କଟକ ସହରରେ ଲୋକଙ୍କୁ ଅସହ୍ୟ କଲେଣି ମଶା;କୁମ୍ଭକର୍ଣ୍ଣ ନିଦ୍ରାରେ ସିଏମ୍ସି
କନକ ବ୍ୟୁରୋ : କଟକ ସହରରେ ଲୋକଙ୍କୁ ଅସହ୍ୟ କଲେଣି ମଶା । ମଶାଙ୍କ ପ୍ରାଦୁର୍ଭାବ ଯୋଗୁ ତ୍ରାହିତ୍ରାହି ଡାକୁଛନ୍ତି ସହରବାସୀ । ଡ୍ରେନରେ ନିୟମିତ ମଶାତେଲ ପକାଯାଉନାହିଁ, ମଶାଧୂଆଁ ଛଡ଼ାଯାଉ ନାହିଁ କି ବୁସ୍ କଟିଂ କରାଯାଉନାହିଁ । କୁମ୍ଭକର୍ଣ୍ଣ ନିଦ୍ରାରେ ସିଏମ୍ସି ଶୋଇଥିବା ଅଭିଯୋଗ ହୋଇଛି । ସାରା ସହରରେ ସମାନ ଅବସ୍ଥା । ଚାରିଆଡ଼େ ମଶା ଭଣଭଣ,କି ଦିନ କି ରାତି,ଲୋକ ତ୍ରାହିତ୍ରାହି ଡାକୁଛନ୍ତି । ସିଲଭର ସିଟି କଟକର ଡ୍ରେନ୍ଗୁଡ଼ିକରେ ନିୟମିତ ମଶାତେଲ ପକାଇବା, ମଶାଧୂଆଁ ଛାଡ଼ିବା କି ବୁସ୍ କଟିଂ କରାଯାଉନଥିବା ଅଭିଯୋଗ ହୋଇଛି । ମହାନଗର ନିଗମ ଯେମିତି ଚେଇଁ ଶୋଇଛି । କଟକରେ ମଶା ସମସ୍ୟା ଆଜିର ନୁହେଁ, ସୁବାସ ସିଂ ମେୟର ହେବା ପରେ ତାଙ୍କ ନଜରକୁ ଏହା ଅଣାଯାଇଥିଲା । କିନ୍ତୁ ସୁବାସ ନକଲି ମଶାତେଲରେ କାମ ଚଳାଇ ଦେଇଥିଲେ ବୋଲି ଅଭିଯୋଗ ହେଉଛି । ମଶା କମିବା ପରିବର୍ତ୍ତେ ପ୍ରାଦୁର୍ଭାବ ବଢ଼ିଚାଲିଲା । ଅନ୍ୟପଟେ କଟକରେ ମଶା ଦାଉରୁ ରକ୍ଷା ପାଇଁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମହାନଗର ନିଗମ କମିସନରଙ୍କୁ ଏକ ଦାବିପତ୍ର ଦିଆଯାଇଛି । ମଶା ଉପଦ୍ରବର ତୁରନ୍ତ ପ୍ରତିକାର ପାଇଁ ଦାବି କରିଛି ବିଜେପି ଯୁବ ମୋର୍ଚ୍ଚା । ତେବେ ପଦକ୍ଷେପ ନିଆଯାଉଥିବା ସିଏମସି କମିସନର କହିଛନ୍ତି । ସ୍ଥିତି ଦେଖି ଆବଶ୍ୟକତା ଅନୁଯାୟୀ ଡ୍ରୋନ୍ ଜରିଆରେ ମଶାତେଲ ପକାଯିବ ବୋଲି କହିଛନ୍ତି କମିଶନର ।

କନକ ବ୍ୟୁରୋ : କଟକ ସହରରେ ଲୋକଙ୍କୁ ଅସହ୍ୟ କଲେଣି ମଶା । ମଶାଙ୍କ ପ୍ରାଦୁର୍ଭାବ ଯୋଗୁ ତ୍ରାହିତ୍ରାହି ଡାକୁଛନ୍ତି ସହରବାସୀ । ଡ୍ରେନରେ ନିୟମିତ ମଶାତେଲ ପକାଯାଉନାହିଁ, ମଶାଧୂଆଁ ଛଡ଼ାଯାଉ ନାହିଁ କି ବୁସ୍ କଟିଂ କରାଯାଉନାହିଁ । କୁମ୍ଭକର୍ଣ୍ଣ ନିଦ୍ରାରେ ସିଏମ୍ସି ଶୋଇଥିବା ଅଭିଯୋଗ ହୋଇଛି । ସାରା ସହରରେ ସମାନ ଅବସ୍ଥା ।
ଚାରିଆଡ଼େ ମଶା ଭଣଭଣ,କି ଦିନ କି ରାତି,ଲୋକ ତ୍ରାହିତ୍ରାହି ଡାକୁଛନ୍ତି । ସିଲଭର ସିଟି କଟକର ଡ୍ରେନ୍ଗୁଡ଼ିକରେ ନିୟମିତ ମଶାତେଲ ପକାଇବା, ମଶାଧୂଆଁ ଛାଡ଼ିବା କି ବୁସ୍ କଟିଂ କରାଯାଉନଥିବା ଅଭିଯୋଗ ହୋଇଛି । ମହାନଗର ନିଗମ ଯେମିତି ଚେଇଁ ଶୋଇଛି । କଟକରେ ମଶା ସମସ୍ୟା ଆଜିର ନୁହେଁ, ସୁବାସ ସିଂ ମେୟର ହେବା ପରେ ତାଙ୍କ ନଜରକୁ ଏହା ଅଣାଯାଇଥିଲା । କିନ୍ତୁ ସୁବାସ ନକଲି ମଶାତେଲରେ କାମ ଚଳାଇ ଦେଇଥିଲେ ବୋଲି ଅଭିଯୋଗ ହେଉଛି । ମଶା କମିବା ପରିବର୍ତ୍ତେ ପ୍ରାଦୁର୍ଭାବ ବଢ଼ିଚାଲିଲା ।
ଅନ୍ୟପଟେ କଟକରେ ମଶା ଦାଉରୁ ରକ୍ଷା ପାଇଁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମହାନଗର ନିଗମ କମିସନରଙ୍କୁ ଏକ ଦାବିପତ୍ର ଦିଆଯାଇଛି । ମଶା ଉପଦ୍ରବର ତୁରନ୍ତ ପ୍ରତିକାର ପାଇଁ ଦାବି କରିଛି ବିଜେପି ଯୁବ ମୋର୍ଚ୍ଚା । ତେବେ ପଦକ୍ଷେପ ନିଆଯାଉଥିବା ସିଏମସି କମିସନର କହିଛନ୍ତି । ସ୍ଥିତି ଦେଖି ଆବଶ୍ୟକତା ଅନୁଯାୟୀ ଡ୍ରୋନ୍ ଜରିଆରେ ମଶାତେଲ ପକାଯିବ ବୋଲି କହିଛନ୍ତି କମିଶନର ।