ଦାରିଙ୍ଗବାଡ଼ିରେ ଲଘୁଚାପ ବର୍ଷା, ଚାଷୀଙ୍କ ମୁହଁରେ ହସ

ଦାରିଙ୍ଗବାଡ଼ି,୨୭।୫(ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଲଘୁଚାପ ଜନିତ ବର୍ଷା ମଙ୍ଗଳବାର ଅପରାହ୍ନରୁ ଦେଖିବାକୁ ମିଳିଛି। ଏପରିକି ଏହା ପ୍ରାକ ମୌସମୀ ବର୍ଷା ବୋଲି ମଧ୍ୟ କୁହାଯାଉଛି। ଅଞ୍ଚଳରେ ଗତ କିଛି ଦିନ ହେଲା ଗରମ ସାଙ୍ଗକୁ ଗୁଳୁଗୁଳି ରହିଥିବା ବେଳେ ଏହି ବର୍ଷା ଯୋଗୁ ଲୋକଙ୍କୁ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ବର୍ଷା ଯୋଗୁ ଅଭାବୀ ଜଳ ପୂରଣ ହୋଇପାରିଥିବା ବେଳେ ଉଦ୍ୟାନୀ ଚାଷୀଙ୍କୁ ଏହି ବର୍ଷା ଫାଇଦା ଯୋଗାଇବ। ବର୍ଷା ଅଭାବରୁ ପନିପରିବା ଅଞ୍ଚଳରେ […] The post ଦାରିଙ୍ଗବାଡ଼ିରେ ଲଘୁଚାପ ବର୍ଷା, ଚାଷୀଙ୍କ ମୁହଁରେ ହସ appeared first on Dharitri Odia News.

ଦାରିଙ୍ଗବାଡ଼ିରେ ଲଘୁଚାପ ବର୍ଷା, ଚାଷୀଙ୍କ ମୁହଁରେ ହସ

ଦାରିଙ୍ଗବାଡ଼ି,୨୭।୫(ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଲଘୁଚାପ ଜନିତ ବର୍ଷା ମଙ୍ଗଳବାର ଅପରାହ୍ନରୁ ଦେଖିବାକୁ ମିଳିଛି। ଏପରିକି ଏହା ପ୍ରାକ ମୌସମୀ ବର୍ଷା ବୋଲି ମଧ୍ୟ କୁହାଯାଉଛି। ଅଞ୍ଚଳରେ ଗତ କିଛି ଦିନ ହେଲା ଗରମ ସାଙ୍ଗକୁ ଗୁଳୁଗୁଳି ରହିଥିବା ବେଳେ ଏହି ବର୍ଷା ଯୋଗୁ ଲୋକଙ୍କୁ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ବର୍ଷା ଯୋଗୁ ଅଭାବୀ ଜଳ ପୂରଣ ହୋଇପାରିଥିବା ବେଳେ ଉଦ୍ୟାନୀ ଚାଷୀଙ୍କୁ ଏହି ବର୍ଷା ଫାଇଦା ଯୋଗାଇବ। ବର୍ଷା ଅଭାବରୁ ପନିପରିବା ଅଞ୍ଚଳରେ ଅଭାବ ଦେଖାଯାଇଥିବା ବେଳେ ଗଞ୍ଜାମ ଜିଲା ଉପରେ ନିର୍ଭର କରିବାକୁ ପଡୁଛି।

ସେହିପରି ପାରମ୍ପରିକ ହଳଦୀ, ଅଦା, କାନ୍ଦୁଲ ଚାଷ ପାଇଁ ବର୍ଷା ଫାଇଦା ହେବ ବୋଲି କାଡଶପଟା ଗ୍ରାମର ଚାଷୀ ରମାକାନ୍ତ ପ୍ରଧାନ, ପାଡାନକେତା ଗ୍ରାମର ଜୋସେଫ ପ୍ରଧାନ, ରଞ୍ଜିତ ପ୍ରଧାନ ପ୍ରମୁଖ କହିଛନ୍ତି। ଅନ୍ୟପକ୍ଷେ ଅଞ୍ଚଳରେ ବର୍ଷା ଜାରି ରହିଛି।

The post ଦାରିଙ୍ଗବାଡ଼ିରେ ଲଘୁଚାପ ବର୍ଷା, ଚାଷୀଙ୍କ ମୁହଁରେ ହସ appeared first on Dharitri Odia News.