ଟ୍ରିପଲ୍ ସେଞ୍ଚୁରୀ ଠାରୁ ପାଦେ ପଛରେ କୋହଲି; ଏହି ରେକର୍ଡ କରିବାରେ ହେବେ ସପ୍ତମ ଭାରତୀୟ

ଦୁବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ । ଲଗାତାର ଦୁଇ ମ୍ୟାଚ୍ ଜିତି ସେମି ଫାଇନାଲରେ ପ୍ରବେଶ କରିଛି ଦଳ । ହେଲେ ରବିବାର ଅର୍ଥାତ୍ ଆଜି ଲିଗ୍ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍ ଖେଳିବେ ଉଭୟ ଇଣ୍ଡିଆ ଏବଂ ନ୍ୟୁଜିଲାଣ୍ଡ । ତେବେ ଏହି ମ୍ୟାଚ ବିରାଟ୍ କୋହଲିଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । କାରଣ ଦିନିକିଆ ଫର୍ମାଟରେ ବିରାଟ୍ ଆଜି ୩୦୦ ତମ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । କୋହଲି ଆଜିର ମ୍ୟାଚ୍ ଖେଳିଲେ, ସେ ୩ଶହ ଓ୍ବାନଡେ’ ଇଣ୍ଟରନ୍ୟାଶନାଲ ଖେଳିଥିବା ସପ୍ତମ ଭାରତୀୟ କ୍ରିକେଟର ହୋଇଯିବେ । ୨୯୯ ତମ ମ୍ୟାଚରେ କିଙ୍ଗ୍ କୋହଲି ପାକିସ୍ତାନ ବିରୋଧରେ ଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ତେଣୁ ଆଜିର ମ୍ୟାଚରେ ତାଙ୍କର ବିଶେଷ ଯୋଗଦାନ ରହିବ ବୋଲି ଆଶା କରାଯାଉଛି ।  ବିରାଟ କୋହଲି ୨୦୦୮ ଅଗଷ୍ଟ ୧୮ ତାରିଖରେ ଇଣ୍ଟର ନ୍ୟାଶନାଲ କ୍ରିକେଟରେ ଡେବୁ କରିଥିଲେ । ଏହା ପରେ ସେ ଆଉ ପଛକୁ ଫେରି ଦେଖିନାହାନ୍ତି । ଦିନିକିଆ ଫର୍ମାଟରେ ଅନେକ ରେକର୍ଡ ଭାଙ୍ଗିଛନ୍ତି ବିରାଟ୍ । ସେହିପରି ଟେଷ୍ଟ୍ ଏବଂ ଟି-୨୦ ଫର୍ମାଟରେ ମଧ୍ୟ କୋହଲିଙ୍କ ଜବରଦସ୍ତ ପ୍ରଦର୍ଶନ ରହିଛି । ୫୦ ଓଭର ପ୍ରଦର୍ଶନ ଉପରେ ନଜର ପକାଇଲେ, ଏହା ବିରାଟଙ୍କ ସବୁଠୁ ପସନ୍ଦର ଫର୍ମାଟ୍ ବୋଲି ମନେ ହୁଏ । ପ୍ରାୟ ୧୫ ବର୍ଷରୁ ଅଧିକ ସମୟ ଧରି ଦିନିକିଆରେ ବିରାଟ କୋହଲି ଅନେକ ରେକର୍ଡ ସୃଷ୍ଟି କରିଛନ୍ତି  । ସେଥିପାଇଁ ତାଙ୍କୁ ଚେଜ୍ ମାଷ୍ଟର

ଟ୍ରିପଲ୍ ସେଞ୍ଚୁରୀ ଠାରୁ ପାଦେ ପଛରେ କୋହଲି; ଏହି ରେକର୍ଡ କରିବାରେ ହେବେ ସପ୍ତମ ଭାରତୀୟ

ଦୁବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ । ଲଗାତାର ଦୁଇ ମ୍ୟାଚ୍ ଜିତି ସେମି ଫାଇନାଲରେ ପ୍ରବେଶ କରିଛି ଦଳ । ହେଲେ ରବିବାର ଅର୍ଥାତ୍ ଆଜି ଲିଗ୍ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍ ଖେଳିବେ ଉଭୟ ଇଣ୍ଡିଆ ଏବଂ ନ୍ୟୁଜିଲାଣ୍ଡ । ତେବେ ଏହି ମ୍ୟାଚ ବିରାଟ୍ କୋହଲିଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । କାରଣ ଦିନିକିଆ ଫର୍ମାଟରେ ବିରାଟ୍ ଆଜି ୩୦୦ ତମ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । କୋହଲି ଆଜିର ମ୍ୟାଚ୍ ଖେଳିଲେ, ସେ ୩ଶହ ଓ୍ବାନଡେ’ ଇଣ୍ଟରନ୍ୟାଶନାଲ ଖେଳିଥିବା ସପ୍ତମ ଭାରତୀୟ କ୍ରିକେଟର ହୋଇଯିବେ । ୨୯୯ ତମ ମ୍ୟାଚରେ କିଙ୍ଗ୍ କୋହଲି ପାକିସ୍ତାନ ବିରୋଧରେ ଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ତେଣୁ ଆଜିର ମ୍ୟାଚରେ ତାଙ୍କର ବିଶେଷ ଯୋଗଦାନ ରହିବ ବୋଲି ଆଶା କରାଯାଉଛି ।  

ବିରାଟ କୋହଲି ୨୦୦୮ ଅଗଷ୍ଟ ୧୮ ତାରିଖରେ ଇଣ୍ଟର ନ୍ୟାଶନାଲ କ୍ରିକେଟରେ ଡେବୁ କରିଥିଲେ । ଏହା ପରେ ସେ ଆଉ ପଛକୁ ଫେରି ଦେଖିନାହାନ୍ତି । ଦିନିକିଆ ଫର୍ମାଟରେ ଅନେକ ରେକର୍ଡ ଭାଙ୍ଗିଛନ୍ତି ବିରାଟ୍ । ସେହିପରି ଟେଷ୍ଟ୍ ଏବଂ ଟି-୨୦ ଫର୍ମାଟରେ ମଧ୍ୟ କୋହଲିଙ୍କ ଜବରଦସ୍ତ ପ୍ରଦର୍ଶନ ରହିଛି । ୫୦ ଓଭର ପ୍ରଦର୍ଶନ ଉପରେ ନଜର ପକାଇଲେ, ଏହା ବିରାଟଙ୍କ ସବୁଠୁ ପସନ୍ଦର ଫର୍ମାଟ୍ ବୋଲି ମନେ ହୁଏ । ପ୍ରାୟ ୧୫ ବର୍ଷରୁ ଅଧିକ ସମୟ ଧରି ଦିନିକିଆରେ ବିରାଟ କୋହଲି ଅନେକ ରେକର୍ଡ ସୃଷ୍ଟି କରିଛନ୍ତି  । ସେଥିପାଇଁ ତାଙ୍କୁ ଚେଜ୍ ମାଷ୍ଟର ଆଖ୍ୟା ମଧ୍ୟ ମିଳିଛି ।

ଭାରତୀୟ କ୍ରିକେଟର ଏହି ଷ୍ଟାର ବ୍ୟାଟର ବର୍ତ୍ତମାନ ସୁଦ୍ଧା ୨୯୯ ଓ୍ବାନଡେ’ ଇଣ୍ଟର ନ୍ୟାଶନାଲ ଖେଳିଛନ୍ତି । ଏଥିରେ ସେ ୫୮.୨୦ ହାରରେ ଏବଂ ୯୩.୪୧ ଷ୍ଟ୍ରାଇକ୍ ରେଟ୍‌ରେ ୧୪,୦୮୫ ରନ୍ ସଂଗ୍ରହ କରିଛନ୍ତି  । ଏଥିରେ ୫୧ଟି ଶତକ ଏବଂ ୭୩ଟି ଅର୍ଦ୍ଧଶତକ ରହିଛି । ଦିନିକିଆ ଫର୍ମାଟରେ ବିରାଟଙ୍କ ସର୍ବଶ୍ରେଷ୍ଠ ସ୍କୋର ୧୮୩ ରନ୍ ରହିଛି । ଦିନିକିଆରେ ରନ୍ ସଂଗ୍ରହ କରିବାରେ ବିରାଟ ତୃତୀୟ ସ୍ଥାନରେ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ଶ୍ରୀଲଙ୍କାର ଓ୍ବିକେଟ୍ କିପର ବ୍ୟାଟର କୁମାର ସାଙ୍ଗାକାରା ରହିଛନ୍ତି । ସେହିପରି ୧୮, ୪୨୬ ରନ ସହ ପ୍ରଥମ ସ୍ଥାନରେ ରହିଛନ୍ତି ସଚିନ୍ ତେନ୍ଦୁଲକର ।