କ୍ଷୀର ବ୍ୟବସାୟରୁ ବଢ଼ିଆ ଲାଭ । ବାର୍ଷିକ ୩୦ ଲକ୍ଷ ଟଙ୍କାର ବେପାର ।
କନକ ବ୍ୟୁରୋ : କଥାରେ ଅଛି ଉଦ୍ୟମ ସଠିକ ହେଲେ ସଫଳତା ଆପେ ଆପେ ପହଞ୍ଚି ଯାଏ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ କୁସ୍ତିରା ଗାଁର ବେଣୁଧର ବେହେରା । ଡାଇରୀ ଫାର୍ମ କରି ବାର୍ଷିକ ୩୦ ଲକ୍ଷ ଟଙ୍କାର ଦୁଗ୍ଧ ବ୍ୟବସାୟ କରୁଥିବା ବେଳେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପାଂଚଜଣଙ୍କୁ ରୋଜଗାର ଦେବା ସହିତ ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଦେଖନ୍ତୁ ବେଣୁଧରଙ୍କ ଏହି ସଫଳତାର କାହାଣୀ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ କୁସ୍ତିରା ଗାଁର ବେଣୁଧର ବେହେରା । ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମ୍ଏ ପାସ୍ ପରେ ଛୋଟମୋଟ ବ୍ୟବସାୟ କରୁଥିଲେ । ମାତ୍ର ଏଥିରେ ଆତ୍ମସନ୍ତୋଷ ମିଳିଲା ନାହିଁ। ତେଣୁ ରୋଜଗାର ରାସ୍ତା ବଦଳାଇବାକୁ ଚିନ୍ତା କଲେ ବେଣୁଧର । ପିଲାଦିନୁ ଗୋମାତାଙ୍କ ପ୍ରତି ବେଣୁଧରଙ୍କର ଶ୍ରଦ୍ଧା ରହିଥିବାରୁ ୨୦୧୬ ମସିହାରେ ଦୁଇଟି ଗାଈରୁ ଆରମ୍ଭ କରିଥିଲେ ଡାଏରି ଫାର୍ମ । ନିଷ୍ଠା ଓ ଆନ୍ତରିକ ଉଦ୍ୟମ ଫଳରେ ୨ ଲକ୍ଷ ଟଙ୍କାରେ ଆରମ୍ଭ ହୋଇଥିବା ଡାଏରି ଫାର୍ମ ଏବେ ୨୧ଲକ୍ଷ ଟଙ୍କାରେ ପହଞ୍ଚିଛି। ପ୍ରତିଦିନ ସେ ତାଙ୍କ ଫାର୍ମରୁ ୧୭୦ଲିଟର ଦୁଗ୍ଧ ଉତ୍ପାଦନ କରୁଥିବା ବେଳେ ବାର୍ଷିକ ୩୦ ଲକ୍ଷ ଟଙ୍କାର ବ୍ୟବସାୟ କରୁଛନ୍ତି । ସେଥିରୁ ୧୦ରୁ ୧୨ ଲକ୍ଷ ଟଙ୍କା ଲାଭ ହେଉଛି । ଦୁଇଟି ଗାଈରୁ ବେଣଧର ଆରମ୍ଭ କରିଥିବା ଡାଏରି ଫାର୍ମରେ ଏବେ ଜର୍ସି, ହୋଲଷ୍ଟେନ, ଜର୍ସି ହୋଲଷ୍ଟେନ ମିଶା, ଜର୍ସି ସାଇୱ

କନକ ବ୍ୟୁରୋ : କଥାରେ ଅଛି ଉଦ୍ୟମ ସଠିକ ହେଲେ ସଫଳତା ଆପେ ଆପେ ପହଞ୍ଚି ଯାଏ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ କୁସ୍ତିରା ଗାଁର ବେଣୁଧର ବେହେରା । ଡାଇରୀ ଫାର୍ମ କରି ବାର୍ଷିକ ୩୦ ଲକ୍ଷ ଟଙ୍କାର ଦୁଗ୍ଧ ବ୍ୟବସାୟ କରୁଥିବା ବେଳେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପାଂଚଜଣଙ୍କୁ ରୋଜଗାର ଦେବା ସହିତ ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଦେଖନ୍ତୁ ବେଣୁଧରଙ୍କ ଏହି ସଫଳତାର କାହାଣୀ ।
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ କୁସ୍ତିରା ଗାଁର ବେଣୁଧର ବେହେରା । ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମ୍ଏ ପାସ୍ ପରେ ଛୋଟମୋଟ ବ୍ୟବସାୟ କରୁଥିଲେ । ମାତ୍ର ଏଥିରେ ଆତ୍ମସନ୍ତୋଷ ମିଳିଲା ନାହିଁ। ତେଣୁ ରୋଜଗାର ରାସ୍ତା ବଦଳାଇବାକୁ ଚିନ୍ତା କଲେ ବେଣୁଧର । ପିଲାଦିନୁ ଗୋମାତାଙ୍କ ପ୍ରତି ବେଣୁଧରଙ୍କର ଶ୍ରଦ୍ଧା ରହିଥିବାରୁ ୨୦୧୬ ମସିହାରେ ଦୁଇଟି ଗାଈରୁ ଆରମ୍ଭ କରିଥିଲେ ଡାଏରି ଫାର୍ମ । ନିଷ୍ଠା ଓ ଆନ୍ତରିକ ଉଦ୍ୟମ ଫଳରେ ୨ ଲକ୍ଷ ଟଙ୍କାରେ ଆରମ୍ଭ ହୋଇଥିବା ଡାଏରି ଫାର୍ମ ଏବେ ୨୧ଲକ୍ଷ ଟଙ୍କାରେ ପହଞ୍ଚିଛି। ପ୍ରତିଦିନ ସେ ତାଙ୍କ ଫାର୍ମରୁ ୧୭୦ଲିଟର ଦୁଗ୍ଧ ଉତ୍ପାଦନ କରୁଥିବା ବେଳେ ବାର୍ଷିକ ୩୦ ଲକ୍ଷ ଟଙ୍କାର ବ୍ୟବସାୟ କରୁଛନ୍ତି । ସେଥିରୁ ୧୦ରୁ ୧୨ ଲକ୍ଷ ଟଙ୍କା ଲାଭ ହେଉଛି ।
ଦୁଇଟି ଗାଈରୁ ବେଣଧର ଆରମ୍ଭ କରିଥିବା ଡାଏରି ଫାର୍ମରେ ଏବେ ଜର୍ସି, ହୋଲଷ୍ଟେନ, ଜର୍ସି ହୋଲଷ୍ଟେନ ମିଶା, ଜର୍ସି ସାଇୱାଲ ପ୍ରଜାତିର ୧୪ଟି ଗାଈ ଅଛନ୍ତି । ଗାଈଙ୍କ ଖାଇବା ଓ ପିଇବା ପାଇଁ ସ୍ଥାୟୀ କୁଣ୍ଡ ଓ ପାଣି ଟ୍ୟାପ୍ ଲଗାଯାଇଛି। ପ୍ରଚଣ୍ଡ ଗୀଷ୍ମରୁ ରକ୍ଷା ପାଇଁ ଫାର୍ମରେ ଲାଗିଛି ପଙ୍ଖା । ସମସ୍ତ ଗାଈଙ୍କର ବୋଣୁଧର ୬୫ ହଜାର ଟଙ୍କାର ବୀମା କରିଛନ୍ତି । ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବେଣୁଧର ଅଭିଜ୍ଞ ପଶୁ ଚିକିତ୍ସକଙ୍କ ସାହାଯ୍ୟ ନିଅନ୍ତି । ମୁଖ୍ୟମନ୍ତ୍ରୀ କୃଷି ଯୋଜନାରେ ସହାୟତା ଆବେଦନ କରିଥିବା ବେଣୁଧର ସହାୟତା ପାଇଲେ ଡାଏରି ଫାର୍ମ ଆଉ ଟିକେ ବଢ଼ାଇବା ସହ ଦୁଗ୍ଧ ସଂରକ୍ଷଣ ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରିବେ ବୋଲି ଅଶା ରଖିଛନ୍ତି । ଚାକିରି ପଛରେ ନଗୋଡ଼ାଇ ଡାଏରି ଫାର୍ମ କରିଥିବା ବେଣୁଧର ବେହେରାଙ୍କ ଏହି ବ୍ୟାବସାୟିକ ସଫଳତା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ନିଶ୍ଚୟ ।