ରାଜ୍ୟପାଳ ପଦରୁ ରଘୁବର ଦାସଙ୍କ ଇସ୍ତଫା ପଛରେ କ‘ଣ ରହିଛି ରହସ୍ୟ ?
ଭୁବନେଶ୍ବର : ରାଜ୍ୟପାଳ ପଦରୁ କାହିଁକି ଇସ୍ତଫା ଦେଲେ ରଘୁବର ଦାସ। ଇସ୍ତଫା ପଛରେ କଣ ରହିଛି ଗୁଢ଼ ରହସ୍ୟ... The post ରାଜ୍ୟପାଳ ପଦରୁ ରଘୁବର ଦାସଙ୍କ ଇସ୍ତଫା ପଛରେ କ‘ଣ ରହିଛି ରହସ୍ୟ ? appeared first on .
ଭୁବନେଶ୍ବର : ରାଜ୍ୟପାଳ ପଦରୁ କାହିଁକି ଇସ୍ତଫା ଦେଲେ ରଘୁବର ଦାସ। ଇସ୍ତଫା ପଛରେ କଣ ରହିଛି ଗୁଢ଼ ରହସ୍ୟ ? ଚାପ ନା ରାଜନୈତିକ ସ୍ବାର୍ଥ ହାସଲ। ରଘୁବରଙ୍କ ଇସ୍ତଫାକୁ ନେଇ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ହଇଚଇ। ଉଭୟ ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି ଯେ, ନିଜର ପଦ ମର୍ଯ୍ୟାଦାକୁ ଭୁଲି ରାଜନୀତିରେ ମାତିଥିଲେ ରଘୁବର। ଯାହା ବିରୋଧୀଙ୍କ ପାଇଁ ବଡ଼ ଅସ୍ତ୍ର ହୋଇଥିବା ବେଳେ, ବିଜେପିର ବଢ଼ିଥିଲା ମୁଣ୍ଡବ୍ୟଥା। ଏବେ ଆସନ୍ତୁ ନଜର ପକାଇବା ରଘୁବରଙ୍କ ବିରୋଧରେ ଆସିଥିବା କିଛି ବିବାଦ ଉପରେ। କାରଣ ନମ୍ବର ୧। ରାଜନୀତିରୁ ଉର୍ଦ୍ଧ୍ବରେ ରାଜ୍ୟପାଳଙ୍କ ପଦବୀ ବୋଲି ସମ୍ବିଧାନ କହେ। କିନ୍ତୁ ରଘୁବର ଦାସ ୩୧ ଅକ୍ଟୋବର ୨୦୨୩ରେ ଓଡ଼ିଶା ରାଜ୍ୟପାଳ ଭାବେ ଦାୟିତ୍ବ ନେବା ପରେ ଆରମ୍ଭ କରିଥିଲେ ନିଜ ରାଜନୈତିକ ଅଭିଯାନ । ଅନାବଶ୍ୟକ ଭାବେ ରାଜ୍ୟର ବିଭିନ୍ନ ଅଚଳ ଗସ୍ତ କରି ରାଜନୈତିକ ବୟାନବାଜି କରୁଥିବା ଦେଖିବାକୁ ମିଳିଥିଲା । ଏପରିକି ତାଙ୍କ ରାଜନୈତିକ ଉଦ୍ଦେଶ୍ୟ ଚରିତୀର୍ଥ କରିବା ପାଇଁ ସେ ପ୍ରଶାସନ କ୍ଷେତ୍ରରେ ମଧ୍ୟ ହସ୍ତକ୍ଷେପ ଆରମ୍ଭ କରିଥିଲେ। କାରଣ ନମ୍ବର ୨। ନିର୍ବାଚନ ସମୟରେ ଜଣେ ରାଜନୈତିକ କର୍ମୀଭଳି ଆଚରଣ ପ୍ରଦର୍ଶନ କରିଥିଲେ ରଘୁବର । ରାଜଭବନ ରାଜନୈତିକ ଆଡ୍ଡାରେ ରୂପାନ୍ତରିତ ହୋଇଥିଲା ବୋଲି ବିଭନ୍ନ ମହଲରୁ ଅଭିଯୋଗ ଉଠିଥିଲା। ନିର୍ଦ୍ଧିଷ୍ଟ ଜାତୀୟ ରାଜନୈତିକ ଦଳକୁ ଫାଇଦା ଦେବା ପାଇଁ ସେ କାର୍ଯ୍ୟ କରୁଥିଲେ ବୋଲି କଂଗ୍ରେସ ଠୁ ଆରମ୍ଭ କରି ଅନ୍ୟାନ୍ୟ ରାଜନୈତିକ ଦଳ ନିର୍ବାଚନ ଅଧିକାରୀ ଓ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲେ। କାରଣ ନମ୍ବର ୩। ରାଜ୍ୟପାଳଙ୍କ ପଦମର୍ଯ୍ୟାଦା ସଂପୂର୍ଣ୍ଣ କ୍ଷୁର୍ଣ୍ଣ ହେଲା। ଯେଉଁ ଦିନ ରାଜ୍ୟପାଳଙ୍କ ପୁଅ ପୁରୀରେ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ଼ମାରି ଲହୁଲୁହାଣ କଲେ । ରାଜ୍ୟପାଳଙ୍କ ପୁଅ ବିରୋଧରେ ଥାନାରେ ମାମଲା ହେଲା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ପୁଅ ବିରୋଧରେ ଯେପରି କୌଣସି କାର୍ଯ୍ୟାନୁଷ୍ଠାନ ନହୁଏ, ସେଥିପାଇଁ ରାଜ୍ୟପାଳ ସରକାରଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ଭଳି ଗୁରୁତର ଅଭିଯୋଗ ଉଠିଥିଲା । ଓଡ଼ିଆ ଅସ୍ମିତାର ନାରା ଦେଉଥିବା ରାଜ୍ୟ ସରକାର ରାଜ୍ୟପାଳଙ୍କ ଚାପରେ ଚେପା ହୋଇଯାଇଥିଲେ । ଓଡ଼ିଆ ଅଧିକାରୀଙ୍କୁ ଅଣ ଓଡ଼ିଆ ରାଜ୍ୟପାଳଙ୍କ ପୁଅର ମାଡ଼ ଘଟଣା ରାଜ୍ୟ ସରକାରଙ୍କ ଓଡ଼ିଆ ଅସ୍ମିତା ନାରାକୁ ଫିକା କରି ଦେଇଥିଲା । ଏହି ଘଟଣାରେ କଂଗ୍ରେସ, ବିଜେଡି ଭଳି ପ୍ରମୁଖ ରାଜନୈତିକ ଦଳ ରାଜରାସ୍ତାକୁ ଓହ୍ଲାଇବା ସହ ରାଜ୍ୟପାଳଙ୍କ ଇସ୍ତଫା ଦାବି କରିଥିଲେ । ଏପରିକି ଝାଡ଼ଖଣ୍ଡ ନିର୍ବାଚନରେ ମଧ୍ୟ ଏ ପ୍ରସଙ୍ଗ ଜୋର ଧରିଥିଲା । କାରଣ ନମ୍ବର ୪। ଝାଡ଼ଖଣ୍ଡ ନିର୍ବାଚରେ ରଘୁବାର ଦାସ ନିଜେ ପ୍ରାର୍ଥୀ ହେବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ କାର୍ଯ୍ୟକଳାପକୁ ଦେଖି ବିଜେପି ତାଙ୍କୁ ଟିକେଟ ଦେଇନଥିଲା । ବରଂ ତାଙ୍କ ବୋହୂଙ୍କୁ ପ୍ରାର୍ଥୀ କରାଯାଇଥିଲା । ଚର୍ଚ୍ଚା ହେଲା, ଟିକେଟ ନମିଳିବାର ରାଗ ସୁଝାଇବା ପାଇଁ ରଘୁବର ଦଳ ବିରୋଧରେ ଷଡ଼ଯନ୍ତ୍ର ରଚିଥିଲେ । ନିଜେ ବୋହୂକୁ ଜିତାଇବା ଓ ବିଜେପିକୁ ହରାଇବା ପାଇଁ ଓଡ଼ିଶା ରାଜଭବନ ସେତେବେଳେ କଣ୍ଟ୍ରୋଲ ରୁମ ପାଲଟିଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଥିଲା । ରଘୁବରଙ୍କ ଷଡ଼ଯନ୍ତ୍ର ସମ୍ପର୍କରେ ଅନ୍ୟ ରାଜନୈତିକ ଦଳ ଭଳି ଖୋଦ ବିଜେପି ନେତାମାନେ ମଧ୍ୟ ହାଇକମାଣ୍ଡଙ୍କ ପାଖରେ ଅଭିଯୋଗ କରିଥିବା ଚର୍ଚ୍ଚା ହୋଇଥିଲା । ଏହା ନିଶ୍ଚିତ ଦଳୀୟ ହାଇକମାଣ୍ଡଙ୍କୁ କ୍ଷୁବ୍ଧ କରିଥିବ । କାରଣ ନମ୍ବର ୫। ନିକଟରେ ବିଶ୍ବବିଦ୍ୟାଳୟ ଆଇନରେ ରାଜ୍ୟ ସରକାର ସଂଶୋଧନ ଆଣିବାକୁ ଚାହୁଁଥିଲେ। ଏହା ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ନିକଟକୁ ଯାଇଥିଲା । କିନ୍ତୁ ଅନୁମୋଦନ ନଦେଇ ରାଜ୍ୟପାଳ ଏହାକୁ ଫେରାଇ ଦେଇଥିଲେ । ଏହା ଚଳିତ ରାଜ୍ୟ ସରକାରଙ୍କୁ ଚାପୁଡ଼ା ମାରିବା ଭଳି ହୋଇଥିଲା । ବିବାଦ ଏତିକିରେ ସୀମିତ ନୁହେଁ । ବିଭିନ୍ନ ଖଣି କାରବାର ଠୁ ଆରମ୍ଭ କରି ଟେଣ୍ଡର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ବା ଚାପ ରହୁଥିବା ବୋଲି ମଝିରେ ମଝିରେ ଗୁଞ୍ଜରଣ ଉଠୁଥିଲା । ଅବଶ୍ୟ ଏସବୁ ତଦନ୍ତ ସାକ୍ଷେପ ।
ରଘୁବରଙ୍କ ଏହି ବିବାଦୀୟ ଭୂମିକାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ଜାତୀୟ ଦଳ। କଂଗ୍ରେସ କହିଛି ବିଜେପିର ଓଡ଼ିଆ ଅସ୍ମିତା ଏକ ବାହାନା ଥିଲା। ଯାହାର ଜବାବ ରଖିଛି ବିଜେପି। ଏଭଳି ବିବାଦକୁ ଆଖି ଆଗରେ ରଖି ରଘୁବରଙ୍କୁ ରାଜ୍ୟପାଳ ପଦରୁ ହଟାଇବା ପାଇଁ ହାଇକମାଣ୍ଡ ଚାହିଁଥିବା ଆଲୋଚନା ହେଉଛି । ଯାହା ଫଳରେ ଗତକାଲି ରଘୁବରଙ୍କ ସ୍ଥାନରେ ମିଜୋରାମର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି ।
The post ରାଜ୍ୟପାଳ ପଦରୁ ରଘୁବର ଦାସଙ୍କ ଇସ୍ତଫା ପଛରେ କ‘ଣ ରହିଛି ରହସ୍ୟ ? appeared first on .