ଅନଲାଇନ ପ୍ରେମ ପଡ଼ିଲା ଭାରୀ: ୪ କୋଟିରୁ ଅଧିକ ଟଙ୍କା ହରାଇଲେ ମହିଳା
ସିଡନୀ,୨୧।୨: ସାଇବର ଅପରାଧୀମାନେ ଲୋକଙ୍କ ଭାବନାର ଫାଇଦା ଉଠାଇ ସେମାନଙ୍କୁ ଠକି କିପରି ପାରନ୍ତି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଅଷ୍ଟ୍ରେଲିଆରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଅନଲାଇନରେ ପ୍ରକୃତ ପ୍ରେମ ଖୋଜିବା ପାଇଁ ଚେଷ୍ଟା କରି ୭,୮୦,୦୦୦ ଅଷ୍ଟ୍ରେଲିୟ ଡଲାର (ଅର୍ଥାତ୍ ୪.୩ କୋଟି ଟଙ୍କାରୁ ଅଧିକ) ହରାଇଛନ୍ତି। ମହିଳା ଜଣକ ତାଙ୍କର ୩୩ ବର୍ଷର ବୈବାହିକ ଜୀବନ ଭାଙ୍ଗିବା ପରେ ଦୁଃଖରେ ଥିଲେ ଏବଂ ଏଥିରୁ ବାହାରିବା ତାଙ୍କ ପାଇଁ କଷ୍ଟକର ହେଉଥିଲା। […] The post ଅନଲାଇନ ପ୍ରେମ ପଡ଼ିଲା ଭାରୀ: ୪ କୋଟିରୁ ଅଧିକ ଟଙ୍କା ହରାଇଲେ ମହିଳା appeared first on Dharitri Odia News.
ସିଡନୀ,୨୧।୨: ସାଇବର ଅପରାଧୀମାନେ ଲୋକଙ୍କ ଭାବନାର ଫାଇଦା ଉଠାଇ ସେମାନଙ୍କୁ ଠକି କିପରି ପାରନ୍ତି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଅଷ୍ଟ୍ରେଲିଆରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଅନଲାଇନରେ ପ୍ରକୃତ ପ୍ରେମ ଖୋଜିବା ପାଇଁ ଚେଷ୍ଟା କରି ୭,୮୦,୦୦୦ ଅଷ୍ଟ୍ରେଲିୟ ଡଲାର (ଅର୍ଥାତ୍ ୪.୩ କୋଟି ଟଙ୍କାରୁ ଅଧିକ) ହରାଇଛନ୍ତି। ମହିଳା ଜଣକ ତାଙ୍କର ୩୩ ବର୍ଷର ବୈବାହିକ ଜୀବନ ଭାଙ୍ଗିବା ପରେ ଦୁଃଖରେ ଥିଲେ ଏବଂ ଏଥିରୁ ବାହାରିବା ତାଙ୍କ ପାଇଁ କଷ୍ଟକର ହେଉଥିଲା। ଜଣେ ନୂତନ ସାଥୀ ଖୋଜିବାରେ ମହିଳା ଜଣକ ଅନଲାଇନ ଡେଟିଂ ଆରମ୍ଭ କଲେ ଏବଂ ତାଙ୍କର ସମସ୍ତ ସଞ୍ଚୟ ହରାଇ କାଙ୍ଗାଳ ହୋଇଗଲେ।
୫୭ ବର୍ଷୀୟ ଆନେଟ ଫୋର୍ଡ ଅନଲାଇନ ଡେଟିଂ କରୁ କରୁ ସାଇବର ଅପରାଧୀଙ୍କ ଫାଶରେ ପଡ଼ିଗଲେ। ସେ ଅନଲାଇନରେ ୱିଲିୟମ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ, ଯିଏ ଅନେକ ଦିନର ଡେଟିଂରେ ତାଙ୍କର ବିଶ୍ୱାସ ଜିତିବା ପରେ, ଗୋଟିଏ ଦିନ ତାଙ୍କୁ କହିଥିଲେ ଯେ ତାଙ୍କ କୁଆଲାଲମ୍ପୁର ଅଫିସ ବାହାରେ ତାଙ୍କ ପର୍ସ ଚୋରି ହୋଇଯାଇଥିବାରୁ ସେ ଚାପରେ ଅଛନ୍ତି। ତା’ପରେ, ଲୁହଭରା ସ୍ବରରେ, ସେ ଆନେଟଙ୍କୁ ୫,୦୦୦ ଅଷ୍ଟ୍ରେଲିୟ ଡଲାର (୨.୭୫ ଲକ୍ଷ ଟଙ୍କାରୁ ଅଧିକ) ସାହାଯ୍ୟ ମାଗିଲେ, ଯାହାଦ୍ୱାରା ସେ ଘରର ଜରୁରୀ ଖର୍ଚ୍ଚ ପୂରଣ କରିପାରିବେ।
ଆଶ୍ଚର୍ଯ୍ୟଜନକ କଥା ହେଉଛି, ଆନେଟ କିଛି ନ ଭାବି ଭାବପ୍ରବଣ ହୋଇ ୱିଲିୟମ୍ସଙ୍କୁ ଟଙ୍କା ଦେଇଦେଲେ। ଏବେ ଠକ ଜଣକ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସୀ ହୋଇଯାଇଥିଲେ। ଏହା ପରେ ସେ ଆନେଟଙ୍କୁ କହିଲେ ଯେ, ସେ ହସ୍ପିଟାଲରେ ଅଛନ୍ତି ଏବଂ ତାଙ୍କୁ ଡାକ୍ତରଙ୍କୁ ଟଙ୍କା ଦେବାକୁ ପଡିବ। ତା’ପରେ ଆନେଟ ଟଙ୍କା ଦେଇଥିଲେ।
ଠକମାନେ ଭାବିଥିଲେ ଯେ ଆନେଟ ଏବେ ସେମାନଙ୍କ ପଞ୍ଝାରେ ଅଛି। କିନ୍ତୁ ଆନେଟ ସନ୍ଦେହ କରି ହସ୍ପିଟାଲ ବିଲ, ହୋଟେଲରେ ରହିବା ବିଲ୍ସବୁ ମାଗିଥିଲେ। ଏହାପରେ ଓ୍ବିଲିୟମ ଠକ ବୋଲି ଜାଣିପାରିଥିଲେ। ଏହା କରି ୱିଲିୟମ ମହିଳାଙ୍କଠାରୁ ୩ ଲକ୍ଷ ଅଷ୍ଟ୍ରେଲିୟ ଡଲାର (୧.୬୫ କୋଟି ଟଙ୍କାରୁ ଅଧିକ) ଆଦାୟ କରିଥିଲେ। ଆନେଟ ଅଭିଯୋଗ କରିଛନ୍ତି, ସେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ, କିନ୍ତୁ କୌଣସି ଉତ୍ତର ପାଇ ନ ଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ୨୦୨୨ରେ, ଆନେଟ ଫେସବୁକରେ ନେଲସନ ନାମକ ଆଉ ଜଣେ ଠକଙ୍କୁ ଭେଟିଥିଲେ ଏବଂ ଅନଲାଇନ ପ୍ରେମ ନାମରେ ପୁଣି ଠକେଇର ଶିକାର ହୋଇଥିଲେ। ନେଲସନ ତାଙ୍କଠାରୁ ୨୮୦,୦୦୦ ଅଷ୍ଟ୍ରେଲିୟ ଡଲାର (୧.୫୪ କୋଟି ଟଙ୍କା) ନେଇଯାଇଥିଲେ।
୨୦୨୩ ମସିହାରେ ଅଷ୍ଟ୍ରେଲିଆରେ ୩,୨୦୦ରୁ ଅଧିକ ପ୍ରେମ ଠକେଇ ରିପୋର୍ଟ ହୋଇଥିଲା, ଯେଉଁଥିରେ ପ୍ରାୟ ୧୩୦ କୋଟି ଟଙ୍କାର କ୍ଷତି ହୋଇଥିଲା। ଗ୍ରାହକ ସୁରକ୍ଷା ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ, ଏଆଇ-ଚାଳିତ ଡିପଫେକ ପ୍ରଯୁକ୍ତିବିଦ୍ୟା ଠକେଇକୁ ଆହୁରି ବିଶ୍ୱାସଯୋଗ୍ୟ କରୁଛି।
The post ଅନଲାଇନ ପ୍ରେମ ପଡ଼ିଲା ଭାରୀ: ୪ କୋଟିରୁ ଅଧିକ ଟଙ୍କା ହରାଇଲେ ମହିଳା appeared first on Dharitri Odia News.