ଭାଜପାକୁ ମିଳିବ କେତେ ଆସନ ଭବିଷ୍ୟବାଣୀ କଲେ ରାହୁଲ, ଚମକାଇଦେବ ସଂଖ୍ୟା

ନୂଆଦିଲ୍ଲୀ,୧୭।୪: ଲୋକ ସଭା ନିର୍ବାଚନକୁ ନେଇ ଉତ୍ତେଜନା ମଧ୍ୟରେ ଗୋଟିଏ ପଟେ ଭାଜପା ଦାବି କରିଛି ଯେ ଏନଡିଏ ୪୦୦ ରୁ ଅଧିକ ସିଟ ଜିତିବ। ସେପଟେ ଲୋକ ସଭା ନିର୍ବାଚନ ସମୟରେ ଆସନ ସଂଖ୍ୟାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ବୁଧବାର ସେ ଦାବି କରିଛନ୍ତି ଯେ ଏଥର ଭାଜପା ମାତ୍ର ୧୫୦ଟି ଆସନ ପାଇବ। ଗାଜିଆବାଦରେ ଅଖିଳେଶ ଯାଦବଙ୍କ ସହ ରାହୁଲ ଗାନ୍ଧୀ ଗଣମାଧ୍ୟମକୁ ସମ୍ବୋଧିତ କରିବାବେଳେ […] The post ଭାଜପାକୁ ମିଳିବ କେତେ ଆସନ ଭବିଷ୍ୟବାଣୀ କଲେ ରାହୁଲ, ଚମକାଇଦେବ ସଂଖ୍ୟା appeared first on Dharitri Odia News.

ଭାଜପାକୁ ମିଳିବ କେତେ ଆସନ ଭବିଷ୍ୟବାଣୀ କଲେ ରାହୁଲ, ଚମକାଇଦେବ ସଂଖ୍ୟା

ନୂଆଦିଲ୍ଲୀ,୧୭।୪: ଲୋକ ସଭା ନିର୍ବାଚନକୁ ନେଇ ଉତ୍ତେଜନା ମଧ୍ୟରେ ଗୋଟିଏ ପଟେ ଭାଜପା ଦାବି କରିଛି ଯେ ଏନଡିଏ ୪୦୦ ରୁ ଅଧିକ ସିଟ ଜିତିବ। ସେପଟେ ଲୋକ ସଭା ନିର୍ବାଚନ ସମୟରେ ଆସନ ସଂଖ୍ୟାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ବୁଧବାର ସେ ଦାବି କରିଛନ୍ତି ଯେ ଏଥର ଭାଜପା ମାତ୍ର ୧୫୦ଟି ଆସନ ପାଇବ।

ଗାଜିଆବାଦରେ ଅଖିଳେଶ ଯାଦବଙ୍କ ସହ ରାହୁଲ ଗାନ୍ଧୀ ଗଣମାଧ୍ୟମକୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ ସମଗ୍ର ଦେଶରେ ଏକ ଅଘଟଣ ଘଟିଛି। ସେ କହିଛନ୍ତି, ମୁଁ ଆସନଗୁଡିକର ପୂର୍ବାନୁମାନ କରେ ନାହିଁ। ୧୫-୨୦ଦିନ ପୂର୍ବରୁ ମୁଁ ଭାବୁଥିଲି ଭାଜପା ପ୍ରାୟ ୧୮୦ଟି ଆସନ ଜିତିବ, କିନ୍ତୁ ବର୍ତ୍ତମାନ ମୁଁ ଭାବୁଛି ସେମାନେ ୧୫୦ଟି ଆସନ ପାଇବେ। ଆମେ ପ୍ରତ୍ୟେକ ରାଜ୍ୟରୁ ରିପୋର୍ଟ ପାଇଛୁ ଯେ ଆମେ ଉନ୍ନତି କରୁଛୁ। ଉତ୍ତରପ୍ରଦେଶରେ ଆମର ସହଯୋଗୀ ଦଳ ବହୁତ ଶକ୍ତିଶାଳୀ ଏବଂ ଆମେ ବହୁତ ଭଲ ପ୍ରଦର୍ଶନ କରିବୁ ବୋଲି ରାହୁଲ କହିଛନ୍ତି।

The post ଭାଜପାକୁ ମିଳିବ କେତେ ଆସନ ଭବିଷ୍ୟବାଣୀ କଲେ ରାହୁଲ, ଚମକାଇଦେବ ସଂଖ୍ୟା appeared first on Dharitri Odia News.