ବିଶ୍ବର ଟପ୍‌-୫ ବୋଲର, ନେଇଛନ୍ତି ଶହ ଶହ ଓ୍ବିକେଟ; ଲିଷ୍ଟରେ ନାହାନ୍ତି ଜଣେ ବି ଭାରତୀୟ

ନୂଆଦିଲ୍ଲୀ ୦୧।୦୯: ୫୪ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା କ୍ରିକେଟ ଇତିହାସର ପ୍ରଥମ ଓ୍ବାନଡେ ମ୍ୟାଚ୍‌ । ୫ ଜାନୁଆରୀ ୧୯୭୧ରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ମୁହାଁମୁହିଁ ହୋଇଥିଲେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ । ଏହା ଥିଲା ଓ୍ବାନଡେ କ୍ରିକେଟ ଇତିହାସର ପ୍ରଥମ ମୁକାବିଲା । ଏହି ୫୪ ବର୍ଷ ମଧ୍ୟରେ ଭାଙ୍ଗିଛି ଅନେକ ଅନେକ ବଡ ବଡ ରେକର୍ଡ । ଜାଣନ୍ତି କି ଓ୍ବାନଡେ ଇତିହାସରେ ସବୁଠାରୁ ଅଧିକ ଓ୍ବିକେଟ ନେଇଥିବା ଟପ୍‌-୫ ବୋଲରଙ୍କ ବିଷୟରେ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ସବୁଠାରୁ ସଫଳ ବୋଲରଙ୍କ ମଧ୍ୟରେ ଜଣେ ବି ନାହାନ୍ତି ଭାରତୀୟ ବୋଲର । ଏହି ଲିଷ୍ଟର ପ୍ରଥମରେ ରହିଛନ୍ତି ମୁଥେୟା ମୁରଲୀଧରନ୍ । ODI କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲରଙ୍କ ତାଲିକାରେ ସେ ରହିଛନ୍ତି ଶୀର୍ଷରେ । ୩୫୦ଟି ଦିନିକିଆ ମ୍ୟାଚରେ ମୁରଲୀଧରନ ନେଇଛନ୍ତି ୫୩୪ଟି ୱିକେଟ୍ । ଏଥିସହିତ ODI ଫର୍ମାଟରେ ମୁଥେୟା ମୁରଲୀଧରନଙ୍କ ଶ୍ରେଷ୍ଠ ବୋଲିଂ ଫିଗର ୩୦ ରନ୍ ଦେଇ ୭ ୱିକେଟ୍ ନେଇଛନ୍ତି । ଶ୍ରୀଲଙ୍କା ପାଇଁ ୧୯୯୩ ରୁ ୨୦୧୧ ପର୍ଯ୍ୟନ୍ତ ମୁଥିଆ ମୁରଲୀଧରନ୍ ଖେଳିଥିଲେ ।ପାକିସ୍ତାନର କିମ୍ବଦନ୍ତୀ ଦ୍ରୁତ ବୋଲର ୱାସିମ ଆକ୍ରାମ । ଏହି ଲିଷ୍ଟର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଓ୍ବାସିମ । ODI ମ୍ୟାଚରେ ୱାସିମ ଆକ୍ରାମଙ୍କ ନାଁରେ ୩୫୬ଟି ମ୍ୟାଚରେ ୫୦୨ଟି ୱିକେଟ୍ ରହିଛି । ୱାସିମ ଆକ୍ରାମ ୧୯୮୪ରୁ ୨୦୦୩ ଯାଏଁ ପାକିସ୍ତାନ ପାଇଁ ଖେଳିଥିଲେ । ଏହି ଫର୍

ବିଶ୍ବର ଟପ୍‌-୫ ବୋଲର, ନେଇଛନ୍ତି ଶହ ଶହ ଓ୍ବିକେଟ; ଲିଷ୍ଟରେ ନାହାନ୍ତି ଜଣେ ବି ଭାରତୀୟ

ନୂଆଦିଲ୍ଲୀ ୦୧।୦୯: ୫୪ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା କ୍ରିକେଟ ଇତିହାସର ପ୍ରଥମ ଓ୍ବାନଡେ ମ୍ୟାଚ୍‌ । ୫ ଜାନୁଆରୀ ୧୯୭୧ରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ମୁହାଁମୁହିଁ ହୋଇଥିଲେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ । ଏହା ଥିଲା ଓ୍ବାନଡେ କ୍ରିକେଟ ଇତିହାସର ପ୍ରଥମ ମୁକାବିଲା । ଏହି ୫୪ ବର୍ଷ ମଧ୍ୟରେ ଭାଙ୍ଗିଛି ଅନେକ ଅନେକ ବଡ ବଡ ରେକର୍ଡ । ଜାଣନ୍ତି କି ଓ୍ବାନଡେ ଇତିହାସରେ ସବୁଠାରୁ ଅଧିକ ଓ୍ବିକେଟ ନେଇଥିବା ଟପ୍‌-୫ ବୋଲରଙ୍କ ବିଷୟରେ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ସବୁଠାରୁ ସଫଳ ବୋଲରଙ୍କ ମଧ୍ୟରେ ଜଣେ ବି ନାହାନ୍ତି ଭାରତୀୟ ବୋଲର । 

ଏହି ଲିଷ୍ଟର ପ୍ରଥମରେ ରହିଛନ୍ତି ମୁଥେୟା ମୁରଲୀଧରନ୍ । ODI କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲରଙ୍କ ତାଲିକାରେ ସେ ରହିଛନ୍ତି ଶୀର୍ଷରେ । ୩୫୦ଟି ଦିନିକିଆ ମ୍ୟାଚରେ ମୁରଲୀଧରନ ନେଇଛନ୍ତି ୫୩୪ଟି ୱିକେଟ୍ । ଏଥିସହିତ ODI ଫର୍ମାଟରେ ମୁଥେୟା ମୁରଲୀଧରନଙ୍କ ଶ୍ରେଷ୍ଠ ବୋଲିଂ ଫିଗର ୩୦ ରନ୍ ଦେଇ ୭ ୱିକେଟ୍ ନେଇଛନ୍ତି । ଶ୍ରୀଲଙ୍କା ପାଇଁ ୧୯୯୩ ରୁ ୨୦୧୧ ପର୍ଯ୍ୟନ୍ତ ମୁଥିଆ ମୁରଲୀଧରନ୍ ଖେଳିଥିଲେ ।

ପାକିସ୍ତାନର କିମ୍ବଦନ୍ତୀ ଦ୍ରୁତ ବୋଲର ୱାସିମ ଆକ୍ରାମ । ଏହି ଲିଷ୍ଟର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଓ୍ବାସିମ । ODI ମ୍ୟାଚରେ ୱାସିମ ଆକ୍ରାମଙ୍କ ନାଁରେ ୩୫୬ଟି ମ୍ୟାଚରେ ୫୦୨ଟି ୱିକେଟ୍ ରହିଛି । ୱାସିମ ଆକ୍ରାମ ୧୯୮୪ରୁ ୨୦୦୩ ଯାଏଁ ପାକିସ୍ତାନ ପାଇଁ ଖେଳିଥିଲେ । ଏହି ଫର୍ମାଟରେ ୱାସିମ୍ ଆକ୍ରାମଙ୍କ ଶ୍ରେଷ୍ଠ ବୋଲିଂ ଫିଗର ହେଉଛି ୧୫ ରନ୍ ଦେଇ ନେଇଥିଲେ ୫ ୱିକେଟ୍ । 

ମୁଥିୟା ମୁରଲୀଧରନ୍ ଏବଂ ୱାସିମ୍ ଆକ୍ରାମଙ୍କ ପରେ ଲିଷ୍ଟର ତୃତୀୟରେ ଅଛନ୍ତି ୱାକର ୟୁନିସ୍ ।  ଏହି ଭେଟେରାନ୍ ଫାଷ୍ଟ ବୋଲର ୨୬୨ଟି ODI ମ୍ୟାଚରେ ନେଇଛନ୍ତି ୪୧୬ଟି ଓ୍ବିକେଟ । ୱାକର ୟୁନିସ୍ ୧୯୮୯ରେ ସେ କରିଥିଲେ ODI ଡେବ୍ୟୁ । ସେ  ପାକିସ୍ତାନ ପାଇଁ ୨୦୦୩ରେ ଖେଳିଥିଲେ ପାକିସ୍ତାନ ପାଇଁ ଶେଷ ମ୍ୟାଚ୍‌ । 

ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି ଶ୍ରୀଲଙ୍କାର ପୂର୍ବତନ ଦ୍ରୁତ ବୋଲର ଚମିଣ୍ଡା ଭାସ୍ । ସେ ODI ଫର୍ମାଟରେ ୩୨୨ ମ୍ୟାଚରେ ନେଇଛନ୍ତି ୪୦୦ ୱିକେଟ୍ । ODI ଫର୍ମାଟରେ ଚମିଣ୍ଡା ଭାସଙ୍କ ଶ୍ରେଷ୍ଠ ବୋଲିଂ ଫିଗର 19 ରନ୍ ଦେଇ ନେଇଥିଲେ ୮ଟି ୱିକେଟ୍ । ଚମିଣ୍ଡା ଭାସ୍ ୧୯୯୩ରୁ ୨୦୦୮ ପର୍ଯ୍ୟନ୍ତ ODI ଫର୍ମାଟରେ ଖେଳିଥିଲେ । 

ସର୍ବାଧିକ ୱିକେଟ୍ ନେଇଥିବା ବୋଲରଙ୍କ ତାଲିକାର ପଞ୍ଚମ ସ୍ଥାନରେ ଅଛନ୍ତି ପାକିସ୍ତାନ ଅଲରାଉଣ୍ଡର ଶାହିଦ ଆଫ୍ରିଦି । ସେ ୩୯୮ଟି ଦିନିକିଆ ମ୍ୟାଚରେ ନେଇଛନ୍ତି ୩୯୫ଟି ଓ୍ବିକେଟ । ସାହିଦ ଆଫ୍ରିଦିଙ୍କ ଶ୍ରେଷ୍ଠ ବୋଲିଂ ଫିଗର ବିଷୟରେ କହିବାକୁ ଗଲେ ସେ ମାତ୍ର ୧୨ ରନ୍ ଦେଇ ନେଇଥିଲେ ୭ ଓ୍ବିକେଟ । ଆଫ୍ରିଦି ୧୯୯୬ରୁ ୨୦୧୫ ପର୍ଯ୍ୟନ୍ତ ପାକିସ୍ତାନ ପାଇଁ ODI ଫର୍ମାଟରେ ଖେଳିଥିଲେ । ତେବେ ବର୍ତ୍ତମାନ ଯାଏଁ କୌଣସି ବି ପ୍ଲେୟର ଏମାନଙ୍କ ରେକର୍ଡ ଭାଙ୍ଗିବା ତ ଦୂର କଥା ତାଙ୍କ ସମକକ୍ଷ ମଧ୍ୟ ହୋଇନାହାନ୍ତି ।