗକୁ ଶିନ୍ଦେଙ୍କ ଖଣ୍ଡନ
ମୁମ୍ବାଇ,୨।୩: ମହାରାଷ୍ଟ୍ରର ଶାସକ ମହାମେଣ୍ଟରେ ଫାଟ ଗୁଜବକୁ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ଖଣ୍ଡନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ ଏବଂ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସହ ତାଙ୍କର ସବୁକିଛି ‘ଥଣ୍ଡା ଥଣ୍ଡା ଏବଂ କୁଲ୍ କୁଲ୍’ ଚାଲିଛି ବୋଲି ଶିନ୍ଦେ ମିଳିତ ଖବରତାତା ସମ୍ମିଳନୀରେ କହିଛନ୍ତି। ସମ୍ମିଳନୀରେ ଶିନ୍ଦେଙ୍କ ସହ ଫଡ୍ନବିସ୍ ଏବଂ ଅଜିତ ପାଓ୍ବାର ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଶିନ୍ଦେ କହିଥିଲେ, ମୋତେ ହାଲୁକା ଭାବେ ନିଅନାହିଁ। ତାଙ୍କର ଏହି […] The post ମହାମେଣ୍ଟରେ ଫାଟ ଅଭିଯୋଗକୁ ଶିନ୍ଦେଙ୍କ ଖଣ୍ଡନ appeared first on Dharitri Odia News.
ମୁମ୍ବାଇ,୨।୩: ମହାରାଷ୍ଟ୍ରର ଶାସକ ମହାମେଣ୍ଟରେ ଫାଟ ଗୁଜବକୁ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ଖଣ୍ଡନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ ଏବଂ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସହ ତାଙ୍କର ସବୁକିଛି ‘ଥଣ୍ଡା ଥଣ୍ଡା ଏବଂ କୁଲ୍ କୁଲ୍’ ଚାଲିଛି ବୋଲି ଶିନ୍ଦେ ମିଳିତ ଖବରତାତା ସମ୍ମିଳନୀରେ କହିଛନ୍ତି।
ସମ୍ମିଳନୀରେ ଶିନ୍ଦେଙ୍କ ସହ ଫଡ୍ନବିସ୍ ଏବଂ ଅଜିତ ପାଓ୍ବାର ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଶିନ୍ଦେ କହିଥିଲେ, ମୋତେ ହାଲୁକା ଭାବେ ନିଅନାହିଁ। ତାଙ୍କର ଏହି ମନ୍ତବ୍ୟରୁ ମହାମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା।
ମେଣ୍ଟରେ ଶୀତଳ ଯୁଦ୍ଧ ଚାଲିଛି କି ବୋଲି ପ୍ରଶ୍ନ ହେବାରୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ମଧ୍ୟରେ ଶୀତଳ ଯୁଦ୍ଧ କିପରି ହେବ କହି ଶିନ୍ଦେ ପରିହାସ କରିଛନ୍ତି। ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ନେଇ ଆପଣମାନେ ଯେତେ ଚାଞ୍ଚଲ୍ୟକର ଖବର କରିବାକୁ ଉଦ୍ୟମ କଲେ ବି କିଛି ଯାଏଆସେ ନାହିଁ। ଆମ ମେଣ୍ଟ ଭାଙ୍ଗିବାର ନାହିଁ ବୋଲି ଶିନ୍ଦେ ସ୍ପଷ୍ଟ କରିଦେଇଛନ୍ତି।
The post ମହାମେଣ୍ଟରେ ଫାଟ ଅଭିଯୋଗକୁ ଶିନ୍ଦେଙ୍କ ଖଣ୍ଡନ appeared first on Dharitri Odia News.