ଆସନ୍ତା ୨୫ରୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ…
ବଲାଙ୍ଗିର: ବଲାଙ୍ଗିର ଗନ୍ଧମାର୍ଦ୍ଦନ ପାହାଡ ସୁରକ୍ଷା ଦାବି ନେଇ ଆସନ୍ତା ୨୫ତାରିଖରୁ ଆନ୍ଦୋଳନ କରିବାକୁ ସଜବାଜ ହେଲେଣି ପରିବେଶବିତ୍ ଓ ସ୍ଥାନୀୟଲୋକେ। କେନ୍ଦ୍ର ଓ ରାଜ୍ଯ ସରକାର ଆଦାନୀକୁ ଗନ୍ଧମାର୍ଦ୍ଦନ ପାହାଡକୁ ବିକ୍ରି କରିଦେଇଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକେ। ଐତିହାସିକ ଗନ୍ଧମାର୍ଦ୍ଦନ ପାଦଦେଶରେ ଆଦାନୀ କମ୍ପାନୀ ବା ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ ପ୍ରାଇଭେଟ ଲିମିଟେଡ ଜମି କିଣିବା ପରେ ଖଣି ଖନନ ଖର୍ଚ୍ଚକୁ ଖୋରାକ ଯୋଗାଇଛି। ଗନ୍ଧମାର୍ଦ୍ଦନ ଓ ଆଖପାଖ ଅଞ୍ଚଳରେ ୧୧୨.୮୬ ଏକର […]

ବଲାଙ୍ଗିର: ବଲାଙ୍ଗିର ଗନ୍ଧମାର୍ଦ୍ଦନ ପାହାଡ ସୁରକ୍ଷା ଦାବି ନେଇ ଆସନ୍ତା ୨୫ତାରିଖରୁ ଆନ୍ଦୋଳନ କରିବାକୁ ସଜବାଜ ହେଲେଣି ପରିବେଶବିତ୍ ଓ ସ୍ଥାନୀୟଲୋକେ। କେନ୍ଦ୍ର ଓ ରାଜ୍ଯ ସରକାର ଆଦାନୀକୁ ଗନ୍ଧମାର୍ଦ୍ଦନ ପାହାଡକୁ ବିକ୍ରି କରିଦେଇଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକେ। ଐତିହାସିକ ଗନ୍ଧମାର୍ଦ୍ଦନ ପାଦଦେଶରେ ଆଦାନୀ କମ୍ପାନୀ ବା ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ ପ୍ରାଇଭେଟ ଲିମିଟେଡ ଜମି କିଣିବା ପରେ ଖଣି ଖନନ ଖର୍ଚ୍ଚକୁ ଖୋରାକ ଯୋଗାଇଛି। ଗନ୍ଧମାର୍ଦ୍ଦନ ଓ ଆଖପାଖ ଅଞ୍ଚଳରେ ୧୧୨.୮୬ ଏକର ଜମି ଆଦାନୀ କମ୍ପାନୀ ଚାଷିଙ୍କ ଠାରୁ କିଣିବା ପରେ ବଲାଙ୍ଗିର ରାଜନୀତି ସରଗରମ ହେବାରେ ଲାଗିଛି। ବିଜେପି ସରକାର ଆସିବା ପରେ ଆଦାନୀ କମ୍ପାନୀର ଜମି କିଣିବା ଘଟଣାକୁ ସହଜରେ ଲୋକେ ହଜମ କରିପାରୁନାହାନ୍ତି। ଆଦାନୀ ଗନ୍ଧମାର୍ଦ୍ଧନ ପାହାଡ ନିକଟରେ ଜମି କିଣିବା ପରେ ଗନ୍ଧମାର୍ଦ୍ଦନର ସୁରକ୍ଷା ପ୍ରତି ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତକାଲି କମ୍ପାନୀ ତରଫ ସ୍ପଷ୍ଟିକରଣ ଦିଆଯାଇଛି ହେଲେ ସ୍ଥାନୀୟଲୋକେ। କିନ୍ତୁ ଏହି ସ୍ପଷ୍ଟିକରଣକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ରାଜ୍ୟ ସରକାର ଖଣି ଖନନ ନେଇ କୌଣସି ସ୍ପଷ୍ଟିକରଣ ରଖି ନ ଥିବା ବେଳେ ଆସନ୍ତା ୨୫ ତାରିଖରୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ଜୋରଦାର୍ ଆନ୍ଦୋଳନ ପାଇଁ ସଜବାଜ ଚାଲିଛି।