୧୬ ବର୍ଷ ବୟସରେ ଇତିହାସ ରଚିଲେ ଏହି କ୍ରିକେଟର୍ଙ୍କ ପୁଅ: ପିତାଙ୍କ ୨୭ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ
ଲଣ୍ଡନ,୨୪।୧: ଇଂଲଣ୍ଡର କିମ୍ବଦନ୍ତୀ ଖେଳାଳି ଆଣ୍ଡ୍ରୁ ଫ୍ଲିଣ୍ଟଫଙ୍କ ପୁଅ କ୍ରିକେଟରେ ତାଙ୍କଠାରୁ ଆଗକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ରକି ଫ୍ଲିଣ୍ଟଫ ଘରୋଇ କ୍ରିକେଟରେ ଇଂଲଣ୍ଡ ଲାୟନ୍ସ ପାଇଁ ଖେଳି ଏକ ଶତକ ହାସଲ କରିଛନ୍ତି। ସେ ଏବେ ଏହି ଦଳ ପାଇଁ ଶତକ ହାସଲ କରିବାରେ ଇତିହାସର ସବୁଠାରୁ ଯୁବ ବ୍ୟାଟସମ୍ୟାନ ହୋଇଯାଇଛନ୍ତି। ରକି ୧୬ ବର୍ଷ ବୟସରେ କ୍ରିକେଟ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷରେ ଇଂଲଣ୍ଡ ଲାୟନ୍ସ ପାଇଁ ଶତକ ହାସଲ କରିଥିଲେ। ପୂର୍ବରୁ ଏହି ରେକର୍ଡ […] The post ୧୬ ବର୍ଷ ବୟସରେ ଇତିହାସ ରଚିଲେ ଏହି କ୍ରିକେଟର୍ଙ୍କ ପୁଅ: ପିତାଙ୍କ ୨୭ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ appeared first on Dharitri Odia News.
ଲଣ୍ଡନ,୨୪।୧: ଇଂଲଣ୍ଡର କିମ୍ବଦନ୍ତୀ ଖେଳାଳି ଆଣ୍ଡ୍ରୁ ଫ୍ଲିଣ୍ଟଫଙ୍କ ପୁଅ କ୍ରିକେଟରେ ତାଙ୍କଠାରୁ ଆଗକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ରକି ଫ୍ଲିଣ୍ଟଫ ଘରୋଇ କ୍ରିକେଟରେ ଇଂଲଣ୍ଡ ଲାୟନ୍ସ ପାଇଁ ଖେଳି ଏକ ଶତକ ହାସଲ କରିଛନ୍ତି। ସେ ଏବେ ଏହି ଦଳ ପାଇଁ ଶତକ ହାସଲ କରିବାରେ ଇତିହାସର ସବୁଠାରୁ ଯୁବ ବ୍ୟାଟସମ୍ୟାନ ହୋଇଯାଇଛନ୍ତି। ରକି ୧୬ ବର୍ଷ ବୟସରେ କ୍ରିକେଟ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷରେ ଇଂଲଣ୍ଡ ଲାୟନ୍ସ ପାଇଁ ଶତକ ହାସଲ କରିଥିଲେ। ପୂର୍ବରୁ ଏହି ରେକର୍ଡ ତାଙ୍କ ପିତା ଆଣ୍ଡ୍ରୁ ଫ୍ଲିଣ୍ଟଫଙ୍କ ନାମରେ ଥିଲା, ଯିଏ ୨୦ ବର୍ଷ ୨୮ ଦିନ ବୟସରେ ଇଂଲଣ୍ଡ ଲାୟନ୍ସ ପାଇଁ ଶତକ ମାରିଥିଲେ।
ଏହି ମ୍ୟାଚ୍ରେ କ୍ରିକେଟ ଅଷ୍ଟ୍ରେଲିଆ ଏକାଦଶ ପ୍ରଥମେ ବ୍ୟାଟିଂ କରି ୨୧୪ ରନ କରିଥିଲା, ଯାହାର ଜବାବରେ ଇଂଲଣ୍ଡ ଲାୟନ୍ସ ଦଳ ୭ ଉଇକେଟ ହରାଇ ୧୬୧ ରନ କରିଥିଲା। ରକି ନବମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ଆସିବା ମାତ୍ରେ ସେ ଦ୍ରୁତ ଗତିରେ ରନ କରିବା ଆରମ୍ଭ କରିଥିଲେ। ସେ ଫ୍ରେଡି ମ୍ୟାକେନଙ୍କ ସହ ୬୬ ରନର ଏକ ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି କରିଥିଲେ। ଫ୍ରେଡି ୫୧ ରନ କରିଥିଲେ, କିନ୍ତୁ ରକି ଫ୍ଲିଣ୍ଟଫ ଅଟକି ଯିବାକୁ ଇଚ୍ଛା କଲେ ନାହିଁ। ସେ ୧୨୭ ବଲ୍ରେ ୧୦୮ ରନ କରିଥିଲେ। ଏହି ଇନିଂସରେ ସେ ୯ଟି ଚୌକା ଏବଂ ୬ଟି ଛକା ମଧ୍ୟ ମାରିଥିଲେ।
ରକି ଫ୍ଲିଣ୍ଟଫଙ୍କ ୧୦୮ ରନର ଇନିଂସ ଇଂଲଣ୍ଡ ଲାୟନ୍ସକୁ ପ୍ରଥମ ଇନିଂସରେ ୩୧୬ ରନ କରିବା ଏବଂ ୧୦୨ ରନର ବିଶାଳ ଲିଡ ହାସଲ କରିବାରେ ସାହାଯ୍ୟ କରିଥିଲା। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା, କ୍ରିକେଟ ଅଷ୍ଟ୍ରେଲିଆ ଏକାଦଶ ତା’ର ଦ୍ୱିତୀୟ ଇନିଂସରେ ୧ ଉଇକେଟ ହରାଇ ୩୩ ରନ କରିଛି ଏବଂ ଏବେ ବି ଇଂଲଣ୍ଡ ଲାୟନ୍ସଠାରୁ ୬୯ ରନ ପଛରେ ଅଛି।
ରକି ଫ୍ଲିଣ୍ଟଫଙ୍କୁ ଗତ ମାସରେ ହିଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇଂଲଣ୍ଡର ୧୯ ବର୍ଷରୁ କମ ଦଳରେ ଖେଳିବାର ସୁଯୋଗ ମିଳିଥିଲା। ଗତ ବର୍ଷ ଜୁଲାଇରେ, ସେ ଇଂଲଣ୍ଡ ୧୯ ବର୍ଷରୁ କମ କ୍ରିକେଟ ଇତିହାସରେ ଶତକ ହାସଲ କରିଥିବା ସର୍ବକନିଷ୍ଠ ବ୍ୟାଟସମ୍ୟାନ ହୋଇଥିଲେ। ରକି ମଧ୍ୟ ଡାହାଣ ହାତୀ ଦ୍ରୁତ ବୋଲର୍।
The post ୧୬ ବର୍ଷ ବୟସରେ ଇତିହାସ ରଚିଲେ ଏହି କ୍ରିକେଟର୍ଙ୍କ ପୁଅ: ପିତାଙ୍କ ୨୭ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ appeared first on Dharitri Odia News.