କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ତ୍ରୀଙ୍କ ପରଲୋକ
ଭୁବନେଶ୍ୱର,୧୮ା୮: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ତ୍ରୀ ଝିଙ୍ଗିଆ ଓରାମଙ୍କ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ଶନିବାର ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ସେ ୯ ଦିନ ଧରି ମେଡିକାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ରାଜନୈତିକ ବ୍ୟକ୍ତିବିଶେଷମାନେ ଶୋକ ପ୍ରକାଶ କରିବା ସହ ଜୁଏଲଙ୍କୁ ଭେଟି ସମବେଦନା ଜଣାଇଛନ୍ତି। The post କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ତ୍ରୀଙ୍କ ପରଲୋକ appeared first on Dharitri Odia News.
ଭୁବନେଶ୍ୱର,୧୮ା୮: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ତ୍ରୀ ଝିଙ୍ଗିଆ ଓରାମଙ୍କ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ଶନିବାର ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ସେ ୯ ଦିନ ଧରି ମେଡିକାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ରାଜନୈତିକ ବ୍ୟକ୍ତିବିଶେଷମାନେ ଶୋକ ପ୍ରକାଶ କରିବା ସହ ଜୁଏଲଙ୍କୁ ଭେଟି ସମବେଦନା ଜଣାଇଛନ୍ତି।
The post କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ତ୍ରୀଙ୍କ ପରଲୋକ appeared first on Dharitri Odia News.