ଅପିଲ ଶୁଣାଣି ପାଇଁ ଆଶ୍ଚର୍ଯ୍ୟକର ତାରିଖ: ସିଡିଓଙ୍କ ଚିଠିକୁ ନେଇ ବଢ଼ୁଛି ସନ୍ଦେହ
ହାଟଡିହୀ,୪।୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ)ଙ୍କ କାର୍ଯ୍ୟାଳୟକୁ ମିଳିଥିବା ଡିଏମ୍ଏଫ୍ ଅନୁଦାନ ସମ୍ପର୍କିତ ସୂଚନା ପାଇଁ ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ବ୍ୟକ୍ତି ସୂଚନା ଅଧିକାର ନିୟମ ଅନୁସାରେ ଆବେଦନ କରିଥିଲେ। କିନ୍ତୁ ଜନ ସୂଚନା ଅଧିକାରୀ କୌଣସି ସୂଚନା ପ୍ରଦାନ ନ କରି ଆବେଦନ ପତ୍ରଟିକୁ ଡିିଏମ୍ଏଫ୍ ଅଫିସକୁ ପ୍ରେରଣ କରିଥିଲେ। ଫଳରେ ୧୩ା୮ା୨୦୨୪ରେ ସିଡିଓଙ୍କ କାର୍ଯ୍ୟାଳୟରେ ଏକ ଅପିଲ ହୋଇଥିଲା। ଅପିଲ ଶୁଣାଣି ପାଇଁ ଅପିଲେଟ ଅଧିକାରୀ (ସିଡିଓ)ଙ୍କ ଚିଠି […] The post ଅପିଲ ଶୁଣାଣି ପାଇଁ ଆଶ୍ଚର୍ଯ୍ୟକର ତାରିଖ: ସିଡିଓଙ୍କ ଚିଠିକୁ ନେଇ ବଢ଼ୁଛି ସନ୍ଦେହ appeared first on Dharitri Odia News.
ହାଟଡିହୀ,୪।୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ)ଙ୍କ କାର୍ଯ୍ୟାଳୟକୁ ମିଳିଥିବା ଡିଏମ୍ଏଫ୍ ଅନୁଦାନ ସମ୍ପର୍କିତ ସୂଚନା ପାଇଁ ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ବ୍ୟକ୍ତି ସୂଚନା ଅଧିକାର ନିୟମ ଅନୁସାରେ ଆବେଦନ କରିଥିଲେ। କିନ୍ତୁ ଜନ ସୂଚନା ଅଧିକାରୀ କୌଣସି ସୂଚନା ପ୍ରଦାନ ନ କରି ଆବେଦନ ପତ୍ରଟିକୁ ଡିିଏମ୍ଏଫ୍ ଅଫିସକୁ ପ୍ରେରଣ କରିଥିଲେ। ଫଳରେ ୧୩ା୮ା୨୦୨୪ରେ ସିଡିଓଙ୍କ କାର୍ଯ୍ୟାଳୟରେ ଏକ ଅପିଲ ହୋଇଥିଲା। ଅପିଲ ଶୁଣାଣି ପାଇଁ ଅପିଲେଟ ଅଧିକାରୀ (ସିଡିଓ)ଙ୍କ ଚିଠି ନଂ.୪୭୪୩/୩୦ା୮ା୨୦୨୪ ଅନୁସାରେ ଦିନ ଧାର୍ଯ୍ୟ କରିଛନ୍ତି । ଉକ୍ତ ଚିଠିରେ ଅପିଲ ଶୁଣାଣି ପାଇଁ ଆଶ୍ଚର୍ଯ୍ୟ ଏବଂ ଅସମ୍ଭବ ତାରିଖ ଦର୍ଶାଯାଇଛି। ଗତ ୬ା୮ା୨୦୨୪ ରେ ଶୁଣାଣି ହେବ ବୋଲି ଉଲ୍ଲେଖ ରହିଛି । ଏପରି ଚିଠିକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହାକୁ ନେଇ ଆବେଦନକାରୀ ଲିଖିତ ଭାବେ ସିଡିଓଙ୍କୁ ଜଣାଇଛନ୍ତି l ଆବେଦନକାରୀ ଜଣକ କହିଛନ୍ତି ଯେ, ଜିଲାରେ ସିଡିଓ ଭଳି ଏକ ଗୁରୁତ୍ୱପୂର୍ଣ ପଦବୀରେ ରହି କିପରି ଏମିତି ଚିଠି କଲେ ତାହା ବୁଝାପଡୁନି। ଅପର ପକ୍ଷେ ଚିଠି ପଢି ସିଡିଓ ଦସ୍ତଖତ କରିଛନ୍ତି ନା ତାଙ୍କ ବଦଳରେ ଆଉ କିଏ ଦସ୍ତଖତ କରିଛନ୍ତି ତାହା ବଡ଼ ପ୍ରଶ୍ନ ସାଜିଛି। ଯଦି ଏହି ଚିଠିରେ ଥିବା ଦସ୍ତଖତ ସିଡିଓଙ୍କ ହୋଇଥାଏ ତେବେ ବୁଝିବାକୁ ପଡ଼ିବ ଯେ ସିଡିଓ ଆଖି ବୁଜି ଦସ୍ତଖତ କରୁଛନ୍ତି। ଯାହାକି ଅଧିକାରୀଙ୍କ ଦକ୍ଷତା ଏବଂ ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ।
The post ଅପିଲ ଶୁଣାଣି ପାଇଁ ଆଶ୍ଚର୍ଯ୍ୟକର ତାରିଖ: ସିଡିଓଙ୍କ ଚିଠିକୁ ନେଇ ବଢ଼ୁଛି ସନ୍ଦେହ appeared first on Dharitri Odia News.