ମହାନଦୀରେ ପ୍ରେମୀ ଯୁଗଳଙ୍କ ହାଇ ଡ୍ରାମା: ନଦୀଗର୍ଭରୁ ଉଦ୍ଧାର କଲା ପୋଲିସ
ସୋନପୁର,୧୮।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ମହାନଦୀ ସେତୁ ନିକଟସ୍ଥ ଟାଓ୍ବାର ଘାଟ ନିକଟରେ ଗୁରୁବାର ରାତିରେ ଏକ ହାଇ ଡ୍ରାମା ଦେଖିବାକୁ ମିଳିଛି। ମହାନଦୀ ବାଲିପଠାରେ ଦୁଇ ଦିନ ଧରି ଲୁଚି ରହିଥିବା ପ୍ରେମୀ ଯୁଗଳଙ୍କୁ ସୋନପୁର ଟାଉନ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ଅଗ୍ନିଶମ ବିଭାଗ କର୍ମଚାରୀମାନେ ନାବାଳିକା ପ୍ରେମିକାଙ୍କୁ ବିଦ୍ୟୁତ୍ ଟାଓ୍ବାର ନିକଟସ୍ଥ ପଥରରୁ ଉଦ୍ଧାର କରି ସୋନପୁର ଟାଉନ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଅନ୍ୟପକ୍ଷେ […] The post ମହାନଦୀରେ ପ୍ରେମୀ ଯୁଗଳଙ୍କ ହାଇ ଡ୍ରାମା: ନଦୀଗର୍ଭରୁ ଉଦ୍ଧାର କଲା ପୋଲିସ appeared first on Dharitri Odia News.
ସୋନପୁର,୧୮।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ମହାନଦୀ ସେତୁ ନିକଟସ୍ଥ ଟାଓ୍ବାର ଘାଟ ନିକଟରେ ଗୁରୁବାର ରାତିରେ ଏକ ହାଇ ଡ୍ରାମା ଦେଖିବାକୁ ମିଳିଛି। ମହାନଦୀ ବାଲିପଠାରେ ଦୁଇ ଦିନ ଧରି ଲୁଚି ରହିଥିବା ପ୍ରେମୀ ଯୁଗଳଙ୍କୁ ସୋନପୁର ଟାଉନ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି।
ଅଗ୍ନିଶମ ବିଭାଗ କର୍ମଚାରୀମାନେ ନାବାଳିକା ପ୍ରେମିକାଙ୍କୁ ବିଦ୍ୟୁତ୍ ଟାଓ୍ବାର ନିକଟସ୍ଥ ପଥରରୁ ଉଦ୍ଧାର କରି ସୋନପୁର ଟାଉନ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଅନ୍ୟପକ୍ଷେ ପ୍ରେମିକ ତଥା ସୋନପୁର ସହର ପଟାଭାଡି ଅଞ୍ଚଳର ଶିବ ଶମ୍ଭୁ ମେହେର(୨୧)ଙ୍କୁ ପୋଲିସ ଅଟକ ରଖିଛି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।
ମିଳିଥିବା ସୂଚନା ମୁତାବକ, ନାବାଳିକାଙ୍କ ବାପା ବୁଧବାର ସକାଳେ ସୋନପୁର ଥାନାରେ ତାଙ୍କ ଝିଅ ଅପହରଣ ହୋଇଥିବା ନେଇ ଅଭିଯୋଗ କରିଥିଲେ। ଶିବ ଶମ୍ଭୁ ନାବାଳିକାଙ୍କୁ ବୁଧବାରଠାରୁ ନେଇ ମହାନଦୀ ଗର୍ଭର ବାଲି ପଟାରେ ରଖିଥିଲେ । ଗୁରୁବାର ଶିବ ଶମ୍ଭୁ ମାର୍କେଟ୍କୁ ଖାଇବା ଆଣିବା ପାଇଁ ଯାଇଥିଲା ବେଳେ ମୋବାଇଲ ଟ୍ରାକିଂ କରି ପୋଲିସ ତାଙ୍କୁ ଧରିଥିଲା। ପରେ ପୋଲିସ ନିକଟରୁ ସୂଚନା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ନାବାଳିକାଙ୍କୁ ନଦୀଗର୍ଭରୁ ଉଦ୍ଧାର କରିଥିଲେ। ଥାନାରେ ପ୍ରେମୀ ଯୁଗଳଙ୍କ ପରିବାର ଉପସ୍ଥିତ ରହିଛନ୍ତି। ଏସ୍ଆଇ ସସ୍ମିତା ଭୁତିଆ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
The post ମହାନଦୀରେ ପ୍ରେମୀ ଯୁଗଳଙ୍କ ହାଇ ଡ୍ରାମା: ନଦୀଗର୍ଭରୁ ଉଦ୍ଧାର କଲା ପୋଲିସ appeared first on Dharitri Odia News.