ରୋଡ୍‌ଶୋରେ ବିଜେଡି ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ

ବାଳକାଟୀ,୧୩ା୪(ମନୋଜ ମଣ୍ଡଳ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଏଥିପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରିଦେଲେଣି। ଶୁକ୍ରବାର ଭୁବନେଶ୍ୱର ଲୋକ ସଭା ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ନବ କିଶୋର ମଲିକ ବାଳକାଟୀରେ ରୋଡ୍‌ ଶୋ ମାଧ୍ୟମରେ ପ୍ରଚାର କରିଛନ୍ତି। ବାଳକାଟୀସ୍ଥିତ ମଦନମୋହନଙ୍କ ମନ୍ଦିରଠାରୁ ବାଇକ ଶୋଭାଯାତ୍ରାରେ ବାହାରି ଗଡ଼ଶ୍ରୀରାମପୁର ସ୍ଥିତ ଦଳୀୟ କାର୍ଯାଳୟଠାରେ ପହଞ୍ଚିଥିଲେ। ଦଳୀୟ କର୍ମକର୍ତ୍ତାଙ୍କ ସହିତ ପୂର୍ବତନ ଓ ବର୍ତ୍ତମାନର ପଞ୍ଚାୟତ ପ୍ରତିନିଧିମାନେ ସେମାନଙ୍କୁ […] The post ରୋଡ୍‌ଶୋରେ ବିଜେଡି ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ appeared first on Dharitri Odia News.

ରୋଡ୍‌ଶୋରେ ବିଜେଡି ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ

ବାଳକାଟୀ,୧୩ା୪(ମନୋଜ ମଣ୍ଡଳ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଏଥିପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରିଦେଲେଣି। ଶୁକ୍ରବାର ଭୁବନେଶ୍ୱର ଲୋକ ସଭା ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ନବ କିଶୋର ମଲିକ ବାଳକାଟୀରେ ରୋଡ୍‌ ଶୋ ମାଧ୍ୟମରେ ପ୍ରଚାର କରିଛନ୍ତି। ବାଳକାଟୀସ୍ଥିତ ମଦନମୋହନଙ୍କ ମନ୍ଦିରଠାରୁ ବାଇକ ଶୋଭାଯାତ୍ରାରେ ବାହାରି ଗଡ଼ଶ୍ରୀରାମପୁର ସ୍ଥିତ ଦଳୀୟ କାର୍ଯାଳୟଠାରେ ପହଞ୍ଚିଥିଲେ। ଦଳୀୟ କର୍ମକର୍ତ୍ତାଙ୍କ ସହିତ ପୂର୍ବତନ ଓ ବର୍ତ୍ତମାନର ପଞ୍ଚାୟତ ପ୍ରତିନିଧିମାନେ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଧାୟକ ପ୍ରାର୍ଥୀ ମଲ୍ଲିକ ଜନସାଧାରଣଙ୍କ ସେବା କରିବା ପାଇଁ କର୍ମୀମାନଙ୍କର ସହଯୋଗ କାମନା କରିଥିଲେ। ସେହିପରି ସେବକ ହୋଇ କାମ କରିବି ବୋଲି ଲୋକ ସଭା ପ୍ରାର୍ଥୀ ରାଉତରାୟ କହିଥିଲେ। ଏହି ଅବସରରେ ଆୟୋଜିତ ସଭାରେ କମଳ କୁମାର ପାତ୍ର ସଭାପତିତ୍ତ୍ୱ କରିଥିଲେ। କାର୍ଯ୍ୟକ୍ରମକୁ ବାଲିପାଟଣା ବ୍ଲକ ବିଜେଡି ସଭାପତି କିଶୋର ଜେନା ପରିଚାଳନା କରିଥିଲେ। ନିର୍ବାଚନ ମଣ୍ଡଳୀ ପ୍ରଭାରୀ ବରଦା ପ୍ରସନ ପଟ୍ଟନାୟକ, ଖୋର୍ଦ୍ଧା ଜିଲା ସହ ପ୍ରଭାରୀ ଶୁଭ୍ରାଂଶୁ ନାରାୟଣ ମିଶ୍ର ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ପୂର୍ବତନ ଜିଲା ପରିଷଦ ସଭ୍ୟ ଶରତ ପଟ୍ଟନାୟକ, ଅଚ୍ୟୁତାନନ୍ଦ ପାତ୍ର, ଜିଲାପରିଷଦ ସଭ୍ୟ ପବିତ୍ର ପଟେଲ, କୁନମୁନ ଲେଙ୍କା, ମଙ୍ଗରାଜ ବେହେରା, ମହେଶ୍ୱର ଦାସ, ବ୍ଲକ ଅଧକ୍ଷା ବାସନ୍ତୀ ଖଟୁଆ, ହରପ୍ରିୟା ଦାସଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

The post ରୋଡ୍‌ଶୋରେ ବିଜେଡି ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ appeared first on Dharitri Odia News.