ସକାଳ ୬ଟାରୁ ଚିଲିକାରେ ଡଲ୍ଫିନ ଗଣନା ଆରମ୍ଭ, ୧୮ଟି ଟିମ୍ ନିୟୋଜିତ
ଚିଲିକା (କେନ୍ୟୁଜ): ଚିଲିକାରେ ଚାଲିଛି ଡଲଫିନ୍ ଗଣନା। ପୁରୀ ଜିଲ୍ଲା ସାତପଡ଼ାରୁ ଡ଼ଲଫିନ ଗଣନା ଆରମ୍ଭ ହୋଇଛି। ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ଗଣନା କାର୍ଯ୍ୟ। ଏଥିରେ ୧୮ଟି ଟିମ୍ ସାମିଲ ହୋଇଛନ୍ତି । ଚିଲିକାର ୪ଟି ଅଞ୍ଚଳରେ ଡଲଫିନ୍ ଗଣନା କରାଯାଉଛି । ସେଣ୍ଟ୍ରାଲ ସେକ୍ଟରରେ ୬ ଟି ଟିମ, ସାଉଥର୍ନ ସେକ୍ଟରରେ ୪ଟି ଟିମ, ନର୍ଦନ ସେକ୍ଟରରେ ଗୋଟିଏ ଟିମ, ଆଉଟର ଚ୍ୟାନେଲରେ ୭ ଟି ଟିମ ଗଣତି କରିବେ । […] The post ସକାଳ ୬ଟାରୁ ଚିଲିକାରେ ଡଲ୍ଫିନ ଗଣନା ଆରମ୍ଭ, ୧୮ଟି ଟିମ୍ ନିୟୋଜିତ appeared first on KNews Odisha.

ଚିଲିକା (କେନ୍ୟୁଜ): ଚିଲିକାରେ ଚାଲିଛି ଡଲଫିନ୍ ଗଣନା। ପୁରୀ ଜିଲ୍ଲା ସାତପଡ଼ାରୁ ଡ଼ଲଫିନ ଗଣନା ଆରମ୍ଭ ହୋଇଛି। ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ଗଣନା କାର୍ଯ୍ୟ। ଏଥିରେ ୧୮ଟି ଟିମ୍ ସାମିଲ ହୋଇଛନ୍ତି । ଚିଲିକାର ୪ଟି ଅଞ୍ଚଳରେ ଡଲଫିନ୍ ଗଣନା କରାଯାଉଛି । ସେଣ୍ଟ୍ରାଲ ସେକ୍ଟରରେ ୬ ଟି ଟିମ, ସାଉଥର୍ନ ସେକ୍ଟରରେ ୪ଟି ଟିମ, ନର୍ଦନ ସେକ୍ଟରରେ ଗୋଟିଏ ଟିମ, ଆଉଟର ଚ୍ୟାନେଲରେ ୭ ଟି ଟିମ ଗଣତି କରିବେ ।
ପ୍ରତ୍ୟକ ଟିମରେ ୮ରୁ ୯ ଜଣ ସଦସ୍ୟ ରହଛନ୍ତି। ଗଣତି ସମୟରେ ଭସାପୋଲ,ଘାଟଡ଼ଙ୍ଗା ଓ ଟ୍ୟୁରିଷ୍ଟ ଡ଼ଙ୍ଗା ଚଳାଚଳ ବନ୍ଦ ରହିବ। ଏଥିପାଇଁ ଗତକାଲି ସାତପଡ଼ା CDA କାର୍ଯ୍ୟାଳୟରେ ଚାଲିଥିଲା ପ୍ରଶିକ୍ଷଣ। ଆଜି ଡଲଫିନ ଗଣନାକୁ ସବୁଜ ପତାକା ଦେଖାଇ ସ୍ବାଗତ କରିଛନ୍ତି ଏ. ସି.ଏଫ୍ ବାଲୁଗାଁ ସପ୍ତାଧୀ ମିଶ୍ର ।
The post ସକାଳ ୬ଟାରୁ ଚିଲିକାରେ ଡଲ୍ଫିନ ଗଣନା ଆରମ୍ଭ, ୧୮ଟି ଟିମ୍ ନିୟୋଜିତ appeared first on KNews Odisha.