ପରିବା ମଣ୍ଡିରୁ ଉଭାନ ଆଳୁ, ୫୦ ଡେଇଁଲା ଦାମ, ଆଗକୁ ସ୍ଥିତି ହୋଇପାରେ ସଙ୍ଗୀନ
କଟକ: ଆଳୁ ଦର ପୁଣି ମାରିଲା ଅର୍ଦ୍ଧ ଶତକ। କଟକ ଛତ୍ରବଜାର ଗୋଦାମକୁ ଦୁଇ ଦିନ ହେବ ଆଳୁ ଆସୁ ନଥିବାରୁ ପୁଣି ଦର ବଢିଯାଇଛି।କେବଳ ସେତିକି ନୁହେଁ ଛତ୍ରବଜାର ପରିବା ମଣ୍ଡି ରୁ ଆଳୁ ଉଭାନ ହୋଇଯାଇଥିବା ବେଳେ କେବଳ ଗୋଦାମ ରେ କିଛି ବସ୍ତା ଆଳୁ ରହିଛି। ଯଦି ଆଳୁ ଗାଡି ନ ଆସେ ଦର କଥା ଛାଡ ଆଳୁ ମିଳିବ ନାହିଁ ବୋଲି ବ୍ୟବସାୟୀ କହିଛନ୍ତି।ସେପଟେ ଆଳୁ ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।ଉତ୍ତର ପ୍ରଦଶ ଆଳୁ ଓ ପଶ୍ଚିମବଙ୍ଗ ଆଳୁ ଦ୍ବନ୍ଦ୍ଵ ଭିତରେ ଛତ୍ରବଜାର ପରିବା ମଣ୍ଡିରୁ ଉଭାନ ହୋଇଯାଇଛି ଆଳୁ। ଏଥି ସହ ଆଜି କିଲୋ ପିଛା ଦର ପଚାଶ ଟଙ୍କାରେ ବିକ୍ରି ହେବା ଆରମ୍ଭ କରିଛି ଆଳୁ। ଛତ୍ରବଜାର ଗୋଦାମରେ କିଛି ବସ୍ତା ରହିଥିବା ବେଳେ ଆଉ କିଛି ଗୋଦାମ ମଧ୍ୟ ଖାଲି ପଡିଛି। ଦୁଇ ଦିନ ହେବ ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସି ନଥିବାରୁ ଆଳୁ ଦର ବଢିବା ସହ ଆଳୁ ଗୋଦାମରୁ ଶେଷ ହେବାକୁ ବସିଛି। ତେବେ ୟୁପି ଆଳୁ ଆଣିଲେ ଅଧିକ ଟ୍ରାନ୍ସପୋର୍ଟିଂ ଖର୍ଚ୍ଚ ଲାଗିବ ତେଣୁ ସେହି ସେହି ପଶ୍ଚିମବଙ୍ଗରୁ ଆଳୁ ଅଣାଯାଉ ବୋଲି ବ୍ୟବସାୟୀ କହିଛନ୍ତି। ଏଥି ସହ ଦିନକ ମଧ୍ୟରେ ଗୋଦାମରେ ଆଳୁ ଟ୍ରକ ନ ପହଞ୍ଚିଲେ ଆଳୁ ସଙ୍କଟ ଦେଖାଦେବ।ସେପଟେ ଆଳୁ ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି। ଯେଉଁ ଗ୍ରାହକଟି ଦୁଇ ଦୁଇ କିଲୋ ତିନି କିଲୋ ଆଳୁ ଆଣିବ ବୋଲି ଭାବୁଛନ୍ତି କିଲେ ନହେଲେ ଅଧକିଲୋରେ ସନ୍ତୁଷ୍ଟ ହେବାକୁ ପଡୁଛି।ତ
କଟକ: ଆଳୁ ଦର ପୁଣି ମାରିଲା ଅର୍ଦ୍ଧ ଶତକ। କଟକ ଛତ୍ରବଜାର ଗୋଦାମକୁ ଦୁଇ ଦିନ ହେବ ଆଳୁ ଆସୁ ନଥିବାରୁ ପୁଣି ଦର ବଢିଯାଇଛି।କେବଳ ସେତିକି ନୁହେଁ ଛତ୍ରବଜାର ପରିବା ମଣ୍ଡି ରୁ ଆଳୁ ଉଭାନ ହୋଇଯାଇଥିବା ବେଳେ କେବଳ ଗୋଦାମ ରେ କିଛି ବସ୍ତା ଆଳୁ ରହିଛି। ଯଦି ଆଳୁ ଗାଡି ନ ଆସେ ଦର କଥା ଛାଡ ଆଳୁ ମିଳିବ ନାହିଁ ବୋଲି ବ୍ୟବସାୟୀ କହିଛନ୍ତି।ସେପଟେ ଆଳୁ ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।
ଉତ୍ତର ପ୍ରଦଶ ଆଳୁ ଓ ପଶ୍ଚିମବଙ୍ଗ ଆଳୁ ଦ୍ବନ୍ଦ୍ଵ ଭିତରେ ଛତ୍ରବଜାର ପରିବା ମଣ୍ଡିରୁ ଉଭାନ ହୋଇଯାଇଛି ଆଳୁ। ଏଥି ସହ ଆଜି କିଲୋ ପିଛା ଦର ପଚାଶ ଟଙ୍କାରେ ବିକ୍ରି ହେବା ଆରମ୍ଭ କରିଛି ଆଳୁ। ଛତ୍ରବଜାର ଗୋଦାମରେ କିଛି ବସ୍ତା ରହିଥିବା ବେଳେ ଆଉ କିଛି ଗୋଦାମ ମଧ୍ୟ ଖାଲି ପଡିଛି। ଦୁଇ ଦିନ ହେବ ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସି ନଥିବାରୁ ଆଳୁ ଦର ବଢିବା ସହ ଆଳୁ ଗୋଦାମରୁ ଶେଷ ହେବାକୁ ବସିଛି। ତେବେ ୟୁପି ଆଳୁ ଆଣିଲେ ଅଧିକ ଟ୍ରାନ୍ସପୋର୍ଟିଂ ଖର୍ଚ୍ଚ ଲାଗିବ ତେଣୁ ସେହି ସେହି ପଶ୍ଚିମବଙ୍ଗରୁ ଆଳୁ ଅଣାଯାଉ ବୋଲି ବ୍ୟବସାୟୀ କହିଛନ୍ତି। ଏଥି ସହ ଦିନକ ମଧ୍ୟରେ ଗୋଦାମରେ ଆଳୁ ଟ୍ରକ ନ ପହଞ୍ଚିଲେ ଆଳୁ ସଙ୍କଟ ଦେଖାଦେବ।
ସେପଟେ ଆଳୁ ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି। ଯେଉଁ ଗ୍ରାହକଟି ଦୁଇ ଦୁଇ କିଲୋ ତିନି କିଲୋ ଆଳୁ ଆଣିବ ବୋଲି ଭାବୁଛନ୍ତି କିଲେ ନହେଲେ ଅଧକିଲୋରେ ସନ୍ତୁଷ୍ଟ ହେବାକୁ ପଡୁଛି।ତେବେ ସମସ୍ତଙ୍କ ହାଣ୍ଡିଶାଳରେ ଆଳୁ ଦରକାର ଥାଏ ତେଣୁ ବାଧ୍ୟ ହୋଇ ଆଳୁ କିଣୁଛନ୍ତି ଗ୍ରାହକ। ଆଳୁ ଦର ବହୁତ ବାଧୁଛି ବୋଲି ଗୃହିଣୀ ମାନେ ମଧ୍ୟ କହିଛନ୍ତି। ଏଦିଗରେ ସରକାର ପଦକ୍ଷେପ ଗ୍ରହଣ କରିବା କୁ ମତ୍ତ ରଖିଛନ୍ତି। ଛତ୍ର ବଜାରରେ ଆଳୁ କିଲୋ ପିଛା ପଚାଶ ଟଙ୍କା ରହିଥିବା ବେଳେ କଟକ ସହରର ଖୁଚୁରା ମାର୍କେଟ ରେ ଦର କିଲୋ ପିଛା ପଞ୍ଚାବନ ଟଙ୍କା ରୁ ଷାଠିଏ ଟଙ୍କା ରହିଛି।