ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସୟିଦର ଗୁପ୍ତ ଆଡ୍ଡାସ୍ଥଳୀ ଠାବ
ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନର ସବୁଠୁ ବଡ଼ ଆତଙ୍କବାଦୀ ତଥା ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସୟିଦର ଗୁପ୍ତ ଆଡ୍ଡାସ୍ଥଳୀ ଠାବ।... The post ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସୟିଦର ଗୁପ୍ତ ଆଡ୍ଡାସ୍ଥଳୀ ଠାବ appeared first on .
ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନର ସବୁଠୁ ବଡ଼ ଆତଙ୍କବାଦୀ ତଥା ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସୟିଦର ଗୁପ୍ତ ଆଡ୍ଡାସ୍ଥଳୀ ଠାବ। ପାକିସ୍ତାନର ଲାହୋରରେ ହାଫିଜ ସୟିଦର ଆଡ୍ଡାସ୍ଥଳୀ ଠାବ ହୋଇଛି। ହାଇସିକ୍ୟୁରିଟିରେ ରହୁଛି ହାଫିଜ ସୟିଦ। ପହଲଗାଓଁ ସମେତ ଭାରତର ଅନେକ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ହାଫିଜ। ସେ ଲାହୋରରେ ଏକ ଜନଗହଳିପୂର୍ଣ୍ଣ ଇଲାକାରେ ରହୁଛି। ଭାରତ ପାଇଁ ସେ ହେଉଛି ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ।
ନିକଟରେ କିଛି ସାଟେଲାଇଟ୍ ଚିତ୍ର ଏବଂ ଭିଡିଓ ଜରିଆରେ ହାଫିଜ ସୟିଦ ଲାହୋରରେ ଥିବା ଜଣାପଡିଛି । ଏହି ଫଟୋ ଗୁଡିକରେ ହାଫିଜର ଘର ସ୍ପଷ୍ଟ ଭାବେ ଦେଖାଯାଉଛି । ହାଇସିକ୍ୟୁରିଟି ଭିତରେ ଜନଗହଳି ପୂର୍ଣ୍ଣ ଇଲାକାରେ ଆରମରେ ଜୀବନ ବିତାଉଛି ଏହି ଆତଙ୍କବାଦୀ । କୁହାଯାଉଛି ଯେ ହାଫିଜର ୩ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀୟ ତାର ବ୍ୟକ୍ତିଗତ ସୁରକ୍ଷା କର୍ମୀ ମଧ୍ୟ ୨୪ ଘଣ୍ଟା ସଜାଗ ରହୁଛନ୍ତି । ଯେଉଁଥିରେ ସେ ନିଜ ପରିବାର ସହ ଏକ କୋଠାରେ ରହୁଥିବା ଦେଖିବାକୁ ମିଳିଛି ।
The post ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସୟିଦର ଗୁପ୍ତ ଆଡ୍ଡାସ୍ଥଳୀ ଠାବ appeared first on .