ଗୁଗୁଲ ପେ’ ୟୁଜର୍ସଙ୍କ ପାଇଁ ଖୁସି ଖବର, ଆକାଉଣ୍ଟରୁ କଟିବନି ଟଙ୍କା ଆଉ କରିପାରିବେ ପେମେଣ୍ଟ

ନୂଆଦିଲ୍ଲୀ,୨୪।୫: ଆପଣ ‘ଗୁଗୁଲ ପେ’ ବ୍ୟବହାର କରନ୍ତି କି? ଯଦିି ଆପଣ ଗୁଗୁଲ ପେ’ ବ୍ୟବହାରକାରୀ, ତେବେ ଆପଣଙ୍କ ପାଇଁ ଖୁସି ଖବର । ଏଣିକି ଆପଣ ଆକାଉଣ୍ଟରୁ ଟଙ୍କା ନ କଟିବନି ଆଉ ଆପଣ ଗୁଗୁଲ ପେ’ରେ ପେମେଣ୍ଟ କରିପାରିବେ । ୟୁଜର୍ସଙ୍କ ପାଇଁ ଏମିତି କିଛି ନୂଆ ଧମକାଦାର ଫିଚର ଆଣିଛି ଗୁଗୁଲ ପେ’ । ତେବେ ଏହି ଫିଚରର ନାଁ ରଖାଯାଇଛି ‘Buy Now Pay Later’ । ଯେଉଁଥିରେ ୟୁଜର୍ସ ନିଜ […] The post ଗୁଗୁଲ ପେ’ ୟୁଜର୍ସଙ୍କ ପାଇଁ ଖୁସି ଖବର, ଆକାଉଣ୍ଟରୁ କଟିବନି ଟଙ୍କା ଆଉ କରିପାରିବେ ପେମେଣ୍ଟ appeared first on Dharitri Odia News.

ଗୁଗୁଲ ପେ’ ୟୁଜର୍ସଙ୍କ ପାଇଁ ଖୁସି ଖବର, ଆକାଉଣ୍ଟରୁ କଟିବନି ଟଙ୍କା ଆଉ କରିପାରିବେ ପେମେଣ୍ଟ

ନୂଆଦିଲ୍ଲୀ,୨୪।୫: ଆପଣ ‘ଗୁଗୁଲ ପେ’ ବ୍ୟବହାର କରନ୍ତି କି? ଯଦିି ଆପଣ ଗୁଗୁଲ ପେ’ ବ୍ୟବହାରକାରୀ, ତେବେ ଆପଣଙ୍କ ପାଇଁ ଖୁସି ଖବର । ଏଣିକି ଆପଣ ଆକାଉଣ୍ଟରୁ ଟଙ୍କା ନ କଟିବନି ଆଉ ଆପଣ ଗୁଗୁଲ ପେ’ରେ ପେମେଣ୍ଟ କରିପାରିବେ । ୟୁଜର୍ସଙ୍କ ପାଇଁ ଏମିତି କିଛି ନୂଆ ଧମକାଦାର ଫିଚର ଆଣିଛି ଗୁଗୁଲ ପେ’ । ତେବେ ଏହି ଫିଚରର ନାଁ ରଖାଯାଇଛି ‘Buy Now Pay Later’ । ଯେଉଁଥିରେ ୟୁଜର୍ସ ନିଜ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ନ କଟି, ଗୁଗୁଲ ପେ’ରୁ ପେମେଣ୍ଟ କରିପାରିବେ ।

ସୂଚନା ମୁତାବକ, ୟୁଜର୍ସ ପ୍ରଥମେ ଗୁଗୁଲ ପେ’ର ବାଏ ନାସ ପେ ଲେଟର ଅପ୍ସନୁରୁ ପେମେଣ୍ଟ କରିପାରିବେ । ପରେ ସେ ଟଙ୍କା ଦେଇପାରିବେ । ଅର୍ଥାତ କ୍ରେଡିଟ କାର୍ଡ ଭଳି ଏହାର ବ୍ୟବହାର କରିପାରିବେ । ଏଥିପାଇଁ ଗ୍ରାହକଙ୍କୁ ଇନଷ୍ଟଲମେଣ୍ଟ ଅପ୍ସନକୁ କ୍ଲିକ କରିବାକୁ ପଡିବ । ଏଥିରେ ଆପଣ ପେମେଣ୍ଟ କରିଥିବା ଟଙ୍କାକୁ ଇନଷ୍ଟଲମେଣ୍ଟ ଆକାରରେ ଦେଇପାରିବେ । ଯାହାକି ଗ୍ରାହକଙ୍କ ପାଇଁ ଏକ ଭଲ ଅପ୍ସନ ବୋଲି କୁହାଯାଉଛି ।

ଗୁଗୁଲ ପେ ଏହି ନୂଆ ଫିଚର ସହିତ ଅନ୍ୟ ଦୁଇଟି ଫିଚର ମଧ୍ୟ ସାମିଲ କରିଛି । ଏଥିରେ କ୍ରୋମ ଏବଂ ଆଣ୍ଡ୍ରୋଏଡରେ ଅଟୋଫିଲ ଅପ୍ସନ ଦିଆଯାଇଛି । ଅର୍ଥାତ ଗୁଗୁଲ ପେ’ରେ ପେମେଣ୍ଟ କରିିବା ଏଣିକି ଅତ୍ୟନ୍ତ ସହଜ ହେବ।

The post ଗୁଗୁଲ ପେ’ ୟୁଜର୍ସଙ୍କ ପାଇଁ ଖୁସି ଖବର, ଆକାଉଣ୍ଟରୁ କଟିବନି ଟଙ୍କା ଆଉ କରିପାରିବେ ପେମେଣ୍ଟ appeared first on Dharitri Odia News.