ଉପକୂଳରୁ ଉପାନ୍ତ ସବୁଠି ୩୫ ଛୁଇଁଲାନି ତାତି, ୩୦ ଜିଲ୍ଲାରେ ୩୦ ଡିଗ୍ରୀ ପାର ପାରଦ
ଭୁବନେଶ୍ଵର: ଫେବୃଆରୀ ଶେଷ ବେଳକୁ ରାଜ୍ୟକୁ ଲେଉଟିଛି ତାତି । ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ ଏକ ସାଙ୍ଗରେ ରାଜ୍ୟର ୩୦ ଜିଲ୍ଲାରେ ୩୦ ଡିଗ୍ରୀ ପାର କରିଛି ତାପମାତ୍ରା । ପାଣିପାଗ ବିଭାଗର ଆକଳନ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଆହୁରି ବଢିବ ତାତି। ମାତ୍ର ୨୨ରୁ ବଦଳିବା ପାଗ । ଉପକୂଳରୁ ଉପାନ୍ତ ସବୁଠି ୩୫ ଛୁଇଁଲାନି ତାତି। ମାଘମାସରେ ବାଘ ଜାଡ ବଦଳରେ ତତଲା କଡ଼େଇରେ ଜଳୁଛି ଓଡ଼ିଶା । ବିଗତ ୩ ଦିନ ହେବ କମିବାର ନା ନେଉନି ତାତି। ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ବୌଦ୍ଧ, ଝାରସୁଗୁଡ଼ା, ଭବାନୀପାଟଣାରେ ୩୫ ପାର କରିଛି ତାପମାତ୍ରା । ଗତକାଲି ୩୭ ଡିଗ୍ରୀ ସହ ରାଜଧାନୀ ଭୁବନେଶ୍ଵର ରାଜ୍ୟ ର ସବୁଠାରୁ ଉତ୍ତପ୍ତ ସହର ହୋଇଥିଲା । ତେବେ ପାଣିପାଗ ବିଭାଗର ଆକଳନ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଆହୁରି ୩ ଡିଗ୍ରୀ ବଢିବ ତାତି । ପର୍ଯ୍ୟନ୍ତ ତାତି ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଗୁରୁଚାପ ପ୍ରଭାବରେ ରାଜ୍ୟ ମଧ୍ୟକୁ ଶୁଷ୍କ ବାୟୁ ପ୍ରବାହିତ ସାଙ୍ଗକୁ ନିର୍ମଳ ଆକାଶ ପାଇଁ ତାତି ବଢୁଛି । Also read- AI କ୍ୟାମେରାରେ ଧରାପଡ଼ିଲା ମାଟ୍ରିକ୍ ପରୀକ୍ଷାରେ ପରିଚାଳନାଗତ ତ୍ରୁଟି, ୮ କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କୁ ନୋଟିସ ତେବେ ୨୩ ଠାରୁ ତାତିରୁ ମିଳିବ ଆଶ୍ଵସ୍ତି । ପଶ୍ଚିମ ଝଡ ପ୍ରଭାବରେ ରାଜ୍ୟରେ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର
ଭୁବନେଶ୍ଵର: ଫେବୃଆରୀ ଶେଷ ବେଳକୁ ରାଜ୍ୟକୁ ଲେଉଟିଛି ତାତି । ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ ଏକ ସାଙ୍ଗରେ ରାଜ୍ୟର ୩୦ ଜିଲ୍ଲାରେ ୩୦ ଡିଗ୍ରୀ ପାର କରିଛି ତାପମାତ୍ରା । ପାଣିପାଗ ବିଭାଗର ଆକଳନ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଆହୁରି ବଢିବ ତାତି। ମାତ୍ର ୨୨ରୁ ବଦଳିବା ପାଗ ।
ଉପକୂଳରୁ ଉପାନ୍ତ ସବୁଠି ୩୫ ଛୁଇଁଲାନି ତାତି। ମାଘମାସରେ ବାଘ ଜାଡ ବଦଳରେ ତତଲା କଡ଼େଇରେ ଜଳୁଛି ଓଡ଼ିଶା । ବିଗତ ୩ ଦିନ ହେବ କମିବାର ନା ନେଉନି ତାତି। ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ବୌଦ୍ଧ, ଝାରସୁଗୁଡ଼ା, ଭବାନୀପାଟଣାରେ ୩୫ ପାର କରିଛି ତାପମାତ୍ରା । ଗତକାଲି ୩୭ ଡିଗ୍ରୀ ସହ ରାଜଧାନୀ ଭୁବନେଶ୍ଵର ରାଜ୍ୟ ର ସବୁଠାରୁ ଉତ୍ତପ୍ତ ସହର ହୋଇଥିଲା । ତେବେ ପାଣିପାଗ ବିଭାଗର ଆକଳନ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଆହୁରି ୩ ଡିଗ୍ରୀ ବଢିବ ତାତି । ପର୍ଯ୍ୟନ୍ତ ତାତି ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଗୁରୁଚାପ ପ୍ରଭାବରେ ରାଜ୍ୟ ମଧ୍ୟକୁ ଶୁଷ୍କ ବାୟୁ ପ୍ରବାହିତ ସାଙ୍ଗକୁ ନିର୍ମଳ ଆକାଶ ପାଇଁ ତାତି ବଢୁଛି ।
Also read- AI କ୍ୟାମେରାରେ ଧରାପଡ଼ିଲା ମାଟ୍ରିକ୍ ପରୀକ୍ଷାରେ ପରିଚାଳନାଗତ ତ୍ରୁଟି, ୮ କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କୁ ନୋଟିସ
ତେବେ ୨୩ ଠାରୁ ତାତିରୁ ମିଳିବ ଆଶ୍ଵସ୍ତି । ପଶ୍ଚିମ ଝଡ ପ୍ରଭାବରେ ରାଜ୍ୟରେ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। କୋରାପୁଟ, ମୟୂରଭଞ୍ଜ, ଢେଙ୍କାନାଳ, ଖୋର୍ଦ୍ଧା, ବୌଧ୍ ,ଗଞ୍ଜାମ, କନ୍ଧମାଳ, ପୁରୀ, ଭଳି ଜିଲ୍ଲାରେ ୨୨ ରୁ ୨୬ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ବର୍ଷ ନେଇ ପାଣିପାଗ ବିଭାଗର ଆକଳନ । ତେବେ ଫେବୃଆରୀରେ ଏହି ଭଳି ତାତି ନୂଆ ନୁହେଁ ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି । ପୂର୍ବରୁ ମଧ୍ୟ ୨୦୧୬ରେ ଫେବୃଆରୀରେ ଭୁବନେଶ୍ୱର ୪୦ ଡିଗ୍ରୀ ଛୁଇଁ ଥିଲା । ତେବେ ଜଳବାୟୁ ପ୍ରଦୂଷଣ ପରିବେଶ ଓ ଜଳ ବାୟୁ ଉପରେ ପ୍ରଭାବ ପଡ଼ୁଥିବା କହିଛନ୍ତି ପରିବେଶବିତ୍।
The post ଉପକୂଳରୁ ଉପାନ୍ତ ସବୁଠି ୩୫ ଛୁଇଁଲାନି ତାତି, ୩୦ ଜିଲ୍ଲାରେ ୩୦ ଡିଗ୍ରୀ ପାର ପାରଦ appeared first on Prameya News7.