ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ଦିଲୀପ ରାୟ, ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ହାଇକୋର୍ଟରେ କଲେ ନିବେଦନ

ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦିଲ୍ଲୀ ହାଇକୋର୍ଟରେ ଆବେଦନ ଦାଖଲ କରି ଦଣ୍ଡ ଉପରେ ରୋକ୍ ଲଗାଇବାକୁ ଅପିଲ୍ କରିଛନ୍ତି । ଦିଲୀପ ରାୟ ଲୋକସଭା ଏବଂ ଓଡ଼ିଶା ବିଧାନସଭାରେ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି । ଏହି ମାମଲାରେ ନ୍ୟାୟମୂର୍ତ୍ତି ସ୍ୱର୍ଣ୍ଣ କାନ୍ତା ଶର୍ମା ସିବିଆଇଙ୍କୁ ନୋଟିସ୍ ଜାରି କରିଛନ୍ତି । ଦିଲୀପ ରାୟଙ୍କ ଆବେଦନ ଉପରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ପାଇଁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ୍ ୫ରେ ମମଲା ପରବର୍ତ୍ତୀ ଶୁଣାଣି ହେବ । ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପାଇଁ କୋର୍ଟରେ ପକ୍ଷ ରଖୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି କହିଥିଲେ ଯେ ଦିଲୀପ ରାୟ ଆଗାମୀ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି । ଏହି କାରଣରୁ ନିଜ ଦଣ୍ଡ ଉପରେ ରୋକ ଲଗାଇବା ପାଇଁ ନିବେଦନ କରୁଛନ୍ତି । ଯାଚିକାରେ କୁହାଯାଇଛି ଯେ ଦିଲୀପ ରାୟଙ୍କ ବିରୋଧରେ ଅନେକ ମାମଲା ଚାଲିଛି । ଏହି ସବୁ ମାମଲା ଉପରେ ଶୀଘ୍ର ରାୟ ଆସିବାର ଆଶା ବହୁତ କମ ଅଛି । ଯାଚିକାରେ ଏହା ବି କୁହାଯାଇଛି ଯେ ଦିଲୀପ ରାୟଙ୍କୁ ୭୧ ବର୍ଷ ହୋଇଛି । ଯଦି ରାୟରେ ବିଳମ୍ୱ ଘଟେ ତେବେ ଅପୂରଣୀୟ କ୍ଷତି ହେବାର ସମ୍ଭବନା ରହିଛି ।ପୂରା ମାମଲା କ’ଣ ?ଏହି ମାମଲା ୧୯୯୯ରେ ଗିରଡିହରେ କୋଇଲା ବ୍ଲକ୍ ଆବଣ୍ଟନ ସହ ଜଡିତ । ସିବିଆଇର ଚାର

ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ଦିଲୀପ ରାୟ, ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ହାଇକୋର୍ଟରେ କଲେ ନିବେଦନ

ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦିଲ୍ଲୀ ହାଇକୋର୍ଟରେ ଆବେଦନ ଦାଖଲ କରି ଦଣ୍ଡ ଉପରେ ରୋକ୍ ଲଗାଇବାକୁ ଅପିଲ୍ କରିଛନ୍ତି । ଦିଲୀପ ରାୟ ଲୋକସଭା ଏବଂ ଓଡ଼ିଶା ବିଧାନସଭାରେ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି । ଏହି ମାମଲାରେ ନ୍ୟାୟମୂର୍ତ୍ତି ସ୍ୱର୍ଣ୍ଣ କାନ୍ତା ଶର୍ମା ସିବିଆଇଙ୍କୁ ନୋଟିସ୍ ଜାରି କରିଛନ୍ତି । ଦିଲୀପ ରାୟଙ୍କ ଆବେଦନ ଉପରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ପାଇଁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ୍ ୫ରେ ମମଲା ପରବର୍ତ୍ତୀ ଶୁଣାଣି ହେବ । 

ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପାଇଁ କୋର୍ଟରେ ପକ୍ଷ ରଖୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି କହିଥିଲେ ଯେ ଦିଲୀପ ରାୟ ଆଗାମୀ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି । ଏହି କାରଣରୁ ନିଜ ଦଣ୍ଡ ଉପରେ ରୋକ ଲଗାଇବା ପାଇଁ ନିବେଦନ କରୁଛନ୍ତି । ଯାଚିକାରେ କୁହାଯାଇଛି ଯେ ଦିଲୀପ ରାୟଙ୍କ ବିରୋଧରେ ଅନେକ ମାମଲା ଚାଲିଛି । ଏହି ସବୁ ମାମଲା ଉପରେ ଶୀଘ୍ର ରାୟ ଆସିବାର ଆଶା ବହୁତ କମ ଅଛି । ଯାଚିକାରେ ଏହା ବି କୁହାଯାଇଛି ଯେ ଦିଲୀପ ରାୟଙ୍କୁ ୭୧ ବର୍ଷ ହୋଇଛି । ଯଦି ରାୟରେ ବିଳମ୍ୱ ଘଟେ ତେବେ ଅପୂରଣୀୟ କ୍ଷତି ହେବାର ସମ୍ଭବନା ରହିଛି ।

ପୂରା ମାମଲା କ’ଣ ?

ଏହି ମାମଲା ୧୯୯୯ରେ ଗିରଡିହରେ କୋଇଲା ବ୍ଲକ୍ ଆବଣ୍ଟନ ସହ ଜଡିତ । ସିବିଆଇର ଚାର୍ଜସିଟରେ କୁହାଯାଇଥିଲା ଯେ ସିଟିଏଲ କୋଇଲା ବ୍ଲକ୍ ପାଇଁ ମନ୍ତ୍ରଣାଳୟରେ ଆବେଦନ କରିଥିଲା । କୋଲ୍ ଇଣ୍ଡିଆ ଲିମିଟେଡ୍ କୋଇଲା ମନ୍ତ୍ରଣାଳୟକୁ ସୂଚିତ କରିଥିଲା ଯେ ସିଟିଏଲ ଦ୍ୱାରା ଯେଉଁ ସ୍ଥାନରେ ଖନନ ପାଇଁ ଆବେଦନ କରାଯାଇଛି, ତାହା ବିପଦ ପୂର୍ଣ୍ଣ । ଏହାପରେ ବି ୧୯୯ ମେ ମାସରେ ଆବେଦନର ଫାଇଲ ତତ୍କାଳୀନ କୋଇଲା ରାଷ୍ଟ୍ର ମନ୍ତ୍ରୀ ଦିଲୀପ ରାୟଙ୍କ ମନ୍ତ୍ରଣାଳୟରୁ କୋଇଲା ସଚିବଙ୍କ ନିକଟକୁ ପଠାଯାଇଥିଲା । ସିଟିଏଲକୁ କୋଇଲା ବ୍ଲକ୍ ସିନା ମିଳିଗଲା, କିନ୍ତୁ ଖନନର ଅନୁମତି ନମଳିବା ସତ୍ତ୍ୱେ ଖନନ କରାଗଲା ।

ପଢନ୍ତୁ: ଦିଲୀପ ରାୟଙ୍କ ଦଣ୍ଡାଦେଶକୁ ସସପେଣ୍ଡ୍ କଲେ ଦିଲ୍ଲୀ ହାଇକୋର୍ଟ : କୋଇଲା ଦୁର୍ନୀତି ମାମଲାରେ ସିବିଆଇ କୋର୍ଟ ଦେଇଥିଲେ ୩ ବର୍ଷ ଜେଲ୍

ଏହି ମାମଲାରେ ୨୦୨୦ ଅକ୍ଟୋବର ୨୦ରେ ଟ୍ରାଏଲ୍ କୋର୍ଟ ଦିଲୀପ ରାୟଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ । ଏହାସହ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଇଥିଲେ । ଏହାପରେ ମାମଲା ହାଇକୋର୍ଟ ପହଞ୍ଚିଥିଲା । ହାଇକୋର୍ଟ ୨୦୨୦ ଅକ୍ଟୋବର ୨୭ରେ ଦିଲୀପ ରାୟଙ୍କ ଯାଚିକା ଉପରେ ସିବିଆକୁ ନୋଟିସ୍ ଜାରି କରିଥିଲେ । ଏହାସହ ତାଙ୍କର ତିନି ବର୍ଷ ଜେଲ ଦଣ୍ଡକୁ ନିଲମ୍ୱିତ କରାଯାଇଥିଲା ।