କଂଗ୍ରେସର ୧୪ ବିଧାୟକ ନିଲମ୍ବିତ ନେଇ ଜିଲାପାଳଙ୍କୁ ଦାବିପତ୍ର

ଛତ୍ରପୁର,୨୬ା୩(ଦିଲ୍ଲୀପ ସାମଲ): ରାଜ୍ୟରେ ମହିଳା ଜାତି ପ୍ରତି ହୋଇଥିବା ଅନ୍ୟାୟ ଓ ଅସାମାଜିକ କାର୍ଯ୍ୟକୁ ପ୍ରଶାସନ ତରଫରୁ ନ୍ୟାୟ ତଥା ସୁରକ୍ଷା ଦେବା ପାଇଁ ଛତ୍ରପୁର ନିର୍ବାଚନମଣ୍ଡଳୀ କଂଗ୍ରେସ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଓଡ଼ିଶା ବିଧାନସଭାର ଉପର ଲିଖିତ ବିଷୟ କାର୍ଯ୍ୟ ପାଇଁ ମହିଳା ଜାତିକୁ ହୋଇଥିବା ଅନ୍ୟାୟ ଓ ଅସାମାଜିକ କାର୍ଯ୍ୟକୁ ନ୍ୟାୟ ପାଇବା ଦାବିକୁ ଉଠାଇଥିବା କଂଗ୍ରେସର ୧୪ ଜଣ ବିଧାୟକଙ୍କୁ ନିଳମ୍ବନ କରାଯାଇଥିବା ପ୍ରସଙ୍ଗକୁ ଛତ୍ରପୁର ନିର୍ବାଚନମଣ୍ଡଳୀ […] The post କଂଗ୍ରେସର ୧୪ ବିଧାୟକ ନିଲମ୍ବିତ ନେଇ ଜିଲାପାଳଙ୍କୁ ଦାବିପତ୍ର appeared first on Dharitri Odia News.

କଂଗ୍ରେସର ୧୪ ବିଧାୟକ ନିଲମ୍ବିତ ନେଇ ଜିଲାପାଳଙ୍କୁ ଦାବିପତ୍ର

ଛତ୍ରପୁର,୨୬ା୩(ଦିଲ୍ଲୀପ ସାମଲ): ରାଜ୍ୟରେ ମହିଳା ଜାତି ପ୍ରତି ହୋଇଥିବା ଅନ୍ୟାୟ ଓ ଅସାମାଜିକ କାର୍ଯ୍ୟକୁ ପ୍ରଶାସନ ତରଫରୁ ନ୍ୟାୟ ତଥା ସୁରକ୍ଷା ଦେବା ପାଇଁ ଛତ୍ରପୁର ନିର୍ବାଚନମଣ୍ଡଳୀ କଂଗ୍ରେସ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଓଡ଼ିଶା ବିଧାନସଭାର ଉପର ଲିଖିତ ବିଷୟ କାର୍ଯ୍ୟ ପାଇଁ ମହିଳା ଜାତିକୁ ହୋଇଥିବା ଅନ୍ୟାୟ ଓ ଅସାମାଜିକ କାର୍ଯ୍ୟକୁ ନ୍ୟାୟ ପାଇବା ଦାବିକୁ ଉଠାଇଥିବା କଂଗ୍ରେସର ୧୪ ଜଣ ବିଧାୟକଙ୍କୁ ନିଳମ୍ବନ କରାଯାଇଥିବା ପ୍ରସଙ୍ଗକୁ ଛତ୍ରପୁର ନିର୍ବାଚନମଣ୍ଡଳୀ କଂଗ୍ରେସ ଏହାକୁ ଦୃଢ଼ ନିନ୍ଦା କରିବା ସହିତ ଏହି ନିଳମ୍ବନକୁ ତୁରୁନ୍ତ ଉଠାଇବାକୁ ଦାବି କରିଛି। ଏହାସିହତ ଓଡ଼ିଶାର ମହିଳା ଜାତିର ଲୋକଙ୍କ ପ୍ରତି ହୋଇଥିବା ଅସାମାଜିକ ଓ ଅନ୍ୟାୟ କାର୍ଯ୍ୟକୁ ପ୍ରଶାସନ ତରଫରୁ ଠିକ୍‌ ଭାବେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଓଡ଼ିଶା ରାଜ୍ୟରେ ମହିଳାମାନଙ୍କୁ ସୁରକ୍ଷା ଦେବା ସେମାନଙ୍କ ନ୍ୟାଯ୍ୟ ଦାବି ପ୍ରତି ଗୁରୁତ୍ୱ ଦେବା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ କଂଗ୍ରେସ ଦାବି କରିଛି। ଉକ୍ତ ଦାବିଗୁଡିକ ତୁରନ୍ତ ପୂରଣ ନ ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ସହିତ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ବୁଧବାର କଂଗ୍ରେସ ନେତା ଭାଗିରଥୀ ବେହେରାଙ୍କ ନେତୃତ୍ୱରେ ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀ ଓ ଡି. ରାମସ୍ବାମୀ ରେଡ୍ଡୀ, ଅଶୋକ କୁମାର ପଟ୍ଟନାୟକ, କାଳିଆ ରାଉଳ, ଆଦିତ୍ୟ କୁମାର ଦାସ, ଜିତେନ୍ଦ୍ର ରାଉଳ, କୁନି ନାୟକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତିରେ ଅତିରିକ୍ତ ଜିଲାପାଳ ଡଃ ପ୍ରମୋଦ କୁମାର ପୃଷ୍ଟିଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।

The post କଂଗ୍ରେସର ୧୪ ବିଧାୟକ ନିଲମ୍ବିତ ନେଇ ଜିଲାପାଳଙ୍କୁ ଦାବିପତ୍ର appeared first on Dharitri Odia News.