ଆଉ ଦେଇପାରିବେନି ୟୁଟ୍ୟୁବରେ ବିଭ୍ରାନ୍ତିକର ଥମ୍ବନେଲ, ହେବ ଆକ୍ସନ

ନୂଆଦିଲ୍ଲୀ: ଲୋକପ୍ରିୟ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବର ବଡ଼ ଘୋଷଣା। ଏଣିକି ଚ୍ୟାନେଲରେ ବିଭ୍ରାନ୍ତିକର ଭିଡିଓ ଦେଖାଇଲେ ନିଆଯିବ ଆକ୍ସନ। ବିଶେଷ କରି ସେହି ଭିଡିଓ ଉପରେ ଆକ୍ସନ ନିଆଯିବ, ଯାହାର ଟାଇଟଲ ଏବଂ ଥମ୍ବନେଲ କିଛି ଥିବ, ଆଉ ଭିଡିଓରେ କିଛି ଅଲଗା କଣ୍ଟେଣ୍ଟ। ଏହାକୁ ସାଧାରଣତଃ ‘କ୍ଲିକବେଟ’ ବୋଲି କୁହାଯାଏ। ତେବେ କମ୍ପାନିର ଏହି ପଦକ୍ଷେପକୁ ଭାରତରେ ବିଭ୍ରାନ୍ତିକର କଣ୍ଟେଣ୍ଟ ବିରୋଧର ବଡ଼ ପଦକ୍ଷେପ ଭାବରେ ବିବେଚନା କରାଯାଉଛି। ୟୁଟ୍ୟୁବର କହିବା ଅନୁଯାୟୀ, ଦର୍ଶକଙ୍କୁ ଭରସାଯୋଗ୍ୟ କଣ୍ଟେଣ୍ଟ ଦେବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ବିଶେଷକରି ଏହି ପଦକ୍ଷେପ ଦ୍ବାରା ଦର୍ଶକଙ୍କୁ ସେତେବେଳେ ସୁବିଧା ହେବ ଯେତେବେଳେ ସେମାନେ ଖବର କିମ୍ବା ବର୍ତ୍ତମାନ ବା କୌଣସି ଟ୍ରେଣ୍ଡିଂ ଘଟଣା ସମ୍ପର୍କିତ ଭିଡିଓ ଦେଖୁଛନ୍ତି। ଏବେ କ୍ରିଏଟର୍ସଙ୍କୁ ସାବଧାନ ରହିବାକୁ ହେବ, କାରଣ ବିଭ୍ରାନ୍ତିକର ଟାଇଟଲ ଥିବା ଭିଡିଓ ଉପରେ ୟୁଟ୍ୟୁବ କଡ଼ା ନଜର ରଖିବ।ୟୁଟ୍ୟୁବ ପକ୍ଷରୁ କୁହାଯାଇଛି କ୍ଲିକବେଟ୍ ଟାଇଟଲ ଏବଂ ଥମ୍ବନେଲ ଦର୍ଶକଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି। ଏଭଳି ଭିଡିଓ ଲୋକଙ୍କୁ ଭ୍ରମିତ କରୁଛନ୍ତି ଏବଂ ଆଶା କରୁଥିବା କଣ୍ଟେଣ୍ଟ ଠାରୁ ଅଲଗା କଣ୍ଟେଣ୍ଟ ଦେଖାଛଛନ୍ତି। ଏହାଦ୍ବାରା କେବଳ ଯେ, ଲୋକଙ୍କ ସମୟ ନଷ୍ଟ ହେଉଛି ତାହା ନୁହେଁ, ପ୍ଲାଟଫର୍ମ ଉପରୁ ଲୋକେ ଭରଷା ମଧ୍ୟ ହରାଉଛନ୍ତି। ୟୁଟ୍ୟୁବ ଅନୁଯାୟୀ, ଏହି

ଆଉ ଦେଇପାରିବେନି ୟୁଟ୍ୟୁବରେ ବିଭ୍ରାନ୍ତିକର ଥମ୍ବନେଲ, ହେବ ଆକ୍ସନ

ନୂଆଦିଲ୍ଲୀ: ଲୋକପ୍ରିୟ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବର ବଡ଼ ଘୋଷଣା। ଏଣିକି ଚ୍ୟାନେଲରେ ବିଭ୍ରାନ୍ତିକର ଭିଡିଓ ଦେଖାଇଲେ ନିଆଯିବ ଆକ୍ସନ। ବିଶେଷ କରି ସେହି ଭିଡିଓ ଉପରେ ଆକ୍ସନ ନିଆଯିବ, ଯାହାର ଟାଇଟଲ ଏବଂ ଥମ୍ବନେଲ କିଛି ଥିବ, ଆଉ ଭିଡିଓରେ କିଛି ଅଲଗା କଣ୍ଟେଣ୍ଟ। ଏହାକୁ ସାଧାରଣତଃ ‘କ୍ଲିକବେଟ’ ବୋଲି କୁହାଯାଏ। ତେବେ କମ୍ପାନିର ଏହି ପଦକ୍ଷେପକୁ ଭାରତରେ ବିଭ୍ରାନ୍ତିକର କଣ୍ଟେଣ୍ଟ ବିରୋଧର ବଡ଼ ପଦକ୍ଷେପ ଭାବରେ ବିବେଚନା କରାଯାଉଛି। 

ୟୁଟ୍ୟୁବର କହିବା ଅନୁଯାୟୀ, ଦର୍ଶକଙ୍କୁ ଭରସାଯୋଗ୍ୟ କଣ୍ଟେଣ୍ଟ ଦେବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ବିଶେଷକରି ଏହି ପଦକ୍ଷେପ ଦ୍ବାରା ଦର୍ଶକଙ୍କୁ ସେତେବେଳେ ସୁବିଧା ହେବ ଯେତେବେଳେ ସେମାନେ ଖବର କିମ୍ବା ବର୍ତ୍ତମାନ ବା କୌଣସି ଟ୍ରେଣ୍ଡିଂ ଘଟଣା ସମ୍ପର୍କିତ ଭିଡିଓ ଦେଖୁଛନ୍ତି। ଏବେ କ୍ରିଏଟର୍ସଙ୍କୁ ସାବଧାନ ରହିବାକୁ ହେବ, କାରଣ ବିଭ୍ରାନ୍ତିକର ଟାଇଟଲ ଥିବା ଭିଡିଓ ଉପରେ ୟୁଟ୍ୟୁବ କଡ଼ା ନଜର ରଖିବ।

ୟୁଟ୍ୟୁବ ପକ୍ଷରୁ କୁହାଯାଇଛି କ୍ଲିକବେଟ୍ ଟାଇଟଲ ଏବଂ ଥମ୍ବନେଲ ଦର୍ଶକଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି। ଏଭଳି ଭିଡିଓ ଲୋକଙ୍କୁ ଭ୍ରମିତ କରୁଛନ୍ତି ଏବଂ ଆଶା କରୁଥିବା କଣ୍ଟେଣ୍ଟ ଠାରୁ ଅଲଗା କଣ୍ଟେଣ୍ଟ ଦେଖାଛଛନ୍ତି। ଏହାଦ୍ବାରା କେବଳ ଯେ, ଲୋକଙ୍କ ସମୟ ନଷ୍ଟ ହେଉଛି ତାହା ନୁହେଁ, ପ୍ଲାଟଫର୍ମ ଉପରୁ ଲୋକେ ଭରଷା ମଧ୍ୟ ହରାଉଛନ୍ତି। ୟୁଟ୍ୟୁବ ଅନୁଯାୟୀ, ଏହି ସମସ୍ୟା ସେତେବେଳେ ଆହୁରି ଗମ୍ଭୀର ହେଉଛି ଯେତେବେଳେ ଏହା ବ୍ରେକିଂ ନ୍ୟୁଜ କିମ୍ବା ତାଜା ଘଟଣା ସହ ଜଡ଼ିତ। କାରଣ ଲୋକେ ଏଭଳି ସମୟରେ ସଠିକ୍‌ ସୂଚନା ଜାଣିବାକୁ ଚାହାନ୍ତି। 

କମ୍ପାନି କହିଛି ଏହି ନିୟମକୁ ଧୀରେ ଧୀରେ ଲାଗୁ କରାଯିବ। ଯାହାଦ୍ବାରା କ୍ରିଏଟରଙ୍କୁ ନୂଆ ମାର୍ଗଦର୍ଶିକା ଅନୁଯାୟୀ ନିଜର କଣ୍ଟେଣ୍ଟ ପ୍ରସ୍ତୁତି କରିବାକୁ ସମୟ ମିଳିପାରିବ।  କମ୍ପାନି ପ୍ରଥମେ ସେହି ଭିଡିଓକୁ ହଟାଇବା ଉପରେ ଧ୍ୟାନ ଦେବ, ଯାହା ନୂଆ ନିୟମର ଲଲ୍ଲଘଂନ କରୁଛନ୍ତି । କିନ୍ତୁ କ୍ରିଏଟର୍ସଙ୍କ ଚ୍ୟାନେଲ ଉପରେ କୌଣସି ଷ୍ଟ୍ରାଇକ ଲାଗିବନି। ଏହାର ଉଦ୍ଦେଶ୍ୟ କ୍ରିଏଟର୍ସଙ୍କୁ ସଚେତନ କରିବା ଏବଂ ସେମାନଙ୍କୁ ନିଜ କଣ୍ଟେଣ୍ଟକୁ ନୂଆ ନିୟମ ଅନୁଯାୟୀ ବନାଇବାକୁ ସାହାଯ୍ୟ କରିବ।