ନୂଆ ଆପରାଧିକ ଆଇନ ବିରୋଧରେ ପିଟିଶନ ଖାରଜ
ନୂଆଦିଲ୍ଲୀ,୨୧ା୫ (ପି.ଟି.):କେନ୍ଦ୍ର ସରକାର ଆଣିଥିବା ୩ ନୂଆ ଆପରାଧିକ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନକୁ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ସୋମବାର ମନା କରିଦେବା ସହ ଏହାକୁ ପ୍ରତ୍ୟାହାର କରିନେବା ପାଇଁ ଆବେଦନକାରୀଙ୍କୁ ଅନୁମତି ପ୍ରଦାନ କରିଥିଲେ। ଆବେଦନକାରୀ ଆଇନଜୀବୀ ବିଶାଲ ତିଓ୍ବାରୀ ପିଟିଶନ ଫେରାଇନେବା ଫଳରେ ଏହା ଖାରଜ ହୋଇଯାଇଥିବା ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀ ଓ ପଙ୍କଜ ମିଥାଲଙ୍କ ଅବକାଶକାଳୀନ ଖଣ୍ଡପୀଠ କହିଛନ୍ତି। ଗତବର୍ଷ ଡିସେମ୍ବର ୨୧ରେ ୩ ଆପରାଧିକ ବିଧେୟକ ଭାରତୀୟ […] The post ନୂଆ ଆପରାଧିକ ଆଇନ ବିରୋଧରେ ପିଟିଶନ ଖାରଜ appeared first on Dharitri Odia News.
ନୂଆଦିଲ୍ଲୀ,୨୧ା୫ (ପି.ଟି.):କେନ୍ଦ୍ର ସରକାର ଆଣିଥିବା ୩ ନୂଆ ଆପରାଧିକ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନକୁ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ସୋମବାର ମନା କରିଦେବା ସହ ଏହାକୁ ପ୍ରତ୍ୟାହାର କରିନେବା ପାଇଁ ଆବେଦନକାରୀଙ୍କୁ ଅନୁମତି ପ୍ରଦାନ କରିଥିଲେ। ଆବେଦନକାରୀ ଆଇନଜୀବୀ ବିଶାଲ ତିଓ୍ବାରୀ ପିଟିଶନ ଫେରାଇନେବା ଫଳରେ ଏହା ଖାରଜ ହୋଇଯାଇଥିବା ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀ ଓ ପଙ୍କଜ ମିଥାଲଙ୍କ ଅବକାଶକାଳୀନ ଖଣ୍ଡପୀଠ କହିଛନ୍ତି। ଗତବର୍ଷ ଡିସେମ୍ବର ୨୧ରେ ୩ ଆପରାଧିକ ବିଧେୟକ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ବିଲ୍ ଲୋକ ସଭାରେ ଗୃହୀତ ହୋଇ ୨୫ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ ପରେ ଆଇନରେ ପରିଣତ ହୋଇଥିଲା। ଭାରତୀୟ ଦଣ୍ଡ ସଂହିତା (ଆଇପିସି), ଆପରାଧିକ ପ୍ରକ୍ରିୟା ସଂହିତା (ସିଆର୍ପିସି) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ସ୍ଥାନରେ ତାହା ଲାଗୁ ହେବାକୁ ଯାଉଛି। ଉକ୍ତ ୩ ନୂଆ ଆଇନର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଲାଗୁ କରିବା ପାଇଁ ତିଓ୍ବାରୀ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍) ଦାଏର କରିଥିଲେ। ଖଣ୍ଡପୀଠ କହିଥିଲେ, ନୂଆ ଆଇନ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଆବେଦନକାରୀ କୌଣସି ଚିନ୍ତା ନ କରି ଆକସ୍ମିକ ଭାବେ ଏଭଳି ପିଟିଶନ ଦାଏର କରିଛନ୍ତି। ଯଦି ଏହା ଉପରେ ଅଧିକ ଯୁକ୍ତି କରିବ ତେବେ ସେଥିପାଇଁ ମୂଲ୍ୟ ସହ ପିଟିଶନକୁ ଖାରଜ କରାଯିବ ବୋଲି ଖଣ୍ଡପୀଠ କହିବା ପରେ ଆବେଦନକୁ ପ୍ରତ୍ୟାହାର କରିନେବା ପାଇଁ ତିଓ୍ବାରୀ ନିବେଦନ କରିଥିଲେ।
The post ନୂଆ ଆପରାଧିକ ଆଇନ ବିରୋଧରେ ପିଟିଶନ ଖାରଜ appeared first on Dharitri Odia News.