ଭିନେଶଙ୍କୁ ନେଇ ସଂସଦରେ ହଙ୍ଗାମା, ଅଲିମ୍ପିକ୍ସରୁ ଅଯୋଗ୍ୟ ହେବା ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ,୭।୮: ପ୍ୟାରିସ ଅଲିମ୍ପିକ୍ସରେ ନିଶ୍ଚିତ ସ୍ବର୍ଣ୍ଣ ପଦକ ଜିତିବାର ଭାରତର ତାରକା ରେସଲର ଭିନେଶ ଫୋଗଟଙ୍କ ସ୍ବପ୍ନ ଭାଙ୍ଗି ଯାଇଛି। ଅଧିକ ଓଜନ ହେତୁ ତାଙ୍କୁ ଅଯୋଗ୍ୟ କରାଯାଇଛି। ଏହି ସମୟରେ, ଭିନେଶଙ୍କ ପ୍ରସଙ୍ଗକୁ ନେଇ ସସଂଦରେ ହଙ୍ଗାମା ହୋଇଛି। ବିରୋଧୀ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି। ଗୃହ ଆରମ୍ଭ ପୂର୍ବରୁ ବିରୋଧୀଦଳ ନେତା ଭିନେଶ ଫୋଗଟଙ୍କୁ ନେଇ ସରକାରଙ୍କୁ ଗେରିଛନ୍ତି। ଏଥିସହ ବିରୋଧୀଦଳ ଅଲିମ୍ପିକ୍ସରୁ ଅଯୋଗ୍ୟତା ନେଇ ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ ପ୍ରଶ୍ନ ଉଠାଇଛନ୍ତି। […] The post ଭିନେଶଙ୍କୁ ନେଇ ସଂସଦରେ ହଙ୍ଗାମା, ଅଲିମ୍ପିକ୍ସରୁ ଅଯୋଗ୍ୟ ହେବା ନେଇ ସରକାରଙ୍କୁ ଘେରିଲେ ବିରୋଧୀ appeared first on Dharitri Odia News.

ଭିନେଶଙ୍କୁ ନେଇ ସଂସଦରେ ହଙ୍ଗାମା, ଅଲିମ୍ପିକ୍ସରୁ ଅଯୋଗ୍ୟ ହେବା ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ,୭।୮: ପ୍ୟାରିସ ଅଲିମ୍ପିକ୍ସରେ ନିଶ୍ଚିତ ସ୍ବର୍ଣ୍ଣ ପଦକ ଜିତିବାର ଭାରତର ତାରକା ରେସଲର ଭିନେଶ ଫୋଗଟଙ୍କ ସ୍ବପ୍ନ ଭାଙ୍ଗି ଯାଇଛି। ଅଧିକ ଓଜନ ହେତୁ ତାଙ୍କୁ ଅଯୋଗ୍ୟ କରାଯାଇଛି। ଏହି ସମୟରେ, ଭିନେଶଙ୍କ ପ୍ରସଙ୍ଗକୁ ନେଇ ସସଂଦରେ ହଙ୍ଗାମା ହୋଇଛି। ବିରୋଧୀ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି।

ଗୃହ ଆରମ୍ଭ ପୂର୍ବରୁ ବିରୋଧୀଦଳ ନେତା ଭିନେଶ ଫୋଗଟଙ୍କୁ ନେଇ ସରକାରଙ୍କୁ ଗେରିଛନ୍ତି। ଏଥିସହ ବିରୋଧୀଦଳ ଅଲିମ୍ପିକ୍ସରୁ ଅଯୋଗ୍ୟତା ନେଇ ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ ପ୍ରଶ୍ନ ଉଠାଇଛନ୍ତି।

ଭାରତୀୟ ରେସଲର ଭିନେଶ ଫୋଗଟଙ୍କୁ ଅଧିକ ଓଜନ ହେତୁ ମହିଳା ରେସଲିଂ 50 କିଲୋଗ୍ରାମ ବର୍ଗରୁ ଅଯୋଗ୍ୟ ଘୋଷିତ କରାଯିବା ଉପରେ କଂଗ୍ରେସ ନେତା ଶଶି ଥରୁର କହିଛନ୍ତି, ଭିନେଶ ଏଠାରେ ପହଞ୍ଚିଛନ୍ତି। ସେ ବିଶ୍ୱର ୧ ନମ୍ବର ରେସଲରଙ୍କୁ ପରାସ୍ତ କରିଛନ୍ତି। ସମଗ୍ର ଦେଶରେ ଖୁସିର ଲହରୀ ଖେଳିଯାଇଛି। । ଏହି ଖବର ଦୁଃଖଦାୟକ ଯେ ଭିନେଶଙ୍କୁ ତାଙ୍କ ପରିଶ୍ରମର ମୂଲ୍ୟ ମିଳିନାହିଁ।

The post ଭିନେଶଙ୍କୁ ନେଇ ସଂସଦରେ ହଙ୍ଗାମା, ଅଲିମ୍ପିକ୍ସରୁ ଅଯୋଗ୍ୟ ହେବା ନେଇ ସରକାରଙ୍କୁ ଘେରିଲେ ବିରୋଧୀ appeared first on Dharitri Odia News.