ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଓଡ଼ିଶାକୁ ବାତ୍ୟାର ଭୟ ନଥିବା କହିଲେ ଆଇଏମଡି ଡିଜି

କନକ ବ୍ୟୁରୋ : ଓଡ଼ିଶାକୁ ନାହିଁ ବାତ୍ୟା ଭୟ । ଭାରତୀୟ ପାଣିପାଗ ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏବେ ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଧିରେଧିରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ନିକଟରେ ଆସନ୍ତା ୪ ତାରିଖରେ ଲଘୁଚାପର ରୂପ ନେବ ।  ହେଲେ ଏହା ଅଧିକ ଘନୀଭୂତ ଆଶଙ୍କା କମ୍ ବୋଲି କହିଛନ୍ତି ଆଇଏମଡି ଡିଜି। ଏହା କେବଳ ଲଘୁଚାପ ହୋଇ ଉପକୂଳ ଅତିକ୍ରମ କରିବ। ତେଣୁ ଓଡ଼ିଶା ଉପରେ କୌଣସି ବାତ୍ୟା ଭୟ ନାହିଁ ବୋଲି କହିଛନ୍ତି ଭାରତୀୟ ପାଣିପାଗ ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ଏହାର ପ୍ରଭାବରେ ୪ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ୪ ତାରିଖ ପରେ ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ ବର୍ଷାର ପରିମାଣ ବଢିବ।