କାନପୁର ଟେଷ୍ଟ, ବର୍ଷାରେ ଧୋଇଗଲା ତୃତୀୟ ଦିନର ଖେଳ

କାନପୁର:  ଭାରତ ଓ ବାଂଲାଦେଶ ମଧ୍ୟରେ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଦ୍ଵିତୀୟ ମ୍ୟାଚ୍ ଖେଳା ଯାଉଛି। ମ୍ୟାଚ୍‌ରେ ବର୍ଷା ବଡ଼ ବାଧକ ସାଜିଛି। ଗତକାଲି ପ୍ରଥମ ଦିନରେ ୩୫ ଓଭର ଖେଳ ସକ୍ଷମ ହୋଇ ପାରିଥିବା ବେଳେ ଆଜି ଦ୍ଵିତୀୟ ଦିନ ଖେଳ ସଂପୂର୍ଣ୍ଣ ଭାବେ ବର୍ଷାରେ ଧୋଇ ହୋଇ ଯାଇଛି। ଶନିବାର ଗୋଟିଏ ବଲ୍ ବି ପଡ଼ି ପାରିନି। ଦ୍ଵିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ବାଂଲାଦେଶ ୩ ଓ୍ଵିକେଟ୍ ହରାଇ ୧୦୭ ରନ କରିଛି। ମୋମିନୁଲ ହକ ୪୦ ଓ ମୁସ୍କିର ରହିମ ୬ ରନ କରି ବ୍ୟାଟିଂ କରୁଛନ୍ତି।ଶୁକ୍ରବାର ପ୍ରଥମ ଦିନର ଖେଳରେ ଟସ୍ ଜିତି ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।  ବାଂଲାଦେଶର ଓପନର ଜାକିର ହସନ ଓ ଶାଦମାନ ଇସଲାମ ପ୍ରଥମ ଓ୍ଵିକେଟ୍ ପାଇଁ ୨୬ ରନ ଯୋଡିଥିଲେ । ଜାକିର ହସନ ୨୪ ବଲ ଖେଳିଥିଲେ ହେଁ ଖାତା ଖୋଲି ପାରି ନ ଥିଲେ । ଆକାଶ ଦୀପ ତାଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ୨୪ ରନ କରି ଲୟରେ ନଜର ଆସୁଥିବା ଶାଦମାନ ଇସଲାମ ୨୪ ରନ କରି ଆକାଶ ଦୀପଙ୍କ ବଲରେ ଆଉଟ୍ ହୋଇଥିଲେ।Update from Kanpur ????Play has been called off for Day 2 due to rains.#TeamIndia | #INDvBAN | @IDFCFIRSTBank pic.twitter.com/HD98D6LK9K— BCCI (@BCCI) September 28, 2024ଏହା ପରେ ଅଧିନାୟକ ନଜମୁଲ ହୁସେନ ସ

କାନପୁର ଟେଷ୍ଟ, ବର୍ଷାରେ ଧୋଇଗଲା ତୃତୀୟ ଦିନର ଖେଳ

କାନପୁର:  ଭାରତ ଓ ବାଂଲାଦେଶ ମଧ୍ୟରେ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଦ୍ଵିତୀୟ ମ୍ୟାଚ୍ ଖେଳା ଯାଉଛି। ମ୍ୟାଚ୍‌ରେ ବର୍ଷା ବଡ଼ ବାଧକ ସାଜିଛି। ଗତକାଲି ପ୍ରଥମ ଦିନରେ ୩୫ ଓଭର ଖେଳ ସକ୍ଷମ ହୋଇ ପାରିଥିବା ବେଳେ ଆଜି ଦ୍ଵିତୀୟ ଦିନ ଖେଳ ସଂପୂର୍ଣ୍ଣ ଭାବେ ବର୍ଷାରେ ଧୋଇ ହୋଇ ଯାଇଛି। ଶନିବାର ଗୋଟିଏ ବଲ୍ ବି ପଡ଼ି ପାରିନି। ଦ୍ଵିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ବାଂଲାଦେଶ ୩ ଓ୍ଵିକେଟ୍ ହରାଇ ୧୦୭ ରନ କରିଛି। ମୋମିନୁଲ ହକ ୪୦ ଓ ମୁସ୍କିର ରହିମ ୬ ରନ କରି ବ୍ୟାଟିଂ କରୁଛନ୍ତି।

ଶୁକ୍ରବାର ପ୍ରଥମ ଦିନର ଖେଳରେ ଟସ୍ ଜିତି ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।  ବାଂଲାଦେଶର ଓପନର ଜାକିର ହସନ ଓ ଶାଦମାନ ଇସଲାମ ପ୍ରଥମ ଓ୍ଵିକେଟ୍ ପାଇଁ ୨୬ ରନ ଯୋଡିଥିଲେ । ଜାକିର ହସନ ୨୪ ବଲ ଖେଳିଥିଲେ ହେଁ ଖାତା ଖୋଲି ପାରି ନ ଥିଲେ । ଆକାଶ ଦୀପ ତାଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ୨୪ ରନ କରି ଲୟରେ ନଜର ଆସୁଥିବା ଶାଦମାନ ଇସଲାମ ୨୪ ରନ କରି ଆକାଶ ଦୀପଙ୍କ ବଲରେ ଆଉଟ୍ ହୋଇଥିଲେ।




ଏହା ପରେ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଓ ମନିମୁଲ ହକ ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ଦୁଇ ବ୍ୟାଟର ତୃତୀୟ ୱିକେଟ୍ ପାଇଁ ୫୧ ରନ ଯୋଡିଥିଲେ । ସାଣ୍ଟୋଙ୍କୁ ଅଶ୍ୱିନ ଏଲବିଡବ୍ଲ୍ୟୁ କରି ପାଭିଲିୟନର ରାସ୍ତା ଦେଖାଇଥିଲେ । ଅଧିନାୟକ ସାଣ୍ଟୋ ୩୧ ରନ କରି ଆଉଟ୍ ହୋଇଥିଲେ।  ୧୦୭ ରନ ହୋଇଥିବା ବେଳେ ବର୍ଷା ହେବାରୁ ଖେଳ ବନ୍ଦ ରହିଥିଲା । କ୍ରିଜରେ ନମିନୁଲ ହକ ୪୦ ରନ ଓ ମୁସଫିକର ରହିମ ୬ ରନ କରି ବ୍ୟାଟିଂ କରୁଛନ୍ତି ।   ଭାରତ ପକ୍ଷରୁ ଆକାଶ ଦୀପ ୨ଟି ଏବଂ ଅଶ୍ୱିନଙ୍କୁ ଗୋଟିଏ ସଫଳତା ମିଳିଛି । ବର୍ଷା ତୃତୀୟ ଦିନ ଜାରି ରହିଛି। ବର୍ଷା କାରଣରୁ ଆଜି ଗୋଟିଏ ବି ବଲ୍ ପଡ଼ି ପାରିନି। ଏବେ ତୃତୀୟ ଦିନର ଖେଳକୁ ଅପେକ୍ଷା। 

ସୂଚନାଯୋଗ୍ୟ, ଭାରତ ଘରୋଇ ମାଟିରେ ଦୀର୍ଘ ୧୨ ବର୍ଷା ହେବ ଟେଷ୍ଟରେ ବିଜୟ ଯାତ୍ରା ଅବ୍ୟାହତ ରହିଛି। କାନପୁର ଟେଷ୍ଟ ଜିତି ଭାରତ ଡବ୍ଲ୍ୟୁଟିସିର ପଏଣ୍ଟ ଟେବୁଲରେ ନିଜର ଶୀର୍ଷ ସ୍ଥାନ ଆହୁରି ମଜବୁତ କରିବାକୁ ଚାହୁଁଛି। ହେଲେ ବର୍ଷା ଏଥିରେ ଭିଲେନ ସାଜିଛି।